ଶରଣକୁଳ କଲେଜରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୨୦।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୪ ବ୍ୟାଚ୍‌ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସମସ୍ତ ଛାତ୍ରୀଛାତ୍ର ବୁଧବାର ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କୋଚିଂ ସେଣ୍ଟରରେ ପାଠ ନ ପଢ଼ିବାରୁ ଛାତ୍ରୀଛାତ୍ରଙ୍କୁ ପ୍ରାୟ ୧ବର୍ଷ ହେଲା ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରାଯାଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ରମାନଙ୍କୁ ମାରପିଟ୍‌ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କାଢ଼ିଦେବା ପରେ ବାର୍ଷିକ ପରୀକ୍ଷା ଦେବାରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ଜୀବନ ପ୍ରତି ବିପଦଥିବାରୁ ଟିସି ନେଇ ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଛାତ୍ରୀଛାତ୍ର ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳର ୨୪ ଛାତ୍ରୀଛାତ୍ର ୨୦୨୨ରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଶ୍ରେଣୀରେ ନାମ ଲେଖାଇଥିଲେ। ସେମାନେ କିନ୍ତୁ ନୟାଗଡ଼ର ଏକ କୋଚିଂ ସେଣ୍ଟରରେ କୋଚିଂ ନେଉଛନ୍ତି। ତେବେ ଶରଣକୁଳରେ ଅଧ୍ୟାପିକା, ଅଧ୍ୟାପକଙ୍କ ରାମକୃଷ୍ଣ କୋଚିଂ ସେଣ୍ଟର ଥାଉ ଥାଉ ନୟାଗଡ଼ରେ କୋଚିଂ ନେବା ଠିକ୍‌ ନୁହେଁ ବୋଲି ବିଭିନ୍ନ ସମୟରେ ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ କହିଥିଲେ। ଛାତ୍ରୀଛାତ୍ରମାନେ କୋଚିଂ ସେଣ୍ଟର ନ ବଦଳାଇବାରୁ ସେମାନଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା, ଅଶ୍ଳୀଳ ବ୍ୟବହାର, ମାରପିଟ୍‌ କରାଯାଇଥିଲା। ପ୍ରାକ୍ଟିକାଲରେ ନମ୍ବର କାଟି ଦେବେ, ପରୀକ୍ଷା ନ ଦେବା ପାଇଁ ବ୍ୟବସ୍ଥା କରିବେ ଓ କଲେଜ କ୍ୟାମ୍ପସରେ ପୂରାଇ ଦେବୁନି ବୋଲି ଧମକ ଦେଲେ। ଏନେଇ ବିଭିନ୍ନ ସମୟରେ ଅଧ୍ୟକ୍ଷଙ୍କୁ ଅଭିଯୋଗ ପରେ ସୁଫଳ ମିଳିଲା ନାହିଁ। ଅଧ୍ୟକ୍ଷ କୋଚିଂ ସେଣ୍ଟରରେ ସାମିଲଥିବାରୁ କାର୍ଯ୍ୟାନୁଷ୍ଠାନ ଫାଇଲ ଅଟକିଗଲା। ପରେ ଗତ ୧୩ ତାରିଖରେ ୧୫ ଜଣ ଛାତ୍ରଙ୍କୁ ମାରପିଟ୍‌ କରାଗଲା। ୧୫ ତାରିଖରେ ପୁଣି ୧୫ ଜଣ ଛାତ୍ରଙ୍କୁ ମାରପିଟ୍‌ କରାଗଲା। ବାର୍ଷିକ ପରୀକ୍ଷା ନ ଦେବା ପାଇଁ ଚାପ ପଡ଼ିଲା। କେତେଜଣ ଛାତ୍ର ଅଧ୍ୟାପିକା ଅଧ୍ୟାପକଙ୍କ ନିର୍ଦ୍ଦେଶ ଅନୁସାରେ ମାରପିଟ୍‌ କରି କାଢ଼ି ଦେବାରୁ ୨୪ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେଲୁ। ଘଟଣା ଶରଣକୁଳ ଥାନାକୁ ଗଲା। ଭବିଷ୍ୟତକୁ ଆଖି ଆଗରେ ରଖି ଚୁପ ରହିଲୁ। ତେବେ ଜୀବନ ପ୍ରତି ବିପଦ ଥିବା ଓ ପାଠପଢ଼ା ସମ୍ଭବ ନ ହେବାରୁ ଜିଲାପାଳ, ଉପଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛୁ। ଘଟଣାର ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବା ସହ ଛାତ୍ରୀଛାତ୍ରଙ୍କୁ ଅନ୍ୟ କଲେଜରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ନିବେଦନ କରିଛୁ ବୋଲିି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କହିଛନ୍ତି ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ତେବେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଯେପରି ଅସୁବିଧା ନ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଉପଜିଲାପାଳ ଶକ୍ତିକାନ୍ତ ରାୟ କୁହନ୍ତି, ଅଭିଯୋଗ ପାଇଛି। କାହିଁକି ଏଭଳି ଘଟଣା ଘଟିଛି, କେଉଁମାନେ ଏଥିରେ ଦାୟୀ ସେନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛାତ୍ରୀଛାତ୍ରମାନେ ନିଜ ପସନ୍ଦ ମୁତାବକ କଲେଜରେ ପାଠ ପଢ଼ିପାରିବେ ବୋଲି କହିଛନ୍ତି। ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ରଥ କୁହନ୍ତି, ନୟାଗଡ଼ର ୨୪ ଛାତ୍ରୀଛାତ୍ର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ। ସେମାନେ ବିଦ୍ୟାଳୟକୁ ଆସୁ ନ ଥିଲେ। ସେମାନଙ୍କୁ କୌଣସି ଅଧ୍ୟାପିକା, ଅଧ୍ୟାପକ ନିର୍ଯାତନା ଦେଇନାହାନ୍ତି। ପୁଣି ଅଧ୍ୟାପିକା, ଅଧ୍ୟାପକଙ୍କ କୋଚିଂ ସେଣ୍ଟରରେ ପାଠ ପଢ଼ାଇବାକୁ ବାଧ୍ୟ କରାଇବା ପ୍ରସଙ୍ଗ ମଧ୍ୟ ମିଥ୍ୟା ବୋଲି କହିଛନ୍ତି। ରାମକୃଷ୍ଣ କୋଚିଂ ସେଣ୍ଟରର ମାଲିକ ଆଲୋକ ପ୍ରଧାନ କୁହନ୍ତି, ଛାତ୍ରୀଛାତ୍ର ଯେଉଁ ଅଭିଯୋଗ ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ କରିଛନ୍ତି ସେଥିରେ ଆମ ଅନୁଷ୍ଠାନର କୌଣସି ସମ୍ପୃକ୍ତି ନାହିଁ। ଆମ କୋଚିଂ ସେଣ୍ଟରରେ କୌଣସି ଛାତ୍ରୀଛାତ୍ରଙ୍କୁ ଆସିବାକୁ ବାଧ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?