ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାରେ ୧୭ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବର୍ଷ ବର୍ଷ ସର୍ଭେରେ ହିଁ ଲଟକି ରହିଛି। ସର୍ଭେ ଶେଷ ହୋଇ ଚୂଡାନ୍ତ ରିପୋର୍ଟକୁ ଅନୁମୋଦନ ମିଳିବା ପରେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି କିସମ ପରିବର୍ତ୍ତନ, କ୍ଷତିପୂରଣ ପ୍ରଦାନ ଆଦି ପ୍ରକ୍ରିୟା ରହିଛି। ତେବେ ପ୍ରାରମ୍ଭିକ ସର୍ଭେ ପ୍ରକ୍ରିୟା ସରୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାରେ ଅନିଶ୍ଚିତତା ଦେଖାଦେଇଛି। ଗତ ୨୮ ବର୍ଷ ହେବ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ନୂତନ ରେଳପ୍ରକଳ୍ପ ପୂର୍ଣ୍ଣତା ଲାଭ କରି ପାରିନାହିଁ। ସେହିପରି ୭ଟି ନୂତନ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର ଲାଭ କରି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରିପୋର୍ଟ ମିଳିଛି।
ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଅଧିକାର ଆଇନ(ଆରଟିଆଇ)ବଳରେ ୧୨ା୧୦ା୨୦୨୩ରେ ମିଳିଥିବା ତଥ୍ୟ ଆଧାରରେ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ୯୬ କିମି ରେଳଲାଇନ କାର୍ଯ୍ୟ ସର୍ଭେରେ ସୀମିତ ରହିଛି। ଏଭଳି ତଥ୍ୟ ବିଗତ ଏକ ଦଶନ୍ଧି ହେଲା ମିଳିଆସୁଛି। ହେଲେ ସର୍ଭେ କାର୍ଯ୍ୟ ସରୁନି କି ଆଗକୁ କୌଣସି କାର୍ଯ୍ୟ ବଢ଼ୁନାହିଁ ବୋଲି ଚର୍ଚ୍ଚା ହେଉଛି। ୧୧ା୯ା୨୦୨୩ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେସନ ସର୍ଭେ(ଏଫଏଲ୍‌ଏସ୍‌) ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାଏ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହୋଇ ନ ଥିବା ସୂଚନା ମିଳିଛି। ସର୍ଭେରେ ସୀମିତ ଅନ୍ୟ ରେଳପ୍ରକଳ୍ପଗୁଡିକ ହେଲା ଜୁନାଗଡ-ନବରଙ୍ଗପୁର ୧୧୮ କିମି, ମାଲକାନଗିରି-ଭଦ୍ରଚଲମ୍‌ ୧୨୫ କିମି, ଶାଶୁବୋହୂମାଲି-ସିଜୁମାଲି-କୁତ୍ରୁମାଲି ବକ୍ସାଇଟ ମାଇନ୍ସଠାରୁ ଟିକିରି ରେଳଷ୍ଟେଶନ ୫୮ କିମି, ନାଉପଦା-ଗୁଣୁପୁରଠାରୁ ଥେରୁବାଲି ୭୯ କିମି, ତାଲଚେର-ଗୋପାଳପୁର ୨୮୨ କିମି, ବଲାଙ୍ଗୀର-ନୂଆପଡ଼ା ରୋଡ୍‌ ଭାୟା ପାଟଣାଗଡ ୧୦୦ କିମି, ପୁରୀ-କୋଣାର୍କ ୩୩ କିମି, ଦୈତାରୀ ଷ୍ଟେଶନଠାରୁ ବାଲିପର୍ବତ ଆଇରନ ଓର ମାଇନ୍ସ ୮ କିମି, ନୟାଗଡ଼ ଷ୍ଟେଶନଠାରୁ ଦୁବୁଣା ଆଇରନ ଓର ମାଇନ୍ସ ୫ କିମି, ରାୟପୁର-ସମ୍ବଲପୁର ୨୭୦ କିମି, ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ୧୪୨ କିମି, ବାରକୋଟ-ଝାରସୁଗୁଡା ୧୬୦ କିମି, ଜଗନ୍ନାଥପୁର-ରେଢ଼ାଖୋଲ ୨୪୦ କିମି, ରଜଥଗଡ଼ଠାରୁ କାଇପଦର ରୋଡ୍‌ ୭୦ କିମି, ତେନ୍ତୁଲୋଇ-ବୁଢାପଙ୍କ ୧୦୬ କିମି ଏବଂ ଏମ୍‌ସିଆର୍‌ଏଲ୍‌ ଇନର କରିଡର ଫେଜ-୨୫୪ କିମି ରହିଛି। ଅନ୍ୟପକ୍ଷେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୩୦୧ କିମି, ତାଲଚେର-ବିମଳଗଡ ୧୪୯ କିମି, ଜୟପୁର-ମାଲକାନଗିରି ୧୨୬ କିମି, ଜୟପୁର-ନବରଙ୍ଗପୁର ୫୦ କିମି, କୋଡିଙ୍ଗମାଲି ବକ୍ସାଇଟ ମାଇନ୍ସଠାରୁ ସିଙ୍ଗରାମ ଷ୍ଟେଶନ ୯.୪ କିମି, ତାଲଚେର-ଅନୁଗୋଳ ୧୬.୫୦ କିମି ଓ ଗନ୍ଧମାର୍ଦ୍ଧନ ଆଇରନ ଓର ମାଇନ୍ସଠାରୁ ଗୋଲଡିହ ରେଳଷ୍ଟେଶନ ୧୨ କିମି ଆଦି ରେଳପ୍ରକଳ୍ପ ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ୭ଟି ପ୍ରକଳ୍ପର ଅଗ୍ରଗତି ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛ କଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ (ଫରେଷ୍ଟ ରାଇଟ ଆକ୍ଟ) ସାର୍ଟିଫିକେଟ, ବନ୍ୟଜନ୍ତୁ ଇତ୍ୟାଦି ବିବାଦ ଯୋଗୁ ନୈରାଶ୍ୟଜନକ ରହିଛି। ୧୦ରୁ ଉର୍ଦ୍ଧ୍ୱ ବର୍ଷ ହେଲା କେତେକ ପ୍ରକଳ୍ପର ଜଙ୍ଗଲ ଜମି ବିବାଦର ସମାଧାନ ହୋଇପାରି ନ ଥିବା ସୂଚନା ମିଳିଛି। ବିଭାଗସ୍ତରରେ ନିୟମିତ ଭାବେ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଉଥିଲେ ହେଁ ବିଭିନ୍ନ କାରଣରୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରେଳ ପ୍ରକଳ୍ପ ସ୍ବପ୍ନ ଅଧୁରା ରହିଥିବା ମତପ୍ରକାଶ ପାଇଛି। ପ୍ଲାନିଂ ଷ୍ଟେଜ୍‌ରେ ଥିବା ୧୭ରୁ ୪ଟି ପ୍ରକଳ୍ପର ଅଟକଳ ପରିମାଣ ଚୂଡ଼ାନ୍ତ ହୋଇଛି। ଏଥିରେ ଜୁନାଗଡ଼-ନବରଙ୍ଗପୁର ପ୍ରକଳ୍ପ ପାଇଁ ୨୮୬୪.୫୦ କୋଟି, ମାଲକାନଗିରି-ଭଦ୍ରଚଲମ ପ୍ରକଳ୍ପ ପାଇଁ ୩୫୯୧.୭୬ କୋଟି, ଶାଶୁବୋହୂମାଲି-ସିଜୁମାଲି-କୁତ୍ରୁମାଲି ପ୍ରକଳ୍ପ ପାଇଁ ୧୩୧୫.୧୬ କୋଟି ଏବଂ ନଉପଦା-ଗୁଣୁପୁର ପ୍ରକଳ୍ପ ପାଇଁ ୧୩୯୭.୩୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ଆର୍‌ଟିଆଇରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?