ହମାସ୍‌ କମାଣ୍ଡର ନିହତ

ଜେରୁଜେଲମ୍‌/ଗାଜା ସିଟି,୧୫।୧୦: ଇସ୍ରାଏଲ୍‌ ଉପରେ ଆକ୍ରମଣର ନେତୃତ୍ୱ ନେଉଥିବା ହମାସ୍‌ର ନୁଖ୍‌ବା ୟୁନିଟ୍‌ କମାଣ୍ଡର ଅଲି କାଦି ଇସ୍ରାଏଲୀ ସେନାର ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଛନ୍ତି। ଗତ ୭ ତାରିଖରେ ଅଲି ନିହତ ହୋଇଥିବା ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌ ) ଏବଂ ଆଇଏସ୍‌ଏ ଗୋଇନ୍ଦା ତଥ୍ୟ ଆଧାରରେ ଏହାର ବାୟୁସେନା ପକ୍ଷରୁ ଉପରୋକ୍ତ ସୂଚନା ଦିଆଯାଇଛି। ଶୁକ୍ରବାର ଆଇଡିଏଫ୍‌ ସ୍ଥଳଭାଗରେ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଉତ୍ତର ଗାଜା ଷ୍ଟ୍ରିପ୍‌ରୁ ୧୦ ଲକ୍ଷ ଲୋକମାନଙ୍କୁ ଦକ୍ଷିଣ ଭାଗକୁ ପଳାଇଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ଗାଜା ଉତ୍ତର ଭାଗର ଅନେକ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ଉକ୍ତ ଅଞ୍ଚଳରୁ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଖୋଜା ଚାଲିଛି। ଏଥିସହିତ ଦକ୍ଷିଣ ଇସ୍ରାଏଲରୁ ଅପହୃତ ହୋଇଥିବା ଲୋକମାନଙ୍କୁ ମଧ୍ୟ ଇସ୍ରାଏଲୀ ସେନା ଖୋଜୁଛି। ଗତ ସପ୍ତାହର ଆକ୍ରମଣ ବେଳେ ହମାସ୍‌ ଆତଙ୍କବାଦୀମାନେ ୧୫୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ଅପହରଣ କରିନେଇଥିଲେ।
ଗୋଟିଏ ସପ୍ତାହ ବିତିଥିବାବେଳେ ମୃତ୍ୟୁସଂଖ୍ୟା ୩,୫୦୦ ଅତିକ୍ରମ କରିଛି। ଇସ୍ରାଏଲୀ ସେନାର କ୍ରମାଗତ ଏୟାରଷ୍ଟ୍ରାଇକ୍‌ରେ ଗାଜା ଷ୍ଟ୍ରିପ୍‌ର ୭୨୪ ଶିଶୁଙ୍କ ସମେତ ୨,୨୧୫ ଜଣ ପ୍ରାଣ ହରାଇଲେଣି। ସେହିପରି ହମାସ୍‌ ବିଦ୍ରୋହୀଙ୍କ ଆକ୍ରମଣରେ ୧,୩୦୦ରୁ ଅଧିକ ଇସ୍ରାଏଲୀ ନିହତ ହୋଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ହିଂସା ବଢ଼ିବା ସହ ଉତ୍ତେଜନା ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ବିଭିନ୍ନ ସହରରେ ପାଲେଷ୍ଟିନୀୟଙ୍କ ସମର୍ଥନରେ ଓ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌କୁ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବେରୁଟ୍‌, ଇରାକ, ଇରାନ, ଜୋର୍ଡାନ ଏବଂ ବାହାରିନ୍‌ରେ ପାଲେଷ୍ଟାଇନ୍‌ ସମର୍ଥନରେ ହଜାର ହଜାର ଲୋକ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଇସ୍ରାଏଲ୍‌ ବୋମା ଓ ରକେଟ ମାଡ଼ ଜାରି ରଖିଥିବାବେଳେ ଆହତମାନଙ୍କ ଚିକିତ୍ସା ଲାଗି ଗାଜା ହସ୍ପିଟାଲଗୁଡ଼ିକରେ ସମସ୍ୟା ଦେଖାଦେଇଛି। ସେଠାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?