ଲୋକଙ୍କ ଜୀବନ ସହ ଖେଳ

ଯାଜପୁରଟାଉନ,୧୫ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଲୋକଙ୍କ ଜୀବନ ସହ ଖେଳୁଛନ୍ତି କେତେଜଣ ହୋମିଓପାଥିକ କ୍ୱାକ୍‌। ସେମାନେ ମାରାତ୍ମକ ଟାବ୍‌ଲେଟ୍‌ ପ୍ରଦାନ କରି ବିଭିନ୍ନ ସମସ୍ୟା ବଢ଼ାଉଛନ୍ତି। ହେଲେ ସ୍ବାସ୍ଥବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ ଡାକ୍ତରୀ ପାଠ ପଢ଼ାରେ ଅନେକ ଲୋକ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କ୍ଲିନିକ୍‌ ଖୋଲି ରୋଗୀଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରୁଛନ୍ତି। ସେମାନଙ୍କୁ କ୍ୱାକ୍‌ ଭାବେ ପରିଗଣିତ କରାଯାଉଥିବାବେଳେ ନିଜକୁ ସ୍ଥାନୀୟ ଅଞ୍ଚଳରେ ହୋମିଓପାଥିକ ଡାକ୍ତର କହି ସେମାନେ ସେବା ପ୍ରଦାନ କରିଆସୁଛନ୍ତି। ଯାଜପୁର ଜିଲାରେ ଏଭଳି କ୍ୱାକ୍‌ ୨୦୦ରୁ ଊର୍ଦ୍ଧ୍ୱ ଥିବାବେଳେ ହଜାର ହଜାର ସଂଖ୍ୟକ ରୋଗୀ ଅଳ୍ପ ଅର୍ଥରେ ସେମାନଙ୍କଠାରୁ ଔଷଧ କିଣି ଖାଇଥାଆନ୍ତି। ସେମାନେ ୫ବର୍ଷ ଧରି କୋଲକାତା, ରାଞ୍ଚତ୍ ଓ ନେପାଳରୁ ଟାବ୍‌ଲେଟ୍‌ (ଷ୍ଟେରଏଡ୍‌) ମଗାଇ ରୋଗୀମାନଙ୍କୁ ପ୍ରଦାନ କରୁଛନ୍ତି। ଏହି ଟ୍ୟାବ୍‌ଲେଟ୍‌ ଦିନକୁ ୨ଟି ଖାଇଲେ ରୋଗୀଙ୍କ ଯନ୍ତ୍ରଣା ଖୁବ୍‌ କମ୍‌ ସମୟରେ ଉପଶମ ହୋଇଥାଏ। ରୋଗୀ ଟାବ୍‌ଲେଟ୍‌ ଖାଇ କ୍ୱାକ୍‌ଙ୍କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଥାନ୍ତି। ମାତ୍ର ଏହା କେତେ ଯେ ମାରାତ୍ମକ ତାହା ସାଧାରଣ ରୋଗୀ ଜଣିନାହାନ୍ତି। ଏହି ଟାବ୍‌ଲେଟ୍‌ ଖାଇବା ଫଳରେ ରୋଗୀଙ୍କ କିଡ୍‌ନୀ, ହାର୍ଟ, ପାକସ୍ଥଳୀରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ଚର୍ମରୋଗ ଆଶଙ୍କା ଦେଖାଯାଇଥାଏ। ରାଜ୍ୟରେ ଏହି ଟ୍ୟାବ୍‌ଲେଟ୍‌ ବହୁଳ ପ୍ରଚଳନ ହେଉଥିବାବେଳେ ଜିଲାରେ ଏହାର ମାତ୍ରାଧିକ ବିକ୍ରି କରାଯାଉଛି। ଅନେକ ରୋଗୀ କ୍ୱାକ୍‌ମାନଙ୍କଠାରୁ ଏହି ଔଷଧ ଖାଇ ବିଭିନ୍ନ ରୋଗରେ ପୀଡ଼ିତ ହେବାପରେ ଏଲୋପାଥିକ ଚିକିତ୍ସା କରାଇଥାନ୍ତି।
ଏହି ଘଟଣାକୁ ଯାଜପୁର ସହରର ହୋମିଓପାଥିକ ମେଡିସିନ୍‌ ଗବେଷଣା କରୁଥିବା ‘ଦିଶା’ ନାମକ ଏକ ସଂସ୍ଥା ସ୍ବାସ୍ଥ୍ୟ ସଚିବଙ୍କ ସହ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଡ୍ରଗ୍‌ କଣ୍ଟ୍ରୋଲର, ରାଜ୍ୟ ଆୟୁଷ ନିର୍ଦ୍ଦେଶକ, ଜିଲାପାଳ, ଏସ୍‌ପିଙ୍କୁ ପତ୍ର ପ୍ରଦାନ କରି ଏଭଳି ଟାବ୍‌ଲେଟ୍‌କୁ ଆୟୁଧ କରୁଥିବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଷ୍ଟେରଏଡ୍‌ ପ୍ରଚଳନ ବନ୍ଦ ପାଇଁ ଅନୁରୋଧ କରିଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହଁି। ଦିଶାର ସଭାପତି ଡା. ସୀତାକାନ୍ତ ସାହୁ, ସମ୍ପାଦକ ଡା. ଗୀତାଞ୍ଜଳି ନାଥଶର୍ମା, ଡା. କଳ୍ପତରୁ ଲେଙ୍କା, ଡା. ଅମୂଲ୍ୟ ଶତପଥୀ, ଡା. କୈଳାସ ଚନ୍ଦ୍ର ବିଶ୍ୱାଳ, ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଡା. ସଲୀଳା ଷଡ଼ଙ୍ଗୀ, ଡା. ଗୌତମ ଜେନା, ଡା. ଅରୁଣ କୁମାର ସାହୁ ପ୍ରମୁଖ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଜିଲା ଡ୍ରଗ୍‌ସ ଇନ୍ସପେକ୍ଟରଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ କ୍ୱାକ୍‌ମାନେ ବିନା ଦ୍ୱିଧାରେ ଶହଶହ ରୋଗୀଙ୍କୁ ଏହି ଔଷଧ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ହୋମିଓପାଥିକ ଡାକ୍ତର ଆସୋସିଏଶନ୍‌ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଇ-କମ୍ପ୍ଲେନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏଭଳି ଔଷଧକୁ ତୁରନ୍ତ ବନ୍ଦ ନ କରାଗଲେ ଅନେକ ସାଧାରଣ ଲୋକଙ୍କ ଜୀବନ ଅସୁରକ୍ଷିତ ବୋଲି ଦିଶା ସଭାପତି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲା ଡ୍ରଗ୍‌ ଇନ୍ସପେକ୍ଟରଙ୍କ ସହ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri