ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାରେ ୧୭ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବର୍ଷ ବର୍ଷ ସର୍ଭେରେ ହିଁ ଲଟକି ରହିଛି। ସର୍ଭେ ଶେଷ ହୋଇ ଚୂଡାନ୍ତ ରିପୋର୍ଟକୁ ଅନୁମୋଦନ ମିଳିବା ପରେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି କିସମ ପରିବର୍ତ୍ତନ, କ୍ଷତିପୂରଣ ପ୍ରଦାନ ଆଦି ପ୍ରକ୍ରିୟା ରହିଛି। ତେବେ ପ୍ରାରମ୍ଭିକ ସର୍ଭେ ପ୍ରକ୍ରିୟା ସରୁ ନ ଥିବାରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାରେ ଅନିଶ୍ଚିତତା ଦେଖାଦେଇଛି। ଗତ ୨୮ ବର୍ଷ ହେବ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ନୂତନ ରେଳପ୍ରକଳ୍ପ ପୂର୍ଣ୍ଣତା ଲାଭ କରି ପାରିନାହିଁ। ସେହିପରି ୭ଟି ନୂତନ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର ଲାଭ କରି ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ରିପୋର୍ଟ ମିଳିଛି।
ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଅଧିକାର ଆଇନ(ଆରଟିଆଇ)ବଳରେ ୧୨ା୧୦ା୨୦୨୩ରେ ମିଳିଥିବା ତଥ୍ୟ ଆଧାରରେ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ୯୬ କିମି ରେଳଲାଇନ କାର୍ଯ୍ୟ ସର୍ଭେରେ ସୀମିତ ରହିଛି। ଏଭଳି ତଥ୍ୟ ବିଗତ ଏକ ଦଶନ୍ଧି ହେଲା ମିଳିଆସୁଛି। ହେଲେ ସର୍ଭେ କାର୍ଯ୍ୟ ସରୁନି କି ଆଗକୁ କୌଣସି କାର୍ଯ୍ୟ ବଢ଼ୁନାହିଁ ବୋଲି ଚର୍ଚ୍ଚା ହେଉଛି। ୧୧ା୯ା୨୦୨୩ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେସନ ସର୍ଭେ(ଏଫଏଲ୍‌ଏସ୍‌) ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାଏ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହୋଇ ନ ଥିବା ସୂଚନା ମିଳିଛି। ସର୍ଭେରେ ସୀମିତ ଅନ୍ୟ ରେଳପ୍ରକଳ୍ପଗୁଡିକ ହେଲା ଜୁନାଗଡ-ନବରଙ୍ଗପୁର ୧୧୮ କିମି, ମାଲକାନଗିରି-ଭଦ୍ରଚଲମ୍‌ ୧୨୫ କିମି, ଶାଶୁବୋହୂମାଲି-ସିଜୁମାଲି-କୁତ୍ରୁମାଲି ବକ୍ସାଇଟ ମାଇନ୍ସଠାରୁ ଟିକିରି ରେଳଷ୍ଟେଶନ ୫୮ କିମି, ନାଉପଦା-ଗୁଣୁପୁରଠାରୁ ଥେରୁବାଲି ୭୯ କିମି, ତାଲଚେର-ଗୋପାଳପୁର ୨୮୨ କିମି, ବଲାଙ୍ଗୀର-ନୂଆପଡ଼ା ରୋଡ୍‌ ଭାୟା ପାଟଣାଗଡ ୧୦୦ କିମି, ପୁରୀ-କୋଣାର୍କ ୩୩ କିମି, ଦୈତାରୀ ଷ୍ଟେଶନଠାରୁ ବାଲିପର୍ବତ ଆଇରନ ଓର ମାଇନ୍ସ ୮ କିମି, ନୟାଗଡ଼ ଷ୍ଟେଶନଠାରୁ ଦୁବୁଣା ଆଇରନ ଓର ମାଇନ୍ସ ୫ କିମି, ରାୟପୁର-ସମ୍ବଲପୁର ୨୭୦ କିମି, ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ୧୪୨ କିମି, ବାରକୋଟ-ଝାରସୁଗୁଡା ୧୬୦ କିମି, ଜଗନ୍ନାଥପୁର-ରେଢ଼ାଖୋଲ ୨୪୦ କିମି, ରଜଥଗଡ଼ଠାରୁ କାଇପଦର ରୋଡ୍‌ ୭୦ କିମି, ତେନ୍ତୁଲୋଇ-ବୁଢାପଙ୍କ ୧୦୬ କିମି ଏବଂ ଏମ୍‌ସିଆର୍‌ଏଲ୍‌ ଇନର କରିଡର ଫେଜ-୨୫୪ କିମି ରହିଛି। ଅନ୍ୟପକ୍ଷେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୩୦୧ କିମି, ତାଲଚେର-ବିମଳଗଡ ୧୪୯ କିମି, ଜୟପୁର-ମାଲକାନଗିରି ୧୨୬ କିମି, ଜୟପୁର-ନବରଙ୍ଗପୁର ୫୦ କିମି, କୋଡିଙ୍ଗମାଲି ବକ୍ସାଇଟ ମାଇନ୍ସଠାରୁ ସିଙ୍ଗରାମ ଷ୍ଟେଶନ ୯.୪ କିମି, ତାଲଚେର-ଅନୁଗୋଳ ୧୬.୫୦ କିମି ଓ ଗନ୍ଧମାର୍ଦ୍ଧନ ଆଇରନ ଓର ମାଇନ୍ସଠାରୁ ଗୋଲଡିହ ରେଳଷ୍ଟେଶନ ୧୨ କିମି ଆଦି ରେଳପ୍ରକଳ୍ପ ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ୭ଟି ପ୍ରକଳ୍ପର ଅଗ୍ରଗତି ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛ କଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ (ଫରେଷ୍ଟ ରାଇଟ ଆକ୍ଟ) ସାର୍ଟିଫିକେଟ, ବନ୍ୟଜନ୍ତୁ ଇତ୍ୟାଦି ବିବାଦ ଯୋଗୁ ନୈରାଶ୍ୟଜନକ ରହିଛି। ୧୦ରୁ ଉର୍ଦ୍ଧ୍ୱ ବର୍ଷ ହେଲା କେତେକ ପ୍ରକଳ୍ପର ଜଙ୍ଗଲ ଜମି ବିବାଦର ସମାଧାନ ହୋଇପାରି ନ ଥିବା ସୂଚନା ମିଳିଛି। ବିଭାଗସ୍ତରରେ ନିୟମିତ ଭାବେ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଉଥିଲେ ହେଁ ବିଭିନ୍ନ କାରଣରୁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରେଳ ପ୍ରକଳ୍ପ ସ୍ବପ୍ନ ଅଧୁରା ରହିଥିବା ମତପ୍ରକାଶ ପାଇଛି। ପ୍ଲାନିଂ ଷ୍ଟେଜ୍‌ରେ ଥିବା ୧୭ରୁ ୪ଟି ପ୍ରକଳ୍ପର ଅଟକଳ ପରିମାଣ ଚୂଡ଼ାନ୍ତ ହୋଇଛି। ଏଥିରେ ଜୁନାଗଡ଼-ନବରଙ୍ଗପୁର ପ୍ରକଳ୍ପ ପାଇଁ ୨୮୬୪.୫୦ କୋଟି, ମାଲକାନଗିରି-ଭଦ୍ରଚଲମ ପ୍ରକଳ୍ପ ପାଇଁ ୩୫୯୧.୭୬ କୋଟି, ଶାଶୁବୋହୂମାଲି-ସିଜୁମାଲି-କୁତ୍ରୁମାଲି ପ୍ରକଳ୍ପ ପାଇଁ ୧୩୧୫.୧୬ କୋଟି ଏବଂ ନଉପଦା-ଗୁଣୁପୁର ପ୍ରକଳ୍ପ ପାଇଁ ୧୩୯୭.୩୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ଆର୍‌ଟିଆଇରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri