Posted inଖେଳ

ପରାଜୟକୁ ନେଇ ଚିନ୍ତାରେ ହରମନ୍‌ପ୍ରୀତ୍‌

ବର୍ମିଂହାମ୍‌,୯ା୮ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ମହିଳା କ୍ରିକେଟ ସାମିଲ ହୋଇଥିବା ବେଳେ ରୌପ୍ୟ ପଦକ ବିଜୟୀ ହୋଇଥିଲା ଭାରତ। ତେବେ ଫାଇନାଲ ମ୍ୟାଚ୍‌ରେ ପରାଜୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଅଧିନାୟିକା ହରମନପ୍ରୀତ୍‌ କୌର୍‌। ଭାରତ ବିଗତ କିଛିବର୍ଷ ଭିତରେ ଟାଇଟଲ ଲଢ଼େଇରେ ଅନେକ ଭୁଲ୍‌ କରିଛି। ଏହି ଭୁଲ୍‌ଗୁଡିକ ସୁଧାରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ୨୦୧୭ ଦିନିକିଆ ବିଶ୍ୱକପ୍‌ ଫାଇନାଲ ହେଉ କି ୨୦୨୦ ଟି୨୦ ଟାଇଟଲ ଲଢ଼େଇ ସବୁଥିରେ ଭାରତ ଚାପର ବଶବର୍ତ୍ତୀ ହୋଇ ପରାଜିତ ହେଉଛି। ପ୍ରତି ଫାଇନାଲ ମୁକାବିଲାରେ ଭାରତ ମାନସିକ ଚାପର ବଶବର୍ତ୍ତୀ ହୋଇ ପରାସ୍ତ ହେଉଥିବା ବେଳେ ଆଗାମୀ ଦିନରେ ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ଭାରତୀୟ ବୋଲରମାନେ ଠିକ୍‌ ପ୍ରଦର୍ଶନ କରୁଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଗଭୀର ଭାବରେ ପ୍ରଭାବିତ ହେଉଛି। ଲିଗ୍‌ ପର୍ଯ୍ୟାୟ କିମ୍ବା ଦ୍ୱିପାକ୍ଷିକ ସିରିଜ୍‌ରେ ଭାରତର ପ୍ରଦର୍ଶନ ଆଉ ଫାଇନାଲ ପ୍ରଦର୍ଶନ ଭିତରେ ଆକାଶ ପାତାଳ ଫରକ ରହୁଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଅନ୍ତିମ ୬ ଓଭରରୁ ୫୦ ରନ୍‌ ଆବଶ୍ୟକ ଥିବା ବେଳେ ହାତରେ ୮ ଉଇକେଟ ରହିଥିଲା। ଏପରି ସ୍ଥିତିରେ ମାତ୍ର ୧୩ ରନ୍‌ ମଧ୍ୟରେ ଅନ୍ତିମ ୫ ଉଇକେଟ ହରାଇବା ସହିତ ଦଳ ପରାଜିତ ହୋଇଥିଲା। ହରମନ୍‌ପ୍ରୀତ ଏବଂ ଜେମିମା ରୋଡ୍ରିଗ୍ବେଜଙ୍କ ମଧ୍ୟରେ ୯୬ ରନ୍‌ର ଭାଗୀଦାରି ହୋଇଥିଲା। ତେବେ ଉଭୟଙ୍କ ଉଇକେଟ ପତନ ଖରାପ ଶଟ୍‌ ସିଲେକ୍ସନ୍‌ କାରଣରୁ ହୋଇଥିଲା। ତେବେ ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରକାର ଓ ସେ କ୍ରିଜ୍‌ରେ ଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି କହିଥିଲେ ହରମନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri