Advertisement
Posted inଜାତୀୟ

ମୋରବି ମାମଲାରେ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ, ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ…

ଅହମଦାବାଦ,୧୫।୧୧ : ଗୁଜରାଟରେ ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରିବାର ପଦ୍ଧତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଅଦାଲତ ମୁଖ୍ୟ ଶାସନ ସଚିବଙ୍କୁ ଡକାଇ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଟେଣ୍ଡର କାହିଁକି ଆମନ୍ତ୍ରିତ କରାଯାଇ ନଥିଲା ବୋଲି ପଚାରିଛନ୍ତି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ମଧ୍ୟ ପ୍ରଶ୍ନ ପଚାରିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଚୁକ୍ତିନାମା କିପରି ଦେଢ଼ ପୃଷ୍ଠାରେ ସମ୍ପୂର୍ଣ୍ଣ ହୋଇଛି? ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ହାଇକୋର୍ଟ ଏହି ଘଟଣାରେ ୬ଟି ବିଭାଗକୁ ଉତ୍ତର ମାଗିଥିଲେ। ସୋମବାର ସୁପ୍ରିମକୋର୍ଟ ଏହି ଘଟଣାର ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗର ଗଠନ ଚାହୁଁଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣିକୁ ତାଲିକାଭୁକ୍ତ କରିବାକୁ ସହମତି ପ୍ରକାଶ କରିଥିଲେ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦଚୂଡ଼ ଏବଂ ବିଚାରପତି ଜିବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଶାଳ ତିଓ୍ବାରୀଙ୍କୁ କହିଥିଲେ ଯେ ଆମେ କାଗଜପତ୍ର ବିଳମ୍ବରେ ପାଇଲୁ। ଆମେ ଏହାକୁ ତାଲିକାଭୁକ୍ତ କରିବୁ। ତିୱାରୀ ଆବେଦନରେ କହିଛନ୍ତି ଯେ ଏହି ଦୁର୍ଘଟଣା ସରକାରୀ କର୍ମଚାରୀଙ୍କ ଅବହେଳା ଏବଂ ଚରମ ବିଫଳତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ,୬।୧୧: ଆଜି ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୬୦ ତମ ଦିନ। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରବିବାର ତେଲେଙ୍ଗାନାରେ ଆରମ୍ଭ ହୋଇଥିବା ଏହି...

ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍‌ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର...

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପିଲାଙ୍କୁ ଛାଡ଼ିବାକୁ ୬୨% ଅଭିଭାବକ ଅମଙ୍ଗ

ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ...

ଘରକୁ ଫେରିବେ ଶାହା

ନୂଆଦିଲ୍ଲୀ,୨୯।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ। ଏହି ସୂଚନା ଶନିବାର ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ...

ଚକିତ କଲା ଲଖିମ୍‌ପୁର ଖେରି ୮ ଆସନ ଫଳାଫଳ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ସମସ୍ତ ୮ ଆସନରେ ଭାଜପା ବିଜୟୀ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ-ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ

ବେଙ୍ଗାଲୁରୁ,୩।୧:କର୍ନାଟକର ରାମନଗରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ଏବଂ କଂଗ୍ରେସ ଏମ୍‌ପି ଡି.କେ...

ସ୍ଥିତି ସଙ୍କଟ ଜନକ,ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨…

ନୂଆଦିଲ୍ଲୀ, ୪।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ଲାଗିଛି।...

Advertisement
Archives

Model This Week