ଲୋକଙ୍କ ଜୀବନ ସହ ଖେଳ

ଯାଜପୁରଟାଉନ,୧୫ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଲୋକଙ୍କ ଜୀବନ ସହ ଖେଳୁଛନ୍ତି କେତେଜଣ ହୋମିଓପାଥିକ କ୍ୱାକ୍‌। ସେମାନେ ମାରାତ୍ମକ ଟାବ୍‌ଲେଟ୍‌ ପ୍ରଦାନ କରି ବିଭିନ୍ନ ସମସ୍ୟା ବଢ଼ାଉଛନ୍ତି। ହେଲେ ସ୍ବାସ୍ଥବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ ଡାକ୍ତରୀ ପାଠ ପଢ଼ାରେ ଅନେକ ଲୋକ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କ୍ଲିନିକ୍‌ ଖୋଲି ରୋଗୀଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରୁଛନ୍ତି। ସେମାନଙ୍କୁ କ୍ୱାକ୍‌ ଭାବେ ପରିଗଣିତ କରାଯାଉଥିବାବେଳେ ନିଜକୁ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଡାକ୍ତର କହି ସେମାନେ ସେବା ପ୍ରଦାନ କରିଆସୁଛନ୍ତି। ଯାଜପୁର ଜିଲାରେ ଏଭଳି କ୍ୱାକ୍‌ ୨୦୦ରୁ ଊର୍ଦ୍ଧ୍ୱ ଥିବାବେଳେ ହଜାର ହଜାର ସଂଖ୍ୟକ ରୋଗୀ ଅଳ୍ପ ଅର୍ଥରେ ସେମାନଙ୍କଠାରୁ ଔଷଧ କିଣି ଖାଇଥାଆନ୍ତି। ସେମାନେ ୫ବର୍ଷ ଧରି କୋଲକାତା, ରାଞ୍ଚତ୍ ଓ ନେପାଳରୁ ଟାବ୍‌ଲେଟ୍‌ (ଷ୍ଟେରଏଡ୍‌) ମଗାଇ ରୋଗୀମାନଙ୍କୁ ପ୍ରଦାନ କରୁଛନ୍ତି। ଏହି ଟ୍ୟାବ୍‌ଲେଟ୍‌ ଦିନକୁ ୨ଟି ଖାଇଲେ ରୋଗୀଙ୍କ ଯନ୍ତ୍ରଣା ଖୁବ୍‌ କମ୍‌ ସମୟରେ ଉପଶମ ହୋଇଥାଏ। ରୋଗୀ ଟାବ୍‌ଲେଟ୍‌ ଖାଇ କ୍ୱାକ୍‌ଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଥାନ୍ତି। ମାତ୍ର ଏହା କେତେ ଯେ ମାରାତ୍ମକ ତାହା ସାଧାରଣ ରୋଗୀ ଜଣିନାହାନ୍ତି। ଏହି ଟାବ୍‌ଲେଟ୍‌ ଖାଇବା ଫଳରେ ରୋଗୀଙ୍କ କିଡ୍‌ନୀ, ହାର୍ଟ, ପାକସ୍ଥଳୀରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ଚର୍ମରୋଗ ଆଶଙ୍କା ଦେଖାଯାଇଥାଏ। ରାଜ୍ୟରେ ଏହି ଟ୍ୟାବ୍‌ଲେଟ୍‌ ବହୁଳ ପ୍ରଚଳନ ହେଉଥିବାବେଳେ ଜିଲାରେ ଏହାର ମାତ୍ରାଧିକ ବିକ୍ରି କରାଯାଉଛି। ଅନେକ ରୋଗୀ କ୍ୱାକ୍‌ମାନଙ୍କଠାରୁ ଏହି ଔଷଧ ଖାଇ ବିଭିନ୍ନ ରୋଗରେ ପୀଡ଼ିତ ହେବାପରେ ଏଲୋପାଥିକ ଚିକିତ୍ସା କରାଇଥାନ୍ତି।
ଏହି ଘଟଣାକୁ ଯାଜପୁର ସହରର ହୋମିଓପାଥିକ ମେଡିସିନ୍‌ ଗବେଷଣା କରୁଥିବା ‘ଦିଶା’ ନାମକ ଏକ ସଂସ୍ଥା ସ୍ବାସ୍ଥ୍ୟ ସଚିବଙ୍କ ସହ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଡ୍ରଗ୍‌ କଣ୍ଟ୍ରୋଲର, ରାଜ୍ୟ ଆୟୁଷ ନିର୍ଦ୍ଦେଶକ, ଜିଲାପାଳ, ଏସ୍‌ପିଙ୍କୁ ପତ୍ର ପ୍ରଦାନ କରି ଏଭଳି ଟାବ୍‌ଲେଟ୍‌କୁ ଆୟୁଧ କରୁଥିବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଷ୍ଟେରଏଡ୍‌ ପ୍ରଚଳନ ବନ୍ଦ ପାଇଁ ଅନୁରୋଧ କରିଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହଁି। ଦିଶାର ସଭାପତି ଡା. ସୀତାକାନ୍ତ ସାହୁ, ସମ୍ପାଦକ ଡା. ଗୀତାଞ୍ଜଳି ନାଥଶର୍ମା, ଡା. କଳ୍ପତରୁ ଲେଙ୍କା, ଡା. ଅମୂଲ୍ୟ ଶତପଥୀ, ଡା. କୈଳାସ ଚନ୍ଦ୍ର ବିଶ୍ୱାଳ, ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଡା. ସଲୀଳା ଷଡ଼ଙ୍ଗୀ, ଡା. ଗୌତମ ଜେନା, ଡା. ଅରୁଣ କୁମାର ସାହୁ ପ୍ରମୁଖ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜିଲା ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ କ୍ୱାକ୍‌ମାନେ ବିନା ଦ୍ୱିଧାରେ ଶହଶହ ରୋଗୀଙ୍କୁ ଏହି ଔଷଧ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ହୋମିଓପାଥିକ ଡାକ୍ତର ଆସୋସିଏଶନ୍‌ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇ-କମ୍ପ୍ଲେନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଭଳି ଔଷଧକୁ ତୁରନ୍ତ ବନ୍ଦ ନ କରାଗଲେ ଅନେକ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ଦିଶା ସଭାପତି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଡ୍ରଗ୍‌ ଇନ୍ସପେକ୍ଟରଙ୍କ ସହ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?