Posted inରାଜ୍ୟ

ଖଣ୍ଡାରେ ହାଣି ଲୁଟିନେଲେ ୫ ଲକ୍ଷ

ଢେଙ୍କିକୋଟ, ୨୨।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପିପିଳିିଆ ଘାଟି ମଙ୍ଗଳାଠାରେ ଶରତ କୁମାର ବାରିକଙ୍କ ମିନିଟ୍ରକ ଅଟକାଇ ୪ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କଠାରୁ ୫ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସଦଳବଳ ଘଟଣାର ତଦନ୍ତ କରି ମୟୂରଭଞ୍ଜ ଜିଲା କରଞ୍ଜିଆ ବଜାରରୁ ଉଗ୍ରେସନ ବାସିଙ୍ଗ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ୧ଲକ୍ଷ ଟଙ୍କା ଜବତ କରାଯାଇଛି। ତେବେ ଅନ୍ୟ ୩ଜଣ ଫେରାର ଅଛନ୍ତି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଘଟଗାଁ ଏସ୍‌ଡିପିଓ କହିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ.୨୭/୨୧) ରୁଜୁ କରି ଉଗ୍ରେସନଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

କପ୍ତିପଦା,୫ା୬(ଡି଼.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା...

କାଳିଆ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ):  ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ...

ଜିଲା ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି : ରହିବ ୩୦ ଆମ୍ବୁଲାନ୍ସ, ଖୋଲିବ ୩୧ ଫାଷ୍ଟଏଡ୍‌ ସେଣ୍ଟର

ପୁରୀ ଅଫିସ, ୨୮।୬ : ଆସନ୍ତା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ରଥଯାତ୍ରାଠାରୁ...

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨ ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ...

ଆକସ୍ମିକ ଭାବେ ଅପସରି ଗଲେ

କଟକ ଅଫିସ,୧୭ା୬: ନିଜ ଅଭିନୟର ଯାଦୁରେ ଲୋକଙ୍କ ଭିତରେ ତାରକା ଭାବେ ପରିଚିତ ହୋଇ ଆସିଲାବେଳକୁ ହଠାତ୍‌ ସେମାନଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦିଏ।...

ଫରକ୍‌ ପଡୁନି ଲକ୍‌ଡାଉନ

ବାଉଁଶୁଣୀ, ୧୦।୫: ବୌଦ୍ଧ ବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି। ସକାଳ ୬ରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି...

ସୁସ୍ଥ ହେଲେ ୮୨ ଆକ୍ରାନ୍ତ

ଭୁବନେଶ୍ୱର,୨୨।୩: ରାଜରେ ସୋମବାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଛାତ୍ରୀଙ୍କୁ ବଳାତ୍କାର କରି ଜେଲଗଲେ ଟିଉସନ ସାର୍‌

ଠାକୁରମୁଣ୍ଡା,୧ା୭: ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅଞ୍ଚଳର ଜନୈକା ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଯୁବକଙ୍କୁ...

Advertisement


Archives

Model This Week