Posted inଖେଳ

ହରିକ୍ରିଷ୍ଣା ଜିତିଲେ ଚେସ୍‌ ଇଭେଣ୍ଟ

ଚେନ୍ନାଇ, ୨୦ା୭ (ପି.ଟି.)- ଭାରତର ଗ୍ରାଣ୍ଡମାଷ୍ଟର ପି. ହରିକ୍ରିଷ୍ଣା ଆକ୍ସେଣ୍ଟସ ଚେସ୍‌ ୯୬୦ ଟୁର୍ନାମେଣ୍ଟ ଜିତିଛନ୍ତି। ୫୩ତମ ବିଲ୍‌ ଚେସ୍‌ ଫେଷ୍ଟିଭାଲ୍‌ ୨୦୨୦ର ଏହା ହେଉଛି ଏକ ଅଂଶ ବିଶେଷ। ୭ ରାଉଣ୍ଡ ଖେଳରେ ହରିକ୍ରିଷ୍ଣା ୫.୫ ପଏଣ୍ଟ ଅର୍ଜନ କରିଥିଲେ। ଇଭେଣ୍ଟରେ ହରିକ୍ରିଷ୍ଣା (୨୬୯୦ ଏଲୋ ପଏଣ୍ଟ) ଅପରାଜେୟ ରହିଥିଲେ। ଫାଇନାଲ ରାଉଣ୍ଡରେ ସୁଇସ୍‌ ଖେଳାଳି ନୋଏଲ୍‌ ଷ୍ଟଡର୍‌ଙ୍କ ନିକଟରୁ ପୋଲାଣ୍ଡର ରାଡୋସ୍ଲାଭ ଓଜାସେକ୍‌ଙ୍କ ପରାଜୟରୁ ତାଙ୍କୁ ଫାଇଦା ମିଳିଥିଲା। ଚେସ୍‌ ୯୬୦ ଇଭେଣ୍ଟ (ଫିଶର ରାଣ୍ଡମ୍‌ ଚେସ୍‌ ଭାବେ ମଧ୍ୟ ପରିଚିତ)ରେ ଜର୍ମାନୀର ୧୫ବର୍ଷୀୟ ଭିନ୍‌ସେଣ୍ଟ କିମର ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଓଜାସେକ୍‌ ୪.୫ ପଏଣ୍ଟ ସହ ତୃତୀୟ ହୋଇଥିଲେ। ପ୍ରତିଯୋଗିତାରେ ଇଂଲଣ୍ଡର ମାଇକେଲ ଆଡାମ୍ସଙ୍କ ସହ ଏକ ଡ୍ର ସହ ହରିକ୍ରିଷ୍ଣାଙ୍କ ଅଭିଯାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ସେ ଯଥାକ୍ରମେ ଆଲେକ୍‌ଜାଣ୍ଡର ଡନ୍‌ଚେଙ୍କୋ ଏବଂ ସୁଇଜରଲାଣ୍ଡର ନୋଏଲ୍‌ ଷ୍ଟଡର୍‌ଙ୍କୁ ହରାଇ ଦେଇଥିଲେ। ୩୪ ବର୍ଷୀୟ ଭାରତୀୟ ଖେଳାଳି କିମର ଓ ଓଜାସେକ୍‌ଙ୍କ ବିପକ୍ଷ ୪ର୍ଥ ଓ ୫ମ ରାଉଣ୍ଡ ଗେମ୍‌ ଡ୍ର’ ରଖିଥିଲେ। ରୋମେନ୍‌ ଏଡୁଆର୍ଡ ଏବଂ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍ପେନର ଡେଭିଡ୍‌ ଆଣ୍ଟନ ଗୁଇଜାରୋ ବିପକ୍ଷ ପରବର୍ତ୍ତୀ ଦୁଇ ରାଉଣ୍ଡ ଗେମ୍‌ରେ ବିଜୟ ଲାଭ କରି ସେ ଟୁର୍ନାମେଣ୍ଟ ଜିତିଥିଲେ। ରବିବାର ରାପିଡ୍‌ ଇଭେଣ୍ଟ ଚାଲିଛି। ସୋମବାର ଗୋଟିଏ ଦିନ ବିଶ୍ରାମ ପରେ ଜୁଲାଇ ୨୧ରେ କ୍ଲାସିକାଲ ଇଭେଣ୍ଟ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁ ବିଲ୍‌ ଚେସ୍‌ ଫେଷ୍ଟିଭାଲରେ ସମସ୍ତ ସ୍ବାସ୍ଥ୍ୟ ପ୍ରୋଟୋକଲ୍‌ ଅନୁପାଳନ କରାଯାଉଛି। ଚେସ୍‌ ବୋର୍ଡରେ ଖେଳାଳିଙ୍କ ମଧ୍ୟରେ ଦୂରତା ରକ୍ଷା କରାଯାଉଛି। ପ୍ରତିଟି ଗେମ୍‌ ପରେ ସମସ୍ତ ଗୋଟି, ବୋର୍ଡ, ଚେସ୍‌ କ୍ଲକ୍‌କୁ ବିଶୋଧନ କରାଯାଉଛି। ଭେନ୍ୟୁରେ ଦର୍ଶକମାନଙ୍କୁ ଅନୁମତି ଦିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri