ହାଥ୍‌ରସ

ଉତ୍ତରପ୍ରଦେଶର ହାଥ୍‌ରସରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ପରେ ତାଙ୍କ ଜିଭ କାଟି ଦିଆଯାଇଥିଲା। ହସ୍ପିଟାଲରେ ପାଖାପାଖି ୧୫ ଦିନ ସଂଘର୍ଷ କରିବା ପରେ ତାଙ୍କ ମୃତ୍ୟୁ ଘଟିଛି। ଉଚ୍ଚଜାତି ଠାକୁର ସମ୍ପ୍ରଦାୟର ୪ ଜଣ ଲୋକ ବାଲ୍ମୀକି ପରିବାରର ସେହି ୧୯ ବର୍ଷୀୟା ଯୁବତୀଙ୍କ ପ୍ରତି ଯେଭଳି ବୀଭତ୍ସ କାଣ୍ଡ ଘଟାଇଲେ, ଏବେ ତାଙ୍କ ମୃତ୍ୟୁ ପରେ ସ୍ଥିତି ଅଧିକ ଭୟାନକ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁୁ ସହାୟତା ଦେବା ପରିବର୍ତ୍ତେ ସେମାନଙ୍କୁ ବନ୍ଦିନୀ କରି ରଖିବା ଏବଂ ବାରମ୍ବାର ଧମକ ଦେଇ ଚାଲିବା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଇତିମଧ୍ୟରେ ଯୁବତୀଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦେଖାଇ ଦିିଆ ନ ଯାଇ ପୋଲିସ ଦ୍ୱାରା ପୋଡ଼ି ଦିଆଯାଇଛି। ଏହା ସହ ନଷ୍ଟ ହୋଇଯାଇଛି ସବୁ ପ୍ରମାଣ। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ସିବିଆଇ ତଦନ୍ତ ଲାଗି ସୁପାରିସ କରିଛନ୍ତି। ଧନ୍ୟ କୁହାଯିବ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ଓ ଶାସନ ଦକ୍ଷତାକୁ। ଅପରାଧୀଙ୍କୁ ଧରିବା ପାଇଁ ଆବଶ୍ୟକ ପ୍ରମାଣକୁ ନଷ୍ଟ କରିଦିଆଯିବା ପରେ କାହିଁକି ଏ ସିବିଆଇ ନାଟକ କରାଯାଇଥାଏ ତାହା ସହଜରେ ବୁଝିହୁଏ । ପୁଣି ସବିଆଇ ତ ଏକ ପୋଲିସ ସଂସ୍ଥା। ସେଥିରେ ମଧ୍ୟ ରାଜ୍ୟ ସ୍ତରର ପୋଲିସଙ୍କ ଭଳି ସମାନ ଚରିତ୍ରର ଲୋକ ଅଛନ୍ତି।
କେବଳ ଉତ୍ତରପ୍ରଦେଶ ନୁହେଁ, ବିହାର, ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବଳାତ୍କାର ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏଠାରେ ମନେପଡ଼େ ଓଡ଼ିଶାର କୋରାପୁଟ ଜିଲା କୁନ୍ଦୁଲିରେ ପୀଡ଼ିତାଙ୍କୁ ଯେଭଳି ଭାବେ ସୁରକ୍ଷା କର୍ମୀମାନେ ଗଣବଳାତ୍କାର କଲେ ଓ ତା’ ପରେ ମାନସିକ ଯନ୍ତ୍ରଣା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା କରିବା ଘଟଣା। ଏବେ ସେହି ଘଟଣା ଜନମାନସରୁ ହଜିଗଲାଣି। ହାଥ୍‌ରସରେ ଜିଲାପାଳ ପ୍ରବୀଣ କୁମାର ଲକ୍ସକର ପୀଡ଼ିତାଙ୍କ ଘରକୁ ଯାଇ ଏକ ପ୍ରକାର ଧମକ ଦେଇ ଆସିଥିଲେ। ପରିବାର ସଦସ୍ୟଙ୍କୁ ସେ କହିଥିଲେ ଆଜି ଅଧା ମିଡିଆ ତୁମ ପାଖରୁ ଯାଇସାରିଲେଣି, ଆସନ୍ତାକାଲି ଅନ୍ୟମାନେ ପଳାଇବେ, କେବଳ ଆମେ ତୁମ ପାଖରେ ଥିବୁ। ତେଣୁ ମାମଲାକୁ ରଫାଦଫା କରିଦିଅ। ଏହାର ଭିଡିଓ ଯେଭଳି ଭାବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରୁ ବୁଝିବାକୁ ହେବ ଯେ ଉକ୍ତ ଘଟଣାକୁ ସମ୍ପୂର୍ଣ୍ଣ ବଳିରେ ଚଢ଼ାଇ ଦେବା ଲାଗି ବିଧିବଦ୍ଧ ଯୋଜନା କରାଯାଇଥିଲା। ଜିଲାପାଳ ଲକ୍ସକରଙ୍କ ଏଭଳି କାର୍ଯ୍ୟକୁ ଦେଶବ୍ୟାପୀ ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହାକୁ ଅଣଦେଖା କରିବାର ଅର୍ଥ ସମସ୍ତେ ଭଲଭାବେ ବୁଝିପାରୁଛନ୍ତି। ଏଥିସହିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଠାରେ ଉଠାଯାଇପାରେ। ଏହା ବାରମ୍ବାର ପରିଲକ୍ଷିତ ହେଉଛି ଯେ, ଉଚ୍ଚବର୍ଗର ପୁରୁଷଙ୍କ ଦ୍ୱାରା ଦଳିତ ମହିଳା ନିର୍ଯାତନାର ଶିକାର ହେଉଛନ୍ତିି। ସବର୍ଣ୍ଣମାନେ ଅସବର୍ଣ୍ଣଙ୍କୁ ଛୁଇଁବା କଥା ନୁହେଁ ବୋଲି କୁହାଯାଏ। କିନ୍ତୁ ଶାରୀରିକ ସୁଖ ପାଇଁ ଦଳିତଙ୍କ ଝିଅ ଓ ମହିଳାଙ୍କୁ ଛୁଇଁବା ବେଳେ କାହିଁ କେବେ ଉଚ୍ଚବର୍ଗଙ୍କ ଜାତି ଯାଉନାହିଁ। ଆମେ ଓଡ଼ିଶାରେ ମଧ୍ୟ ପୂର୍ବରୁ ଶୁଣି ଆସିଛୁ କିଭଳି ଅସବର୍ଣ୍ଣମାନଙ୍କୁ ସବର୍ଣ୍ଣମାନେ ବ୍ୟବହାର କରୁଥିଲେ। ଏପରିକି ଗଁା ଦାଣ୍ଡ ଦେଇ ଜଣେ ଦଳିତ ବର୍ଗର ବ୍ୟକ୍ତି ଚାଲିଗଲେ ତାଙ୍କ ଛାଇ ଯଦି ଉଚ୍ଚବର୍ଗ ଉପରେ ପଡ଼ିଗଲା ସେ ସଙ୍ଗେ ସଙ୍ଗେ ଗାଧୋଇ ପଡ଼ୁଥିଲେ। ଆଜିର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, ସେତେବେଳର ସମୟ ଓ ଚିନ୍ତାଧାରା ଭଲ ଥିଲା। ଅନ୍ତତଃପକ୍ଷେ ଦଳିତମାନଙ୍କୁ ବଳାତ୍କାର ଓ ହତ୍ୟା କରିବାକୁ ହେଲେ ଛୁଇଁବାକୁ ହେବ ଭାବି କେତେକେ ଦୂରେଇ ରହୁଥିଲେ। ଏଠାରେ ଛୁଆଁଅଛୁଅଁା ଚିନ୍ତାଧାରାକୁ ଆମେ ସମର୍ଥନ କରୁନାହୁଁ। କେବଳ ଦଳିତଙ୍କ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାରକୁ ଦେଖି ତୁଳନାତ୍ମକ ଭାବେ ଏଭଳି ସାମାଜିକ ସମସ୍ୟାକୁ ଉଲ୍ଲେଖ କଲୁ।
ମହିଳାଙ୍କୁ ନିର୍ଯାତନା ଦେବା ଓ ବଳାତ୍କାର କରିବା ବହୁ ପୁରୁଣା। ଯୁଦ୍ଧ ସମୟରେ ଏହାର ଅସଂଖ୍ୟ ଘଟଣା ଦେଖିବାକୁ ମିଳିଥାଏ ବୋଲି ଇତିହାସରୁ ପଢ଼ିଛୁ। ସମ୍ରାଟ ଅଶୋକ କଳିଙ୍ଗ ବିଜୟ ପରେ ଏହାର ସେନାନୀ ଏଠାକାର ଅସଂଖ୍ୟ ମହିଳାଙ୍କୁ ପାଟଳିପୁତ୍ର ଯାଏ ଚଲାଇ ଚଲାଇ ନେଇଥିବାର ଶୁଣିବାକୁ ମିଳେ। ପୁଣି ବାଟରେ ଗଲା ବେଳେ ଅନେକଙ୍କ ମୃତ୍ୟୁ ଘଟିଯାଇଥିଲା। ତେଣୁ ବଳାତ୍କାର ଏକ ମାନସିକ ରୋଗ ଭାବେ ଐତିହାସିକ ଭାବେ ରହିଆସିଛି। ଭାରତରେ ଏହି ସଂଖ୍ୟା ବଢ଼ିଚାଲିଥିବାରୁ ଶାସକଙ୍କୁ ଏହା ଅଡ଼ୁଆରେ ପକାଉଥିବାରୁ ସୋସିଆଲ ମିଡିଆରେ ଅନେକ ବିଷୟ ଦେଖିବାକୁ ମିଳୁଛି। ଏକ ତଥ୍ୟ ଚାରିଆଡ଼େ ଏବେ ଘୂରି ବୁଲୁଥିବା ନଜରକୁ ଆସିଛି। ସେଥିରେ ଦର୍ଶାଯାଇଛି ଯେ, ଏକ ଲକ୍ଷ ଜନସଂଖ୍ୟାରେ ଅଷ୍ଟ୍ରେଲିଆରେ ୨୮.୬୦ ପ୍ରତିଶତ ମହିଳା ବଳାତ୍କାରର ଶିକାର ହେଉଥିବା ବେଳେ ଆମେରିକାରେ ୨୭.୩୦ ପ୍ରତିଶତ, ଇଂଲଣ୍ଡରେ ୨୦.୭୫ ପ୍ରତିଶତ, ବାଂଲାଦେଶରେ ୯.୮୦ ପ୍ରତିଶତ ଏବଂ ଇଟାଲୀରେ ଏହାର ପ୍ରତିଶତ ରହିଛି ୭.୬୦। ସେହି ତୁଳନାରେ ଭାରତରେ ଖୁବ୍‌ କମ୍‌ ୧.୮୦ ପ୍ରତିଶତ ମହିଳା ବଳାତ୍କାରର ଶିକାର ହେଉଛନ୍ତି ବୋଲି ପ୍ରଚାର କରାଯାଉଛି। ଏଭଳି ତଥ୍ୟ ଭ୍ରମାତ୍ମକ। କେଉଁ ଆଧାରରେ ଏହି ପରିସଂଖ୍ୟାନ ତିଆରି କରାଯାଇଛି ତାହାର କୌଣସି ମୂଳ ଥିବା ଭଳି ମନେହେଉନାହିଁ। ସଚରାଚର ପୃଥିବୀ ଯେଉଁଠାରେ ପୁରୁଷ ଅଛନ୍ତି ଏଭଳି ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ପାଶ୍ଚାତ୍ୟ ସହ ତୁଳନା କରାଯାଇ ଭାରତକୁ ଶ୍ରେୟ ଦେବା ପାଇଁ ହେଉଥିବା ପ୍ରୟାସ ସମ୍ଭବତଃ ହାଥ୍‌ରସ ଘଟଣା ପରେ ଦେଖିବାକୁ ମିଳିଛି। କାରଣ ଉତ୍ତରପ୍ରଦେଶ ସରକାର ଏବେ ଅଡ଼ୁଆରେ ପଡ଼ିଛନ୍ତି।
ମହିଳାଙ୍କ ପ୍ରତି ହେଉଥିବା ବର୍ବର କାଣ୍ଡକୁ ବନ୍ଦ କରିବା ଲାଗି ଆମ ସମସ୍ତଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ଏଥିସହିତ ଗରିବଙ୍କ ଜୀବନକୁ ଅସହାୟରେ ପକାଇ ଶାସକଙ୍କ ନିର୍ଦ୍ଦେଶରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନାଚିବା ଠିକ୍‌ ନୁହେଁ। ଏଥିରେ ପ୍ରଥମେ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଶାସନରେ ଥିବା ପୁରୁଷମାନେ ଯେତେବେଳେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଅନ୍ତେ, ତାହା ହେଲେ ଏହିଭଳି ସମସ୍ୟାକୁ ଆଂଶିକ ଭାବେ ହ୍ରାସ କରାଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?