Posted inUncategorized

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ

ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ସଂଖ୍ୟା ୨୬ରେ ପହଞ୍ଚିଛି। ଫେରାର ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଗିରଫ ଦୁଇ ଜଣ ହେଲେ ରତଙ୍ଗ ପଞ୍ଚାୟତ ଜାର୍ଗିପଦରର ଲିଟୁ କହଁର, ଡଲେରପଡାର ବିକାଶ ନାୟକ।
ଥାନା ପୋଡି ଦିନ ବିକାଶ ଗାଡିକୁ ଥାନା ପରିସରରୁ ଚୋରାଇ ନେଇ ଯାଇଥିଲେ। ସେ ୧୦ ହଜାର ଟଙ୍କାରେ ଲିଟୁଙ୍କୁ ଗାଡି ବିକି ଥିଲେ। ଲିଟୁ ସବୁ ଜାଣି ଗାଡିନଂ (ଓଡି ୩୩ ଏସ ୦୮୨୧)ନେଇ ଚଳାଉଥିଲେ। ଲିଟୁଙ୍କୁ ଗିରଫ କରାଯିବା ପରେ ସେ ବିକାଶ ପାଖରୁ ଗାଡି କିଣିଥିବା କହିଥିଲେ। ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଡିଏସ୍‌ପି କମଲ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ, ଏହି ଥାନା ପୋଡି ଘଟଣାରେ ପୂର୍ବରୁ ପୋଲିସ ୨୪ ଜଣଙ୍କୁ ଗିରଫ କରିଥିଲା। ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ ଥିବା ବେଳେ କାର୍ଯ୍ୟରତ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବିତ କରାଯାଇଥିଲା। ପୋଲିସ ଗାଡିରେ ଗଂଜେଇ ଚାଲାଣ ହେଉଥିବା ନେଇ କିଛି ଗ୍ରାମବାସୀ ଏକ ଭିଡିିଓ ଫୁଟେଜ କରିଥିଲେ।ପୋଲିସ ଗଞ୍ଜେଇ ବ୍ୟବସାୟ କରୁଥିବା ନେଇ ଘଟଣା ପ୍ରଚାରିତ ହେବା ଏବଂ ଭିଡିଓ ଫୁଟେଜ ଭାଇରାଲ ହେବା ପରେ ବହୁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ଅଗଷ୍ଟ ୫ ତାରିଖରେ ସେମାନେ ଏକତ୍ରିତ ହୋଇ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ପାଖରେ ରାସ୍ତାରୋକ କରିଥିଲେ। ଉତ୍ତକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ସଦର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧା ଲୋକଙ୍କ ରୋଷର ଶୀକାର ହୋଇଥିଲେ। ଲୋକେ ଏସ୍‌ଡିପିଓ ଏବଂ ଥାନାର ଏସ୍‌ଆଇ ଜାଲିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଏହାପରେ ଥାନା ଭିତରେ ପସି ପୋଡାଜଳା କରିଥିଲେ। ଏହି ଘଟଣାକୁ ନେଇ ୬୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବାକି ଅନ୍ୟାନ ୩୦୦ ଏଥିରେ ସାମିଲ ଥିବା ଏତଲାରେ ଦର୍ଶାଯାଇଥିଲା। ଥାନାରେ ୧୩୫/୨୩ରେ ମାମଲା ରୁଜୁ ହୋଇଥିଲା।ଏହି ଘଟଣାରେ ୨୮ ଜଣ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri