ସିଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର, ୩୧।୫ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ସିଦ୍ଧ ଜଗନ୍ନାଥ ମନ୍ଦିର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ମଙ୍ଗଳବାର ଭୋରରେ ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ଭିତରକୁ ଯାଇଥିବା ବେଳେ ତାକୁ ଉଦ୍ଧାର ପାଇଁ ହାତୀପଲ ପଶିଥିଲେ। ପାଚେରି ଭାଙ୍ଗିଯାଇଥିବା ବେଳେ କାହାରି କିଛି କ୍ଷତି ହୋଇ ନ ଥିବା ପୂଜକ କହିଛନ୍ତି।
ସିଦ୍ଧମଠ ଜଙ୍ଗଲରେ କିଛିଦିନ ହେଲା ତିନି ଛୁଆହାତୀକୁ ମିଶାଇ ୬ଟି ହାତୀ ବୁଲୁଛନ୍ତି। ସୋମବାର ବିଳମ୍ବିତ ରାତିରେ ହାତୀପଲ ସିଦ୍ଧମଠ ଅଞ୍ଚଳକୁ ଓହ୍ଲାଇ ଆସିଥିଲେ। ମଙ୍ଗଳବାର ଭୋରରେ ମନ୍ଦିର ପ୍ରାଙ୍ଗଣରେ ଥିବା ପଣସ ଗଛରୁ ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ପାଚେରିକୁ ଅଧା ଭାଙ୍ଗି ଭିତରକୁ ଡେଇଁ ପଶିଯାଇଥିଲା। ସେ ଆଉ ବାହାରି ନ ପାରିବାରୁ ଦଳରେ ଥିବା ଅନ୍ୟ ହାତୀମାନେ ପାଚେରି ଚାରିପାଖେ ବୁଲି ଭାଙ୍ଗିଥିଲେ। କେତୋଟି ହାତୀ ଭିତରକୁ ପଶି ଛୁଆହାତୀକୁ ଟେକି ପାଚେରି ପାର୍‌ କରିବା ପରେ ବାହାରେ ଥବା ଅନ୍ୟ ହାତୀ ତାକୁ ଧରି ଚାଲିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଭୋଗ ଦୋକାନୀ ହାଡ଼ିବନ୍ଧୁ ପ୍ରଧାନ କହିଛନ୍ତି। ସେଠାରୁ ବାହାରି ହାତୀପଲ ନିକଟରେ ଥିବା ପୋଡାଉଆସ ସାହି ମୁହଁା ହେବାରୁ କର୍ମଚାରୀମାନେ ଘଉଡ଼ାଇ ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେବାୟତ ହରିହର ପାଢ଼ୀ କହିଛନ୍ତି, ୧୨/୧୩ ଦିନ ହେଲା ହାତୀପଲ ଏହି ଅଞ୍ଚଳରେ ବୁଲୁଥିବାରୁ ଭୟରେ ରାତିରେ ଏଠାରେ କେହି ରହୁ ନାହାନ୍ତି। ଖବରପାଇ ଆସି ହାତୀପଲ ପାଚେରି, ଗଛ ଓ ପାତାଳି କ୍ଷେତ୍ର ଭାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ। ବନ ବିଭାଗ ପକ୍ଷରୁ ଆସି ଘଟଣାର ଅନୁଧ୍ୟାନ କରାଯାଇଛି। ଛଅଟିକିଆ ହାତୀପଲ କିଛିଦିନ ହେଲା ବୁଲୁଛନ୍ତି। ଘଉଡ଼ାଇ ଦେବା ଫଳରେ ହାତୀପଲ ଏବେ ପାଖ ରେଞ୍ଜ୍‌ର ସିଦ୍ଧମଠ ପାହାଡ଼କୁ ପଳାଇ ଯାଇଛନ୍ତି। ଅନ୍ୟ କୌଣସି କାହାରି କ୍ଷତି ହୋଇ ନାହିଁ ବୋଲି ରେଞ୍ଜ୍‌ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri