Posted inଜାତୀୟ

ବଡ଼ ଖବର! ଏହି ରାଜ୍ୟରେ ଅକ୍ଟୋବର ୧ରୁ ମିଳିବନି ପେଟ୍ରୋଲ୍-ଡିଜେଲ୍

ଚଣ୍ଡିଗଡ଼,୧୬।୯: ହରିୟାଣାରେ ୧ ଅକ୍ଟୋବର ୨୦୨୬ରୁ ଯାନବାହନ ଚଳାଚଳକୁ ନେଇ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏନ୍‌ସିଆର ଅଞ୍ଚଳରେ ପୁରୁଣା ଓ ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ କରୁନଥିବା ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବାକୁ ନୂଆ ବ୍ୟବସ୍ଥା ଲାଗୁ କରାଯିବ । ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (CAQM)ଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିୟମ ପ୍ରଥମ ପର୍ଯ୍ୟାୟରେ ହରିୟାଣାର ଏନ୍‌ସିଆର ଅଧୀନ ୪ ଜିଲା—ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜରରେ ଲାଗୁ ହେବ।

ନିୟମ ଅନୁଯାୟୀ, ଯେଉଁ ଗାଡ଼ି ପରିବେଶ ସମ୍ପର୍କିତ ମାନଦଣ୍ଡ ପୂରଣ କରୁନାହିଁ କିମ୍ବା ନିର୍ଦ୍ଧାରିତ ବୟସ ସୀମା ପୂରଣ କରିସାରିଛି, ତାହାକୁ ଅକ୍ଟୋବର ୧ରୁ ଏହି ଅଞ୍ଚଳର ପେଟ୍ରୋଲ ପମ୍ପରେ ଇନ୍ଧନ ଦିଆଯିବ ନାହିଁ।ସୁପ୍ରିମକୋର୍ଟ ଓ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (NGT)ର ପୂର୍ବ ନିର୍ଦ୍ଦେଶ ଅନୁସାରେ ସାଧାରଣତଃ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏହି ଶ୍ରେଣୀରେ ଆସିଥାଏ।

ଏହି ନିୟମକୁ କଡ଼ାକଡ଼ିରେ ଲାଗୁ କରିବା ପାଇଁ ହରିୟାଣା ପରିବହନ ବିଭାଗ ପେଟ୍ରୋଲ ପମ୍ପରେ Automated Number Plate Recognition (ANPR) କ୍ୟାମେରା ଲଗାଇବ । ପ୍ରଥମ ପର୍ଯ୍ୟାୟରେ ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝଜ୍ଜରର ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରାୟ ୭୭୫ଟି ANPR କ୍ୟାମେରା ଲଗାଯିବ । ଏଥିପାଇଁ ପ୍ରାୟ ୪୧.୭୪ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ଦିଆଯାଇଥିବା ସୂଚନାରେ କୁହାଯାଇଛି । ପେଟ୍ରୋଲ ପମ୍ପକୁ ଆସୁଥିବା ଗାଡ଼ିର ନମ୍ବର ପ୍ଲେଟ୍‌ କ୍ୟାମେରା ଦ୍ୱାରା ସ୍କାନ୍‌ କରାଯିବ । ଯଦି ଗାଡ଼ିଟି ଏଣ୍ଡ୍‌-ଅଫ୍‌-ଲାଇଫ୍‌ ଯାନ ତାଲିକାରେ ଥାଏ, ତେବେ ସିଷ୍ଟମ୍‌ ପକ୍ଷରୁ ଆଲର୍ଟ ମିଳିବ ଏବଂ ପମ୍ପ କର୍ମଚାରୀ ଇନ୍ଧନ ଦେବାକୁ ମନା କରିପାରିବେ।

ବର୍ତ୍ତମାନ ଏହି ବ୍ୟବସ୍ଥା ହରିୟାଣାର ଏନ୍‌ସିଆର ଅଧୀନ ୪ଟି ଜିଲାରୁ ଆରମ୍ଭ ହେଉଛି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ବିସ୍ତାର କରିବାର ଯୋଜନା ରହିଛି। ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ଏକ ଦୀର୍ଘଦିନର ସମସ୍ୟା। ପୁରୁଣା ଯାନବାହନରୁ ନିର୍ଗତ ଧୂଆଁକୁ ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ ଭାବେ ଧରାଯାଏ । ତେଣୁ ପେଟ୍ରୋଲ ପମ୍ପ ସ୍ତରରେ ଏଭଳି ଯାନକୁ ଚିହ୍ନଟ କରି ଇନ୍ଧନ ଯୋଗାଣ ବନ୍ଦ କରିବା ଦ୍ୱାରା ରାସ୍ତାରେ ପୁରୁଣା ଯାନର ସଂଖ୍ୟା କମାଇବା ଉଦ୍ଦେଶ୍ୟ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, ଅଞ୍ଚଳରେ ଶୋକର ଛାୟା

ପାତ୍ରପୁର,୧୬।୯(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମର ପ୍ରତାପ ବାଡ଼ତ୍ୟା ଓ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?