Posted inଜାତୀୟ

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଯୋଗ ଗୁରୁ ରାମଦେବଙ୍କ ବିବୃତ୍ତି କରୋନା ଯୋଦ୍ଧାମାନଙ୍କୁ ଅସମ୍ମାନ। ଏହା ଦେଶର ଭାବନାକୁ ଗଭୀର ଆଘାତ ଦେଇଛି। ତେଣୁ ସେ ନିଜର ଆପତ୍ତିଜନକ ବିବୃତ୍ତି ପ୍ରତ୍ୟାହାର କରନ୍ତୁ।
ସୂଚନାଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ଦୁଇ ମିନିଟର ୧୯ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବାବା ରାମଦେବ ତାଙ୍କ ଫୋନରେ ମେସେଜ୍‌ ପଢୁଥିବା ନଜର ଆସିଛନ୍ତି। ମେସେଜ୍‌ରେ ଏଲୋପାଥିକ ଓଷଧ ଉପରେ ସେ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସମସ୍ତ ଏଲୋପାଥିକ ଔଷଧ ବିଫଳ ହୋଇଛି। ଜ୍ୱର ପାଇଁ ମଧ୍ୟ ଔଷଧ କାମ କରୁନାହିଁ। ଔଷଧ ଶରୀରର ତାପମାତ୍ରାକୁ ହ୍ରାସ କରିଥାଏ, କିନ୍ତୁ ଜ୍ୱର କାହିଁକି ଆସୁଛି, ଏହାକୁ ରୋକାଯାଇପାରିବ ନାହିଁ। ଭିଡିଓରେ ବାବା ରାମଦେବ କହିଛନ୍ତି ଯେ ଏଲୋପାଥିକ ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ହର୍ଷବର୍ଦ୍ଧନ ରବିବାର କହିଛନ୍ତି,ଏଲୋପାଥିକ ଓଷଧ ଏବଂ ଡାକ୍ତରଙ୍କ ଉପରେ ଦେଇଥିବା ମନ୍ତବ୍ୟ ଦ୍ୱାରା ଦେଶବାସୀ ଗଭୀର ଆଘାତ ପାଇଛନ୍ତି। କରୋନା ବିରୋଧରେ ଦିନରାତି ଲଢୁଥିବା ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ସମଗ୍ର ଦେଶବାସୀଙ୍କ ପାଇଁ ଦେବତୁଲ୍ୟ ଅଟନ୍ତି। ରାମଦେବ କେବଳ କରୋନା ଯୋଦ୍ଧାଙ୍କୁ ଅସମ୍ମାନ କରିନାହଁାନ୍ତି, ବରଂ ଦେଶବାସୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛନ୍ତି ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଦୃଢ ଆପତ୍ତି ଉଠାଇଛି। ରାମଦେବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ଦାବି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?