Posted inଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ସାମିଲ କରାଯାଇଛି।

ପ୍ରଥମ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ନେତୃତ୍ୱ ଦିଆଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି। ଦଳରେ ୧୫ ଜଣିଆ ମୁଖ୍ୟ ଟିମ୍‌ ସହିତ ୩ ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ଶ୍ରୀଲଙ୍କା ସିରିଜରୁ ବାଦ ପଡିଥିବା ସ୍ନେହ ରାଣା, ହରଲିନ୍‌ ଦେଓଲ ଏବଂ ଉଇକେଟ୍‌ କିପର ତାନିୟା ଭାଟିଆ ଦଳକୁ ଫେରିଛନ୍ତି। ଦଳରେ ଦୁଇ ଜଣ ଉଇକେଟ କିପର ରହିଥିବା ବେଳେ ରିଚା ଘୋଷ, ସିମରନ୍‌ ବାହାଦୂର ଏବଂ ପୁନମ ଯାଦବଙ୍କୁ ଷ୍ଟାଣ୍ଡବାଇ ରଖାଯାଇଛି।

ଭାରତୀୟ ଦଳ: ହରମନପ୍ରୀତ କୌର୍‌(ଅଧିନାୟିକା), ସ୍ମୃତି ମନ୍ଧାନା(ଉପ ଅଧିନାୟିକା), ଶେଫାଳି ବର୍ମା, ସଭିନେନି ମେଘନା, ତାନିୟା ଭାଟିଆ(ଉଇକେଟ୍‌ କିପର), ୟସ୍ତିକା ଭାଟିଆ(ଉଇକେଟ୍‌ କିପର), ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକ୍ୱାଡ, ପୂଜା ବସ୍ତ୍ରକାର,ମେଘନା ସିଂ, ରେଣୁକା ଠାକୁର, ଜେମିମା ରଡ୍ରିଗ୍ବେସ୍‌, ରାଧା ଯାଦବ, ହରଲିନ୍‌ ଦେଓଲ, ସ୍ନେହ ରାଣଶ। ଷ୍ଟାଣ୍ଡବାଇ: ରିଚା ଘୋଷ, ସିମରନ୍‌ ବାହାଦୂର, ପୁନମ ଯାଦବ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି: ସିକ୍କିମକୁ ହରାଇଲା ଓଡିଶା, ପ୍ରିତମ ମ୍ୟାନ ଅଫ୍‌ ଦ ମ୍ୟାଚ

ସମ୍ବଲପୁର, ୭।୧(ବ୍ୟୁରୋ): ସୌରଭ ଗୌଡଙ୍କ ଦ୍ୱିଶତକ ଓ ବୋଲର ପ୍ରିତମ ସିଂ ଚୌହାନଙ୍କ ଘାତକ ବୋଲିଂ ସହାୟତାରେ ଓଡିଶା ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ...

ଅନୁଷ୍କାଙ୍କ ପୂର୍ବରୁ ଏହି ଯୁବତୀଙ୍କୁ ମନ ଦେଇ ବସିଥିଲେ ବିରାଟ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି। ନିକଟରେ ଏହି ଦମ୍ପତି ଏକ...

ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥି, ସାକ୍ଷୀ କହିଲେ ମିସ୍‌ ୟୁ ମାହି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଛନ୍ତି। ସ୍ବାଧୀନତା ଦିବସରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସର...

ସୁସ୍ଥ ଅଛନ୍ତି ରସିଦ ଖାଁ

ଟଣ୍ଟନ,୯ା୬: ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାଁ ଏବେ ଫିଟ୍‌ ଅଛନ୍ତି। ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଲୋକି ଫର୍ଗୁସନଙ୍କ ଏକ ଶଟ୍‌ ପିଚ...

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ...

ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ : ଭାରତୀୟଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି

ନୁର-ସୁଲତାନ(କାଜାଖସ୍ଥାନ),୧୫।୯(ପି.ଟି.)- ଏଠାରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ରେସଲର ମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ରବିବାର ଭାରତୀୟ ଗ୍ରୀକୋ- ରୋମାନ ରେସଲରଙ୍କ ନୈରାଶ୍ୟଜନକ...

ଆଜିର ଦିନରେ ଓଡିଆଇ କ୍ରିକେଟରେ ସର୍ବାଧିକ ରନ୍‌ କରିଥିଲେ ରୋହିତ

ନୂଆଦିଲ୍ଲୀ,୧୩।୧୧- ହିଟ୍‌ମ୍ୟାନ ଭାବେ ପରିଚିତ ଭାରତୀୟ ଓପନର ରୋହିତ ଶର୍ମା ଆଜକୁ ଠିକ୍‌ ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୪ ନଭେମ୍ବର ୧୩ ତାରିଖରେ ଅନ୍ତର୍ଜାତୀୟ...

ମ୍ୟାଚ ବାତିଲ:ଦକ୍ଷିଣ ଆଫ୍ରିକାକୁ ପ୍ରଥମ ପଏଣ୍ଟ

ସାଉଥାମ୍ପଟନ, ୧୧ା୬ (ପି.ଟି.)-ସୋମବାର ଏଠାରେ ଦକ୍ଷିଣ ଆଫ୍ରିକା ବନାମ ଓ୍ବେଷ୍ଟଇଣ୍ଡିଜ ବିଶ୍ୱକପ୍‌ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଖେଳ ସ୍ଥଗିତ ରଖାଯିବା ବେଳକୁ ଟସ୍‌ରେ...

Advertisement
Archives

Model This Week