Posted inଖେଳ

କିଟାଟା ଜିତିଲେ ଲଣ୍ଡନ ମାରାଥନ

ଲଣ୍ଡନ, ୫ା୧୦ (ଏପି)- ଇଥିଓପିଆର ଶୁରା କିଟାଟା ଲଣ୍ଡନ ମାରାଥନ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଇଭେଣ୍ଟରେ ୪ଥର ଟାଇଟଲ ବିଜେତା ଏଲିଉଡ୍‌ କିପ୍‌ଚୋଗେଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ରୋମାଞ୍ଚକ ସ୍ପ୍ରିଣ୍ଟ୍‌ ଫିନିଶରେ କେନିୟାର ଭିନ୍‌ସେଣ୍ଟ କିପ୍‌ଚୁମ୍ବାଙ୍କୁ ପଛରେ ପକାଇ ୨ଘଣ୍ଟା ୫ ମିନିଟ ୪୧ ସେକେଣ୍ଡ ଟାଇମିଂରେ କିଟାଟା ବିଜୟୀ ହୋଇଥିଲେ। କିପ୍‌ଚୁମ୍ବା ୨:୦୫:୪୧ ଟାଇମିଂରେ ରେସ୍‌ ଶେଷ କରିଥିଲେ। ପୁରୁଷ ବିଭାଗରେ ତୃତୀୟ ସ୍ଥାନରେ ରହିଥିଲେ ସିସେ ଲେମା (୨:୦୫:୪୫)। ପେଣ୍ଡାରେ ଇଞ୍ଜୁରି ଯୋଗୁ କେନେନିସା ବେକେଲି ଶୁକ୍ରବାର ରେସ୍‌ରୁ ଓହରିଯିବା ପରେ କିପ୍‌ଚୋଗେ ଫେଭରାଇଟ୍‌ ଥିଲେ। ମାତ୍ର ସେ ୨:୦୬:୪୯ ଟାଇମିଂରେ ରେସ୍‌ ଶେଷ କରି ୮ମ ହୋଇଥିଲେ। ତାଙ୍କ ବିଶ୍ୱରେକର୍ଡ ୨:୦୧: ୩୯ଠାରୁ ସେ ବହୁ ପଛରେ ରହିଯାଇଥିଲେ। ୨୦୧୩ପରେ ଏହା ତାଙ୍କର ପ୍ରଥମ ମାରାଥନ ପରାଜୟ। ମହିଳା ରେସ୍‌ରେ କିନ୍ତୁ ବିପର୍ଯ୍ୟୟ ଘଟିନାହିଁ। ଗତଥରର ଚାମ୍ପିୟନ ତଥା ବିଶ୍ୱରେକର୍ଡ ଅଧିକାରିଣୀ ବ୍ରିଗିଡ୍‌ କେନିୟାର କୋସଗେଇ ପୁଣି ଟାଇଟଲ ଜିତିଛନ୍ତି। ସେ ୨:୧୮: ୮୫ ଟାଇମିଂରେ ବିଜୟ ଲାଭ କରିଥିଲେ। ରେସ୍‌ରେ ଆମେରିକାର ସାରା ହଲ୍‌ (୨:୨୨:୦୧) ଟାଇମିଂରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୦୬ରେ ଦିନା କାଷ୍ଟରଙ୍କ ପରେ ପ୍ରଥମ ଆମେରିକୀୟ ଭାବେ ସେ ମାରାଥନ ପୋଡିୟମ ଅଳଂକୃତ କରିଥିଲେ। କାଷ୍ଟର ସେ ସମୟରେ ଆମେରିକାନ ରେକର୍ଡ ପ୍ରତିଷ୍ଠା କରିଥିଲେ। ବର୍ଷା ମଧ୍ୟରେ ଆୟୋଜିତ ଏହି ରେସ୍‌ରେ କେନିୟାର ରୁଥ୍‌ ଚେପନଗେଟିଚ୍‌ (୨:୨୨:୦୪) ତୃତୀୟ ସ୍ଥାନରେ ରହିଥିଲେ। ମାର୍ଚ୍ଚ ୧୧ରେ କୋଭିଡ୍‌-୧୯କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯିବା ପରେ ଏହା ହେଉଛି ବିଶ୍ୱର ପ୍ରଥମ ପ୍ରମୁଖ ମାରାଥନ। ପ୍ରକୃତରେ ଏହା ଏପ୍ରିଲ ୨୬ରେ ଆୟୋଜନ ହୋଇଥାନ୍ତା। ମାତ୍ର କରୋନା ପାଇଁ ଏହାକୁ ଅକ୍ଟୋବର ୪ରେ କରିବା ଲାଗି ସ୍ଥିର ହୋଇଥିଲା। ଆୟୋଜକଙ୍କ ତରଫରୁ ଏଥିପାଇଁ ଜୈବ-ସୁରକ୍ଷିତ ବବ୍‌ଲ ସୃଷ୍ଟି କରାଯାଇଥିଲା। ଧାବକମାନଙ୍କ ଲାଗି ଏକ ସ୍ବତନ୍ତ୍ର ହୋଟେଲରେ ରହଣି ବ୍ୟବସ୍ଥା କରାଯାଇଥିଲା। ଏହି ହେଟେଲର ଚତୁଃପାର୍ଶ୍ୱରେ ୪୦ ଏକର ପରିମିତ ଅଞ୍ଚଳ ରହିଥିଲା। ଧାବକମାନଙ୍କ ଅଭ୍ୟାସ ଲାଗି ଏଥିରେ ସୁବିଧା ରହିଥିଲା। ପ୍ରୋଟୋକଲ ଅନୁସାରେ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ରାଯାଇଥିଲା। ରବିବାର ରେସ୍‌ ପାରମ୍ପରିକ ଷ୍ଟ୍ରିଟ୍‌ରେ ନ ହୋଇ ସେଣ୍ଟ ଜେମ୍ସ ପାର୍କରେ ବିନା ଦର୍ଶକରେ କରାଯାଇଥିଲା। ଏହା ୧୯.୬ ଲାପ୍‌ ବିଶିଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri