ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ବିଶ୍ବରେ ପ୍ରାୟ ଏକ ତୃତୀୟାଂଶ ମହିଳା ବା ୮୪ କୋଟି ଲିଙ୍ଗଜନିତ ହିଂସାର ଶିକାର ହେଉଛନ୍ତି। ସେଥିରୁ ୩୧.୬ କୋଟି ସ୍ବାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ହିଂସାର ଶିକାର ହେଉଥିବା ଜଣାପଡ଼ିଛି। ୨୦୨୫ ମସିହାରେ ପ୍ରକାଶିତ, ଜାତିସଂଘ ମହିଳା ତଥା ଜାତିସଂଘର ଡ୍ରଗ୍‌ ଆଣ୍ଡ କ୍ରାଇମ ଦ୍ୱାରା ଫେମିସାଇଡ ରିପୋର୍ଟ ଅନୁସାରେ ୨୦୨୪ରେ ଅନ୍ତର୍ଜାତୀୟ ସ୍ତରରେ ୮୩,୦୦୦ ମହିଳା ଓ ବାଳିକାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିଲା। ସେଥିରୁ ୬୦%ଙ୍କୁ ନିଜ ସ୍ବାମୀ ବା ପରିବାର ସଦସ୍ୟ ହତ୍ୟା କରିଥିଲେ। ଏହି ହାର ପୁରୁଷମାନଙ୍କ କ୍ଷେତ୍ରରେ ୧୧%। ଅର୍ଥାତ୍‌ ବିଶ୍ୱରେ ପ୍ରତିଦିନ ୧୩୭ଜଣ ମହିଳା ଏବଂ ବାଳିକା, ଅର୍ଥାତ୍‌ ପ୍ରତି ୧୦ ମିନିଟ୍‌ରେ ଜଣେ ନିଜ ସ୍ବାମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ହାତରେ ମୃତ୍ୟୁବରଣ କରିଥାଆନ୍ତି। ଏପଷ୍ଟିନ ଫାଇଲରୁ ଜଣାପଡ଼ିଛି ଯେ କିପରି ସମଗ୍ର ବିଶ୍ୱରେ ରାଜନେତା, ବ୍ୟବସାୟୀ, ଶିଳ୍ପପତି, ପୁଞ୍ଜିପତିମାନେ ବୀଭତ୍ସ ଯୌନ ବ୍ୟଭିଚାରରେ ଲିପ୍ତ ରହିଛନ୍ତି, ଯାହା ମହିଳା ବିରୋଧୀ କୁତ୍ସିତ ମାନସିକତା ପ୍ରକାଶ କରୁଛି।
୨୦୨୫ ଡିସେମ୍ବରରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ୨୦୨୩ ଅନୁଯାୟୀ, ସାରା ଦେଶରେ ମହିଳାଙ୍କ ବିରୋଧରେ ସଂଗଠିତ ଅପରାଧ ମାମଲା ରୁଜୁ ସଂଖ୍ୟା ବୃଦ୍ଧି ପାଇଚାଲିଛି। ଅପରାଧ ସଂଖ୍ୟା ୨୦୧୪ରେ ୩.୩୭ ଲକ୍ଷ ଥିଲାବେଳେ ୩୨.୯୩% ବୃଦ୍ଧିପାଇ ୨୦୨୪ରେ ୪.୪୮ ଲକ୍ଷରେ ପହଞ୍ଚତ୍ଛି। ୨୦୧୪ରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୫୬.୩ ଜଣ ଅପରାଧର ଶରବ୍ୟ ହୋଇଥିଲାବେଳେ, ଏହି ହାର ୨୦୨୩ରେ ୬୬.୨ ରହିଛି। ଅର୍ଥାତ୍‌ ପ୍ରତି ୧ ଘଣ୍ଟାରେ ଭାରତରେ ୫୧ ଜଣ ମହିଳା ଅପରାଧର ଶରବ୍ୟ ହୁଅନ୍ତି। ଦୁଃଖର ବିଷୟ ହେଉଛି ଭାରତରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ଅଧିକାଂଶ ମାମଲା ବା ମୋଟ ଅପରାଧର ୨୯.୮୨% (୧,୩୩,୬୭୬) ସ୍ବାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସଂଗଠିତ ହୋଇଥାଏ। ସେହିପରି ୧୮.୭୧% (୮୩,୮୯୧) ଅପରାଧ ମହିଳାଙ୍କ ସତିତ୍ୱ ଲୁଣ୍ଠନ ପାଇଁ ବା ଅସଦାଚରଣଜନିତ ହୋଇଥିଲାବେଳେ ୧୯.୭୭% (୮୮,୬୦୫) ମହିଳା ଅପହରଣ ଏବଂ ୬.୬୨% (୨୯,୬୭୦) ବଳାତ୍କାର, ୦.୬୨% (୨୭୯୬) ବଳାତ୍କାର ପାଇଁ ଉଦ୍ୟମ, ୧.୩୭% (୬,୧୫୬) ଯୌତୁକଜନିତ ହତ୍ୟା, ୧୧୩ ଏସିଡଜନିତ। ଆହୁରି ସାଇବର ଅପରାଧ, ମହିଳା ଚାଲାଣ ରହିଛି। ଗତବର୍ଷ ତୁଳନାରେ ସାଇବର୍‌ ଅପରାଧ ୩୧.୨% ବୃଦ୍ଧି ପାଇଛି। ଭାରତରେ ୭.୩କୋଟି ଏକାକୀ ମହିଳା ଅଛନ୍ତି ଯେଉଁମାନେ ପ୍ରେମ ଏବଂ ସ୍ନେହରୁ ବଞ୍ଚିତ। ଭାରତରେ ନିଖୋଜ ମହିଳାଙ୍କ ସଂଖ୍ୟା ୨୦୧୯ରୁ ୨୦୨୧ ମଧ୍ୟରେ ୧୩.୧୩ ଲକ୍ଷରେ ପହଞ୍ଚିଛି। ମୋଟ ଉପରେ ୪.୬କୋଟି। ଓଡ଼ିଶାରେ ଗତ ୧୮ ମାସରେ ନାରୀ ନିର୍ଯାତନା ଶୀର୍ଷରେ ପହଞ୍ଚିଛି। ବିଧାନସଭାରେ ଉପସ୍ଥାପିତ ଉତ୍ତର ଅନୁସାରେ ଗତ ୧୫ ମାସ ମଧ୍ୟରେ ଓ ମୋଟ ୩୭,୬୧୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ୪୦୦୦ରୁ ଅଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ରାଜଧାନୀ ଭୁବନେଶ୍ବର ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ।
ଲିଙ୍ଗଗତ ଅସମାନତା ଆହୁରି ଗଭୀର ହେଉଛି। ଭାରତରେ ଭୟଙ୍କର। ମାର୍ଚ୍ଚ ୨୦୨୪ ରେ ପ୍ରକାଶିତ ମିଳିତ ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମର ଲିଙ୍ଗଗତ ଅସମାନତା ସୂଚକାଙ୍କ ୨୦୨୨ରେ ଭାରତ ୧୯୩ ଦେଶ ମଧ୍ୟରୁ ୧୦୭ ଦେଶ ପଛରେ (୧୦୮ସ୍ଥାନରେ) ରହିଛି। ବିଶ୍ୱ ଅର୍ଥନୈତିକ ମଞ୍ଚର ୧୮ ତମ ବିଶ୍ୱ ଲିଙ୍ଗ ପ୍ରଭେଦ ସୁଚକାଙ୍କ ୨୦୨୫ ଅନୁସାରେ ଯେଉଁପରି ମନ୍ଥର ଭାବେ ଲିଙ୍ଗଗତ ଅସମାନତା ହ୍ରାସ ପାଉଛି , ସେହି ଅନୁସାରେ ବିଶ୍ବରେ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମକକ୍ଷ ହେବା ପାଇଁ ୧୩୪ବର୍ଷ ଲଗିବ। ଏହି ଲିଙ୍ଗ ଜନିତ ପାର୍ଥକ୍ୟ ବିଶ୍ୱ ହାରାହାରି ଠାରୁ ଭାରତରେ ଅଧିକ ଗୁରୁତର। ବିଶ୍ୱ ଲିଙ୍ଗଗତ ସମାନତା ୬୮.୮% ହାସଲ ହେଲା ବେଳେ ଲିଙ୍ଗ ଜନିତ ପ୍ରଭେଦ ଆହୁରି ୩୧.୨ % ବାକି ରହିଛି। ଅପରପକ୍ଷରେ ଭାରତ ଲିଙ୍ଗଗତ ସମାନତା ୬୪.୧ % ହାସଲ କରିଲାବେଳେ ଲିଙ୍ଗ ଜନିତ ପ୍ରଭେଦ ଆହୁରି ୩୫.୯ % ରହିଛି। ୨୦୨୫ ସୂଚକାଙ୍କରେ ଭାରତ ୧୩୧ ସ୍ଥାନରେ ପହଞ୍ଚିଛି। ଅର୍ଥାତ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବାରେ ଏବେବି ୧୩୦ଟି ଦେଶ ତଳେ ଭାରତ ରହିଛି। ଗତବର୍ଷଠାରୁ ଦୁଇଅଙ୍କ ତଳକୁ ଖସିଛି। ଭାରତ ବର୍ତ୍ତମାନ ବାଂଲାଦେଶ(୭୫), ନେପାଳ(୧୨୫) ଏବଂ ଶ୍ରୀଲଙ୍କା (୧୩୦) ସମେତ ଅଧିକାଂଶ ଦକ୍ଷିଣ ଏସୀୟ ଦେଶ ତୁଳନାରେ ପଛରେ ମଧ୍ୟ ଅଛି।
ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ ଅନୁସାରେ ଭାରତ ତଥା ବିଶ୍ୱରେ ଲିଙ୍ଗ ଅସମାନତା ଗଭୀର ଏବଂ ବ୍ୟାପକ। ସମସ୍ତ ଅଞ୍ଚଳରେ ଦରମା ପାର୍ଥକ୍ୟ ରହିଛି। ଘରୋଇ ଏବଂ ଯତ୍ନ କାର୍ଯ୍ୟକୁ ହିସାବକୁ ନେଲେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଘଣ୍ଟା କାମ କରନ୍ତି। ପୁରୁଷମାନେ ପ୍ରତି ସପ୍ତାହରେ ହାରାହାରି ୪୩ ଘଣ୍ଟା କାର୍ଯ୍ୟ କରିଲାବେଳେ ମହିଳାମାନେ ୫୩ ଘଣ୍ଟା କାର୍ଯ୍ୟ କରନ୍ତି। ତଥାପି ସେମାନଙ୍କ କାମକୁ କମ୍‌ ମୂଲ୍ୟ ଦିଆଯାଇଛି। ଅବୈତନିକ କାମକୁ ବାଦ ଦେଲେ, ମହିଳାମାନେ ପୁରୁଷଙ୍କ ଘଣ୍ଟା ପ୍ରତି ଆୟର କେବଳ ୬୧% ରୋଜଗାର କରନ୍ତି; ଯେତେବେଳେ ଅବୈତନିକ ଶ୍ରମକୁ ସାମିଲ କରାଯାଏ, ଏହି ସଂଖ୍ୟା ମାତ୍ର ୩୨%କୁ ଖସିଯାଏ। ଏହି ବୈଷମ୍ୟ ଓ ପାତର ଅନ୍ତର ମହିଳାମାନଙ୍କ କ୍ୟାରିୟର ସୁଯୋଗକୁ ସୀମିତ କରେ, ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣକୁ ସଙ୍କୁଚିତ କରେ ଏବଂ ସମ୍ପଦ ଅର୍ଜନକୁ ନକାରାତ୍ମକ ଭାବେ ପ୍ରଭାବିତ କରେ। କେବଳ ସେତିକି ନୁହେଁ, ନିଯୁକ୍ତି ଦେଲାବେଳେ ମହିଳା ପଛରେ, କିନ୍ତୁ ଛଟେଇବେଳେ ମହିଳା ଆଗରେ। ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପ୍ରଦାନବେଳେ କନ୍ୟା ଶିଶୁକୁ କମ୍‌ ଗୁରୁତ୍ୱ ଦିଆଯାଏ।
ଲିଙ୍ଗ ସମାନତା କେବଳ ଏକ ସାମାଜିକ ଓ ନୈତିକ ଆବଶ୍ୟକତା ନୁହେଁ, ଏହା ଏକ ଶକ୍ତିଶାଳୀ ଆର୍ଥିକ ଚାଳକ ମଧ୍ୟ। ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ଅଧ୍ୟୟନ ଅନୁସାରେ, ନିଯୁକ୍ତି, ଶିକ୍ଷା ଓ ଡିଜିଟାଲ ପ୍ରାପ୍ତି ବା ପହଞ୍ଚରେ ଥିବା ଲିଙ୍ଗଗତ ପାର୍ଥକ୍ୟ କମାଇବା ଦ୍ୱାରା ବିଶ୍ୱ ଏବଂ ବିଭିନ୍ନ ଦେଶର ଜିଡିପି ଦ୍ରୁତ ଭାବେ ବୃଦ୍ଧି ପାଇପାରେ। ଅବଶ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା କେବଳ ନ୍ୟାୟର ପ୍ରଶ୍ନ ନୁହେଁ; ଏହା ସମାବେଶୀ ଆର୍ଥିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ। ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପ୍ରଯୁକ୍ତିବିଦ୍ୟା, ଆଇନଗତ ଏବଂ କର୍ମକ୍ଷେତ୍ର ସୁଯୋଗରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ସୁଯୋଗ ଦେଲେ ଆର୍ଥିକ ବିକାଶ ନିରନ୍ତର ଓ ସମତୁଲ ହେବ।

ଡ଼. ସନ୍ତୋଷ କୁମାର ମହାପାତ୍ର

ମୋ:୯୪୩୭୨୦୮୭୬୨

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?