ବିଦ୍ୱେଷପୂର୍ଣ୍ଣ ମିଥ୍ୟା

ଅନେକ ସମୟରେ ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ମନେପକାଇବା ଦରକାର। ୪ବର୍ଷ ପୂର୍ବେ ୨୦୨୦ ମାର୍ଚ୍ଚ ୧୦ରୁ ୧୩ ଯାଏ ମୁସଲିମ ଧର୍ମୀୟ ସଙ୍ଗଠନ ତବ୍‌ଲିଗ୍‌ ଦିଲ୍ଲୀରେ ଏକ ବୈଠକ କରିଥିଲା। କୋଭିଡ୍‌ -୧୯ ଆରମ୍ଭ ପୂର୍ବରୁ ଏହା ସ୍ଥିର କରାଯାଇଥିଲା ଏବଂ ସେମାନେ ଯେଉଁ ସମୟରେ ଏକତ୍ରିତ ହୋଇଥିଲେ ସେତେବେଳେ ମହାମାରୀର ବିପଦ ନ ଥିବା ମୋଦି ସରକାର କହିଥିଲେ। ‘କୋଭିଡ୍‌ -୧୯ ସ୍ବାସ୍ଥ୍ୟ ଜରୁରୀ ନୁହେଁ, ଭୟଭୀତ ହେବାର ଆବଶ୍ୟକତା ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ’ ଶୀର୍ଷକ ଖବର ୧୩ ମାର୍ଚ୍ଚ ୨୦୨୦ରେ ପିଟିଆଇରେ ପ୍ରକାଶ ପାଇଥିଲା। ବାସ୍ତବରେ ସମାବେଶ ଉପରେ ଭାରତ ସରକାର ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ତବ୍‌ଲିଗ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଭାରତରେ କୋଭିଡ୍‌ ସଂକ୍ରମଣ ବଢ଼ିବା ଯୋଗୁ ସରକାର ମୁସଲମାନମାନଙ୍କୁ ଘୃଣା ଦୃଷ୍ଟିରେ ଦେଖି ‘କରୋନା ଜିହାଦ’ର ଷଡ଼ଯନ୍ତ୍ର ବିସ୍ତାର କରିବାକୁ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ। ଯେଉଁଠି ସେମାନେ ଏକାଠି ବୈଠକ କରିଥିଲେ କେନ୍ଦ୍ର ସରକାର ସେହି ସ୍ଥାନକୁ ଖାଲି କରିବାକୁ ପଦକ୍ଷେପ ନେଇଥିଲେ। ନୂଆ ପ୍ରକାର କରୋନା ଭୂତାଣୁଜନିତ ପ୍ରଥମ ମୃତ୍ୟୁ ଖବର ପ୍ରକାଶ ପାଇଲା ପରେ ତବଲିଗ୍‌ ଜମାତ ସମାବେଶ ସହ ଏହାର ସମ୍ପର୍କ ଥିବା କୁହାଗଲା ଏବଂ ତା’ ଉପରେ କଟକଣା ଲଗାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରଓ୍ବାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ତବ୍‌ଲିଗ୍‌ ଜମାତର ସଦସ୍ୟମାନେ ବିଭିନ୍ନ ଦେଶ ଭ୍ରମଣ କରିଥିବା ଯୋଗୁ ସଂକ୍ରମଣ ବୃଦ୍ଧି ପାଇଲା। ୧ ଏପ୍ରିଲରେ, ଭାଜପା ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲବ୍ୟ ଟୁଇଟକରି କହିଥିଲେ,ତବଲିଗ୍‌ ସମାବେଶ ଏକ ଇସ୍‌ଲାମିକ ବିଦ୍ରୋହ ସଦୃଶ। କପିଲ ମିଶ୍ର ଏହି ଗୋଷ୍ଠୀକୁ ‘ଆତଙ୍କବାଦ’ ବୋଲି ଅଭିହିତ କରିଥିଲେ। ଏପ୍ରିଲ ୪ ରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ କହିଥିଲେ, ଦିଲ୍ଲୀର ମର୍‌କଜ୍‌ରେ ଅନୁଷ୍ଠିତ ତବ୍‌ଲିଗ୍‌ ବୈଠକରେ ଯୋଗ ଦେଇଥିବା ଲୋକଙ୍କୁ ଗୁଳି ଚଳାଇ ହତ୍ୟା କରାଯିବା ଦରକାର। ଉତ୍ତରପ୍ରଦେଶରେ ତବ୍‌ଲିଗ୍‌ର ସଦସ୍ୟମାନଙ୍କୁ ଆତଙ୍କବାଦ ବିରୋଧୀ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଜେଲରେ ରଖାଯାଇଥିଲା। ୧୮ ଏପ୍ରିଲରେ ଅଗ୍ରଓ୍ବାଲ ଆଉ ଦାବି ଉଠାଇଲେ ଯେ, ଏହି ଗୋଷ୍ଠୀ ହିଁ ମହାମାରୀ ବ୍ୟାପିବାର ମୁଖ୍ୟ କାରଣ। ଏହିପରି କ୍ଷତିକାରକ ମିଥ୍ୟା ନାଗରିକମାନଙ୍କ ମଧ୍ୟରେ ଶୀଘ୍ର ଖେଳିଗଲା। ହିନ୍ଦୀ ଦୈନିକ ଖବରକାଗଜ ଅମର ଉଜାଲା ପ୍ରକାଶ କରିଥିଲା ଯେ, ପଶ୍ଚିମ ଉତ୍ତରପ୍ରଦେଶର ସାହାରନପୁରର ଏକ କେନ୍ଦ୍ରରେ ତବ୍‌ଲିଗ୍‌ ଜମାତର ସଦସ୍ୟମାନେ ଆମିଷ ଖାଦ୍ୟ ମାଗିଥିଲେ ଏବଂ ଡାକ୍ତରଖାନା ଭିତରେ ଖୋଲା ସ୍ଥାନରେ ମଳତ୍ୟାଗ କରିଥିଲେ। ତେବେ ସାହାରନପୁର ପୋଲିସ ଏପରି ଘଟଣା ଘଟି ନାହିଁ ବୋଲି କହିଥିଲା ଏବଂ କାହାଣୀ ସେଇଠି ବନ୍ଦ ହୋଇଗଲା।
ଯେଉଁ ସମୟରେ ତବ୍‌ଲିଗ୍‌ ଗୋଷ୍ଠୀର ସଦସ୍ୟମାନଙ୍କ ଉପରେ ନିର୍ଯାତନା ଜାରି ରହିଥିଲା ସେତେବେଳେ ବିଦେଶୀଙ୍କ ସମେତ ସେମାନଙ୍କୁ ଜେଲରେ ରଖାଯାଇଥିଲା। ସେମାନଙ୍କ ଉପରେ ହତ୍ୟା ଉଦ୍ୟମ ତଥା ଧାରା ୨୬୯ରେ ଅଭିଯୋଗ ଅଣାଯାଇଥିଲା। ଏହି ଯୁକ୍ତିକୁ ପ୍ରୋତ୍ସାହିତ କରୁଥିବା ତତ୍ତ୍ୱଗୁଡିକ ହେଲା- ସେମାନେ ଜାଣିଶୁଣି ସଂକ୍ରମିତ ହୋଇ ଫଳ ଉପରେ ଛେପ ପକାଇବା, ମାସ୍କ ପିନ୍ଧିବାକୁ ମନା କରିବା, ନିଜ ୱାର୍ଡରେ ଉଲଗ୍ନ ହୋଇ ଦୌଡ଼ିବା, ନର୍ସମାନଙ୍କୁ ହଇରାଣ କରିବା। ଏହା ମଧ୍ୟରୁ କୌଣସିଟି ସତ ନ ଥିଲା। ମୁସଲମାନମାନଙ୍କ ପ୍ରତି ଭାରତର ଦୁର୍ଭାବନାକୁ ବିଶ୍ୱ ଲକ୍ଷ୍ୟକଲା। ଦୋଷୀ ସାବ୍ୟସ୍ତ ନ ହୋଇ ଏବଂ କୌଣସି ପ୍ରମାଣ ବିନା ଜମାତ ସଦସ୍ୟମାନଙ୍କୁ ଭବିଷ୍ୟତରେ ଭିସା ଗ୍ରହଣ କ୍ଷେତ୍ରରେ‘କଳା ତାଲିକାଭୁକ୍ତ’ କରାଯାଇଥିଲା। ଜୁନ୍‌ରେ ମୋଦି ସରକାର ଭାରତରେ ନିର୍ଦ୍ଦିଷ୍ଟ ଭାବେ ତବ୍‌ଲିଗ୍‌ ଧାରା ଯୋଡ଼ି ଭିଜା ଆବେଦନ ନୀତିରେ ସଂଶୋଧନ କରିଥିଲେ। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଧର୍ମୀୟ ଗୋଷ୍ଠୀକୁ ଭିଜା ନୀତିରେ ସୂଚିତ କରାଗଲା। ଭାରତରେ ସୁଚିନ୍ତିତ ଭାବେ କୋଭିଡ୍‌ର ସଂକ୍ରମଣ ପାଇଁ ଗଣମାଧ୍ୟମ ଏହି ଗୋଷ୍ଠୀକୁ ଦାୟୀ କରିଥିଲା ଏବଂ ସରକାରଙ୍କୁ ବିଶେଷକରି ବିପର୍ଯ୍ୟସ୍ତ ୨୦୨୦ ଲକ୍‌ଡାଉନ ପାଇଁ ତାଙ୍କ ଉତ୍ତରଦାୟିତ୍ୱରୁ ମୁକ୍ତ କରିଥିଲା। ତେବେ କରୋନା ଭୂତାଣୁକୁ ବିଶ୍ୱରେ ରୋକାଯାଇପାରିବ ନାହିଁ ଓ ଏକାଧିକ ଉପାୟରେ ଏହା ବ୍ୟାପିପାରେ ବୋଲି ଯେତେବେଳେ ସାଧାରଣରେ ଗ୍ରହଣୀୟ ହେଲା ସେତେବେଳେ ‘ତବ୍‌ଲିଗ୍‌ ଷଡ଼ଯନ୍ତ୍ର’ର କାହାଣୀ ଫିକା ପଡ଼ିଗଲା। କୋଭିଡ୍‌ ପରୀକ୍ଷା ନେଗେଟିଭ ହେବା ସତ୍ତ୍ୱେ ଦେଢ଼ମାସରୁ ଅଧିକ ସମୟ ଧରି ସଙ୍ଗରୋଧରେ ରହିଥିବା ଜମାତର ବିଦେଶୀ ସଦସ୍ୟମାନେ ସେଥିରୁ ମୁକ୍ତହେବା ପାଇଁ ୧୯ ମେ’ରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସରକାର କୋର୍ଟଙ୍କୁ କହିଥିଲେ ଯେ, କୌଣସି ପରିଦର୍ଶକଙ୍କୁ ଅଟକାଯାଇ ନାହିଁ, ବରଂ ସେମାନଙ୍କୁ କେବଳ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। କିନ୍ତୁ ୭୦୦ରୁ ଅଧିକ ଜମାତ ସଦସ୍ୟଙ୍କ ପାସ୍‌ପୋର୍ଟ ଜବତ କରାଯାଇଥିଲା ଏବଂ ସେମାନେ ପ୍ରକୃତରେ ମୁକ୍ତ ନ ଥିଲେ।
ଜୁଲାଇ ୬ରେ ଦିଲ୍ଲୀର ସାକେତ୍‌ କୋର୍ଟରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୪୪ ତବ୍‌ଲିଗ୍‌ ଜମାତ ସଦସ୍ୟ ମାମଲା ବନ୍ଦ ବଦଳରେ ୪୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ମନା କରିଦେଇଥିଲେ ଏବଂ ସାହସର ସହ ବିଚାର ପ୍ରକ୍ରିୟାକୁ ସାମ୍ନା କରିବାକୁ ପସନ୍ଦ କରିଥିଲେ। ୧୧ ରାଜ୍ୟ ୨୫୦୦ରୁ ଅଧିକ ତବ୍‌୍‌ଲିଗ ଜମାତ ସଦସ୍ୟଙ୍କ ବିରୋଧରେ ୨୦ଟି ଏଫ୍‌ଆଇଆର୍‌ ଦାଖଲ କରିବାର ୮ ମାସ ପରେ ଡିସେମ୍ବର ସୁଦ୍ଧା କେହି ଦୋଷୀ ସାବ୍ୟସ୍ତ ହୋଇ ନ ଥିଲେ। ବରଂ ସରକାରଙ୍କ କାର୍ଯ୍ୟକଳାପକୁ କୋର୍ଟ କଡ଼ା ସମାଲୋଚନା କରିଥିଲେ। ବିଚାରପତିମାନେ ଏହି ମାମଲାଗୁଡ଼ିକୁ ‘ବିଦ୍ୱେଷପୂର୍ଣ୍ଣ’, ‘ଏକ ଭର୍ଚୁଆଲ ନିର୍ଯାତନା’, ‘ପ୍ରକ୍ରିୟାର ଅପବ୍ୟବହାର’,‘କ୍ଷମତାର ଅପବ୍ୟବହାର’ ବୋଲି କହିଥିଲେ। ସରକାର କୌଣସି ପ୍ରମାଣ ନ ଥାଇ ଏହି ଗୋଷ୍ଠୀ ବିରୋଧରେ କାର୍ଯ୍ୟ କରିଥିଲେ। ଏପରି ଏକ ବିଦ୍ୱେଷପୂର୍ଣ୍ଣ ମିଥ୍ୟାକୁ ଜାଣିଶୁଣି ବିସ୍ତାର କରିବାକୁ ଅନୁମତି ଦିଆଗଲା । ପ୍ରକୃତରେ ଆମେ ଆଜି କେଉଁଠାରେ ଅଛି ସେ ବିଷୟରେ ବୁଝିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?