ଦ୍ୱାଦଶ ଫେଲ୍‌ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍‌ ଅଭିନେତା

ସାଉଥ୍‌ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଧନୁଷ ଫିଲ୍ମ ଇଣ୍ଡଷ୍ଟ୍ରୀ ନାଁ କମାଇଛନ୍ତି। ଧନୁଷଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା। ସେ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କସ୍ତୁରୀ ରାଜଙ୍କ ପୁଅ। ସେ ନିଜର ପ୍ରାରମ୍ଭିକ ଜୀବନକୁ ଦାରିଦ୍ରରେ ବିତାଇଲେ। ଏକ ସାକ୍ଷାତକାରରେ ଧନୁଷ କହିଥିଲେ, ଫିଲ୍ମରେ ସଫଳତା ପାଇବା ପୂର୍ବରୁ ତାଙ୍କ ପିତା ମିଲରେ କାମ କରୁଥିଲେ। ଅନେକ ଥର ଘରେ ଗୋଟିଏ ଓଳି ଖାଇବାକୁ ମିଳୁ ନ ଥିଲା। ବସ୍‌ ଭଡ଼ା ସଞ୍ଚୟ କରିବା ପାଇଁ ପିତା ୧୧ କିଲୋମିଟର ଚାଲୁଥିଲେ। କାମ ସମୟରେ ପିତା ଫିଲ୍ମର କାହାଣୀ ଏବଂ ସ୍କ୍ରିପ୍ଟ ଲେଖୁଥିଲେ, ଯାହାକୁ ସେ ଲୋକମାନଙ୍କୁ ୫୦-୧୦୦ ଟଙ୍କାରେ ବିକ୍ରି କରୁଥିଲେ। ଧନୁଷ ଜଣେ ରୋଷେୟା ହେବାକୁ ଚାହୁଁଥିଲେ। କିନ୍ତୁ ଦ୍ୱାଦଶରେ ଫେଲ୍‌ ହେବା ପରେ ପରିବାର ସଦସ୍ୟ ତାଙ୍କ ଉପରେ ଚାପ ପକାଇବାରୁ ସେ ଅଭିନେତା ହୋଇଥିଲେ।
ସେ ୨୦୦୨ରେ ତାମିଲ ଫିଲ୍ମ ‘ଥୁଲୁଭାଡୋ ଇଲାମାଇ’ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ୨୦୧୩ରେ ଫିଲ୍ମ ରାଞ୍ଝନା ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ୪ଟି ଜାତୀୟ ପୁରସ୍କାର (ଦୁଇଟି ଅଭିନେତା ଏବଂ ଦୁଇଟି ନିର୍ମାତା ଭାବରେ) ଏବଂ ଗୋଟିଏ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।
ପ୍ରାୟ ୧୧ ବର୍ଷ ପୂର୍ବେ ସେ ଗାଇଥିବା ଗୀତ ‘ହ୍ବାଇ ଦିସ୍‌ କୋଲାଭେରୀ ଡି’ ଜରିଆରେ ଧନୁଷ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ଗୀତଟି ସୁପରହିଟ ହୋଇଥିଲା। ସେ ଏହି ଗୀତଟିକୁ କେବଳ ଗାଇ ନ ଥିଲେ ଲେଖିଥିଲେ ମଧ୍ୟ। ନିକଟରେ ଧନୁଷ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କଠାରୁ ଛାଡପତ୍ର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?