ଚାଲିଛି ହାର୍‌ଜିତ୍‌ ଆକଳନ

ଚଣ୍ଡିଖୋଲ,୨୬ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକର ୪୩ ପଞ୍ଚାୟତରେ ୧୮ ତାରିଖରେ ମତଦାନ ଶେଷ ହୋଇଛି। ଏହାପରେ ପ୍ରାର୍ଥୀ ହାର୍‌ଜିତକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି। ୬୩୭ୱାର୍ଡ ପାଇଁ ୧ଲକ୍ଷ ୪୬ ହଜାର ୧୨୮ଜଣ ଭୋଟର ମତଦାନ କରିଛନ୍ତି। ୪୩ ପଞ୍ଚାୟତ ସମେତ ୫ଟି ଜୋନ୍‌ ଜିଲା ପରିଷଦ ସଭ୍ୟ ପାଇଁ ୭୫.୧୨ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ତେବେ ୨୬ତାରିଖରୁ ଭୋଟ୍‌ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏହା ପୂର୍ବରୁ ପ୍ରାର୍ଥୀ ସେମାନଙ୍କ ଆକଳନ କରୁଥିଲାବେଳେ ଏହି ଗଣିତ କେତେବେଳେ ଠିକ୍‌ ହେଉଛି ତ କେତେବେଳେ ଭୁଲ୍‌ ହୋଇଯାଉଛି। ବିଭିନ୍ନ ଦଳର ପ୍ରାର୍ଥୀ ଦଳୀୟ କର୍ମୀଙ୍କ ବିରୋଧକୁ ନେଇ ଆଶଙ୍କାରେ ଅଛନ୍ତି। ଏ ପର୍ଯ୍ୟନ୍ତ ଦୈନିକ ହାରଜିତ୍‌ର ଅଙ୍କକଷା ଚାଲିଥିଲା ବେଳେ ତାହା ଛିଡ଼ି ପାରୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ ପ୍ରାର୍ଥୀ ରହିଛନ୍ତି। ବଡ଼ଚଣା ବ୍ଲକର ୫ ଜିଲା ପରିଷଦ ଜୋନ୍‌ରେ ୧୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ୪୩ ପଞ୍ଚାୟତରେ ୧୬୫ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେଥିରୁ ଧାନମଣ୍ଡଳ ପଞ୍ଚାୟତର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି। ଯେଉଁଥି ପାଇଁ ପଞ୍ଚାୟତରୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ୫ଜଣ ପ୍ରାର୍ଥୀଙ୍କ ନିର୍ବାଚନ ସ୍ଥଗିତ ରହିଛି। ସେହିଭଳି ୪୩ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ୧୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଏ ବିଜୟୀ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଚଣ୍ଡିଖାଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ୍‌ ମଧ୍ୟରେ ଭୋଟ୍‌ ବାକ୍ସ ଗଚ୍ଛିତ ହୋଇ ରହିଛି। ୨୬ ତାରିଖରେ ୧୬ନମ୍ବର ଜୋନ୍‌ର ଜିଲା ପରିଷଦ ପ୍ରାର୍ଥୀଙ୍କ ସମେତ ୯ ପଞ୍ଚାୟତର ପ୍ରାର୍ଥୀଙ୍କ ଫଳାଫଳ ଜଣାପଡ଼ିବ। ୨୭ତାରିଖରେ ୧୭ନମ୍ବର ଓ ୧୮ନମ୍ବର ଦୁଇ ଜିଲା ପରିଷଦ ଜୋନ୍‌ ମଧ୍ୟରେ ରହିଥିବା ୧୬ ପଞ୍ଚାୟତର ଭୋଟ୍‌ ଗଣତି କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି। ୨୮ତାରିଖରେ ୧୯ନମ୍ବର ଓ ୨୦ ନମ୍ବର ୨ ଜିଲାପରିଷଦ ଜୋନ୍‌ ସମେତ ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ବଡ଼ଚଣା ବିଡିଓ ଅଜିତ୍‌ ନାରାୟଣ ଗିରି ସୂଚନା ଦେଇଛନ୍ତି। ତେବେ ଫଳାଫଳ ପ୍ରକାଶ ପରେ ହିଁ ହାର୍‌ଜିତର ଅଙ୍କ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

ଭୁଶୁଡ଼ି ପଡ଼ିଲାଣି ପ୍ରାଥମିକ ଶିକ୍ଷା

ଭୁବନେଶ୍ୱର, ୪ା୮(ବ୍ୟୁରୋ): ୫ମ ଶ୍ରେଣୀ ପିଲାଙ୍କୁ ମିଶାଣ ଫେଡାଣ, ହରଣ ଗୁଣନ ଜଣାନାହିଁ। ସେମାନେ ଦ୍ୱିତୀୟ ଶ୍ରେଣୀ ପାଠ ବିଷୟରେ କହିପାରୁ ନାହାନ୍ତି। ରାଜ୍ୟରେ ପ୍ରାଥମିକ...

ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ଜଳ -ଶହେ ଏକର ଜମି ପଡ଼ିଆ ପଡ଼ିବା ଆଶଙ୍କା

ବନ୍ତ,୧୭।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ ଛୟାଳସିଂହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଶାଳକଣିଆ,ବାଙ୍ଗୋରପଦୀ, ସଖିପାଟଣା ମୌଜାର ସରକାରୀ ଚକ ରାସ୍ତା ଓ ସରକାରଙ୍କ ଦ୍ୱାରା...

ମନ୍ଦିର ଗର୍ଭଗୃହକୁ ପଶିଲେ ଭକ୍ତ, ଆରଡ଼ିରେ ଅସନ୍ତୋଷ

ଆରଡ଼ି,୬ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ କିଛି ଭକ୍ତଙ୍କୁ ସେବାୟତମାନେ ଶନିବାର ପ୍ରବେଶ କରାଇଥିବା ଅନ୍ୟ କେତେ...

୪୫ ଆପ୍‌ ହଟାଇବାକୁ ଗୁଗଲ୍‌କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ...

ପରୀ ହତ୍ୟା ମାମଲା: ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ,୩୦।୧୧: ନୟାଗଡ଼ ପରୀ ଅପହରଣ, ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ। ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ, ବରଗଡ଼...

ରାଜ୍ୟରେ ଆରମ୍ଭ ହେବ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ରାଜ୍ୟରେ ‘ଆଇବିଏମ୍‌ ଷ୍ଟିମ୍‌ ଫର୍‌ ଗର୍ଲସ’ କାର୍ଯ୍ୟକ୍ରମ ପ୍ରଚଳନ କରିବା ପାଇଁ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇବିଏମ୍‌ ଇଣ୍ଡିଆ...

Advertisement
Archives

Model This Week