Posted inଖେଳ

ଖେଳରତ୍ନ ପାଇବେ ନାହିଁ ହରଭଜନ

ନୂଆଦିଲ୍ଲୀ, ୧୯ା୭(ପି.ଟି.)-ବର୍ତ୍ତମାନ ସମୟରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ବୋଲି କହିଛନ୍ତି ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂ। ସେଥିଯୋଗୁ ପଞ୍ଜାବ ସରକାର ମୋ ପ୍ରାର୍ଥତ୍ପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। ଖେଳରତ୍ନ ପୁରସ୍କାର ପାଇଁ ଜଣେ ଖେଳାଳିଙ୍କର ଗତ ୩ ବର୍ଷର ଅନ୍ତର୍ଜାତୀୟ ପ୍ରଦର୍ଶନକୁ ବିଚାର କରାଯାଇଥାଏ ବୋଲି ସେ କହିଛନ୍ତି। ୪୦ ବର୍ଷୀୟ ହରଭଜନ କହିଛନ୍ତି, ପଞ୍ଜାବ ସରକାର ଖେଳରତ୍ନ ପୁରସ୍କାର ପାଇଁ ତାଙ୍କ ପ୍ରାର୍ଥତ୍ପତ୍ରକୁ କାହିଁକି ପ୍ରତ୍ୟାହାର କରିନେଲେ ଏହାଜାଣିବା ଲାଗି ତାଙ୍କ ନିକଟକୁ ଟେଲିଫୋନ୍‌ କଲ୍‌ର ସୁଅ ଛୁଟିବାରେ ଲାଗିଥିଲା। ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପଛରେ ପଞ୍ଜାବ ସରକାରଙ୍କର କୌଣସି ଭୁଲ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପଞ୍ଜାବ କ୍ରୀଡ଼ା ମନ୍ତ୍ରୀ ରାଣା ଗୁର୍‌ମିତ୍‌ ସିଂ ସୋଧି କହିଛନ୍ତି, ହରଭଜନ ସିଂଙ୍କଠାରୁ ଇ-ମେଲ ପାଇବା ପରେ ଆମ ବିଭାଗ ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନେଇଥିଲେ। ଭେଟେରାନ ସ୍ପିନର ଦର୍ଶାଇଥିଲେ ସେ ପୁରସ୍କାର ପାଇ ବା ଲାଗି ଯେଉଁ ମାନଦଣ୍ଡ ରହିଛି ତାହା ସେ ପୂରଣ କରିପାରୁ ନାହାନ୍ତି। ଆମେ ତାଙ୍କ ନାମ ଦୃଢ ଭାବେ ସୁପାରିସ କରିଥିଲୁ। କିନ୍ତୁ ସ୍କ୍ରିନିଂ କମିଟି ନିକଟକୁ ଯିବା ପୂର୍ବରୁ ହରଭଜନଙ୍କ ପରାମର୍ଶ ଅନୁସାରେ ତାଙ୍କ ଆବେଦନପତ୍ରକୁ ପ୍ରତ୍ୟାହାର କରି ନେଇଥିଲୁ ବୋଲି ସୋଧି କହିଛନ୍ତି। ଖେଳ ରତ୍ନ ପୁରସ୍କାର ପାଇଁ ଗତବର୍ଷ ମଧ୍ୟ ହରଭଜନଙ୍କ ନାମ ସୁପାରିସ ହୋଇଥିଲା। ମାତ୍ର ତାଙ୍କ ଡକୁମେଣ୍ଟ ଦାଖଲରେ ବିଳମ୍ବ ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏଥର କିନ୍ତୁ ହରଭଜନ ଏହି ବ୍ୟାପାରରେ ପଞ୍ଜାବ କ୍ରୀଡ଼ା ମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ୪୧୭ ଟେଷ୍ଟ ଏବଂ ୨୬୯ ଅନ୍ତର୍ଜାତୀୟ ଉଇକେଟ ଅକ୍ତିଆର କରିଥିବା ହରଭଜନ ପୂର୍ବରୁ ଅର୍ଜୁନ ପୁରସ୍କାର ବ୍ୟତୀତ ପଦ୍ମଶ୍ରୀ ପୁରସ୍କାର ଲାଭ କରିସାରିଛନ୍ତି। ଭାରତ ତରଫରୁ ସେ ଶେଷ ଥର ପାଇଁ ୨୦୧୫ରେ ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri