Posted inଖେଳ

କିଟାଟା ଜିତିଲେ ଲଣ୍ଡନ ମାରାଥନ

ଲଣ୍ଡନ, ୫ା୧୦ (ଏପି)- ଇଥିଓପିଆର ଶୁରା କିଟାଟା ଲଣ୍ଡନ ମାରାଥନ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଇଭେଣ୍ଟରେ ୪ଥର ଟାଇଟଲ ବିଜେତା ଏଲିଉଡ୍‌ କିପ୍‌ଚୋଗେଙ୍କୁ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ରୋମାଞ୍ଚକ ସ୍ପ୍ରିଣ୍ଟ୍‌ ଫିନିଶରେ କେନିୟାର ଭିନ୍‌ସେଣ୍ଟ କିପ୍‌ଚୁମ୍ବାଙ୍କୁ ପଛରେ ପକାଇ ୨ଘଣ୍ଟା ୫ ମିନିଟ ୪୧ ସେକେଣ୍ଡ ଟାଇମିଂରେ କିଟାଟା ବିଜୟୀ ହୋଇଥିଲେ। କିପ୍‌ଚୁମ୍ବା ୨:୦୫:୪୧ ଟାଇମିଂରେ ରେସ୍‌ ଶେଷ କରିଥିଲେ। ପୁରୁଷ ବିଭାଗରେ ତୃତୀୟ ସ୍ଥାନରେ ରହିଥିଲେ ସିସେ ଲେମା (୨:୦୫:୪୫)। ପେଣ୍ଡାରେ ଇଞ୍ଜୁରି ଯୋଗୁ କେନେନିସା ବେକେଲି ଶୁକ୍ରବାର ରେସ୍‌ରୁ ଓହରିଯିବା ପରେ କିପ୍‌ଚୋଗେ ଫେଭରାଇଟ୍‌ ଥିଲେ। ମାତ୍ର ସେ ୨:୦୬:୪୯ ଟାଇମିଂରେ ରେସ୍‌ ଶେଷ କରି ୮ମ ହୋଇଥିଲେ। ତାଙ୍କ ବିଶ୍ୱରେକର୍ଡ ୨:୦୧: ୩୯ଠାରୁ ସେ ବହୁ ପଛରେ ରହିଯାଇଥିଲେ। ୨୦୧୩ପରେ ଏହା ତାଙ୍କର ପ୍ରଥମ ମାରାଥନ ପରାଜୟ। ମହିଳା ରେସ୍‌ରେ କିନ୍ତୁ ବିପର୍ଯ୍ୟୟ ଘଟିନାହିଁ। ଗତଥରର ଚାମ୍ପିୟନ ତଥା ବିଶ୍ୱରେକର୍ଡ ଅଧିକାରିଣୀ ବ୍ରିଗିଡ୍‌ କେନିୟାର କୋସଗେଇ ପୁଣି ଟାଇଟଲ ଜିତିଛନ୍ତି। ସେ ୨:୧୮: ୮୫ ଟାଇମିଂରେ ବିଜୟ ଲାଭ କରିଥିଲେ। ରେସ୍‌ରେ ଆମେରିକାର ସାରା ହଲ୍‌ (୨:୨୨:୦୧) ଟାଇମିଂରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୦୬ରେ ଦିନା କାଷ୍ଟରଙ୍କ ପରେ ପ୍ରଥମ ଆମେରିକୀୟ ଭାବେ ସେ ମାରାଥନ ପୋଡିୟମ ଅଳଂକୃତ କରିଥିଲେ। କାଷ୍ଟର ସେ ସମୟରେ ଆମେରିକାନ ରେକର୍ଡ ପ୍ରତିଷ୍ଠା କରିଥିଲେ। ବର୍ଷା ମଧ୍ୟରେ ଆୟୋଜିତ ଏହି ରେସ୍‌ରେ କେନିୟାର ରୁଥ୍‌ ଚେପନଗେଟିଚ୍‌ (୨:୨୨:୦୪) ତୃତୀୟ ସ୍ଥାନରେ ରହିଥିଲେ। ମାର୍ଚ୍ଚ ୧୧ରେ କୋଭିଡ୍‌-୧୯କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯିବା ପରେ ଏହା ହେଉଛି ବିଶ୍ୱର ପ୍ରଥମ ପ୍ରମୁଖ ମାରାଥନ। ପ୍ରକୃତରେ ଏହା ଏପ୍ରିଲ ୨୬ରେ ଆୟୋଜନ ହୋଇଥାନ୍ତା। ମାତ୍ର କରୋନା ପାଇଁ ଏହାକୁ ଅକ୍ଟୋବର ୪ରେ କରିବା ଲାଗି ସ୍ଥିର ହୋଇଥିଲା। ଆୟୋଜକଙ୍କ ତରଫରୁ ଏଥିପାଇଁ ଜୈବ-ସୁରକ୍ଷିତ ବବ୍‌ଲ ସୃଷ୍ଟି କରାଯାଇଥିଲା। ଧାବକମାନଙ୍କ ଲାଗି ଏକ ସ୍ବତନ୍ତ୍ର ହୋଟେଲରେ ରହଣି ବ୍ୟବସ୍ଥା କରାଯାଇଥିଲା। ଏହି ହେଟେଲର ଚତୁଃପାର୍ଶ୍ୱରେ ୪୦ ଏକର ପରିମିତ ଅଞ୍ଚଳ ରହିଥିଲା। ଧାବକମାନଙ୍କ ଅଭ୍ୟାସ ଲାଗି ଏଥିରେ ସୁବିଧା ରହିଥିଲା। ପ୍ରୋଟୋକଲ ଅନୁସାରେ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ରାଯାଇଥିଲା। ରବିବାର ରେସ୍‌ ପାରମ୍ପରିକ ଷ୍ଟ୍ରିଟ୍‌ରେ ନ ହୋଇ ସେଣ୍ଟ ଜେମ୍ସ ପାର୍କରେ ବିନା ଦର୍ଶକରେ କରାଯାଇଥିଲା। ଏହା ୧୯.୬ ଲାପ୍‌ ବିଶିଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା-ରାହୁଲଙ୍କ ବିରୋଧରେ FIR; ଲାଗିଲା ଗୁରୁତର ଅଭିଯୋଗ!

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ଶୋଭାଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନରେ…

କେବେ ଭାବି ନ ଥିଲି ଏମିତି ଦିନ ଆସିବ: ଭାବବିହ୍ବଳ ହୋଇପଡ଼ିଲେ ମୋଦି

ନୂଆଦିଲ୍ଲୀ,୭।୧୦: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?