୪ ବର୍ଷରେ ସରିନି ଅଧା

ତାଳଚେର, ୮ା୧୧(ନି.ପ୍ର.):  ଦିନ ପରେ ଦିନ ଗଡ଼ିଚାଲିଛି। ବଢ଼ିଚାଲିଛି ବ୍ୟୟବରାଦ। ହେଲେ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ତାଳଚେର-ଘଣ୍ଟପଡ଼ା ଓଭରବ୍ରିଜ୍‌। ଇତିମଧ୍ୟରେ କାମ ଅବଧି ସରିବା ୨ବର୍ଷ ବିତିଲାଣି। ହେଲେ ୩୫ କୋଟି ବ୍ୟୟରେ ହେଉଥିବା ଏହି ଡ୍ରିମ୍‌ ପ୍ରୋଜେକ୍ଟ କାମ ମାତ୍ର ୭ଟି ପାଇଲ୍‌ରେ ସୀମିତ ରହିଛି। ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟର କଚ୍ଛପଗତି ଅଞ୍ଚଳବାସୀଙ୍କ ସମସ୍ୟାକୁ ବହୁଗୁଣିତ କରିଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ତାଳଚେର-ଘଣ୍ଟପଡ଼ା ରାସ୍ତା ନାଲ୍‌କୋ, ଏଫ୍‌ସିଆଇ, ଅନୁଗୋଳ ଏବଂ ତାଳଚେର ବ୍ଲକର ଅନ୍ୟତମ ଜନବହୁଳ ଗ୍ରାମ ଘଣ୍ଟପଡାକୁ ସଂଯୋଗ କରୁଛି। ଏହି ରାସ୍ତାରେ ଥିବା ବ୍ୟସ୍ତବହୁଳ ରେଲଓ୍ବେ ଫାଟକ ଅଞ୍ଚଳବାସୀଙ୍କ ଯାତାୟାତରେ ପ୍ରମୁଖ ପ୍ରତିବନ୍ଧକ ସାଜିିଛି। ଦୈନିକ ୫୦ରୁ ଅଧିକ କୋଇଲା ବୋଝେଇ ଟ୍ରେନ୍‌ ଏହି ଟ୍ରାକ୍‌ରେ ଦୌଡୁଥିବାବେଳେ ପାଖାପାଖି ୧୬ ଘଣ୍ଟା ଫାଟକ ବନ୍ଦ ରହୁଛି। ସମସ୍ୟାର ସମାଧାନ ଲାଗି ସେଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଦାବି, ଆନ୍ଦୋଳନ ହୋଇଆସୁଥିଲା। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) କର୍ତ୍ତୃପକ୍ଷ ରାଜି ହେବା ପରେ ୨୦୧୨ ଜୁନ୍‌ ୧ରେ ତତ୍କାଳୀନ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରକାଶ ଜୟସ୍ବାଲ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୪ କୋଟି ୯୪ ଲକ୍ଷ ୯୩ ହଜାର ୧୨୯ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ଓଭରବ୍ରିଜ୍‌ର ନିର୍ମାଣ ଦାୟିତ୍ୱ ନେଇଛି ଆର୍‌କେଡି ଠିକା ସଂସ୍ଥା। ୨୦୧୬ ଅକ୍ଟୋବର ୨୧ରେ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଅକ୍ଟୋବର ୨୦ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଗଡ଼ି ଆହୁରି ୨ ବର୍ଷ ବିତିଥିଲେ ବି କାମ ସମ୍ପୂର୍ଣ୍ଣ ହୋଇପାରିନି। ଡାଇଭର୍ସନ ରୋଡ୍‌ ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ୧୩ ପାଇଲ୍‌ ମଧ୍ୟରୁ ମାତ୍ର ୭ଟି ସରିଛି। ପିଅର, ରେଲୱେ ଫାଟକ ସ୍ଥାନାନ୍ତରୀକରଣ, ଗାର୍ଡ, ଆର୍‌ଇ ୱାଲ ନିର୍ମାଣ, ଟପ୍‌ସ୍ଲାପ, ଆପ୍ରୋଚ୍‌ ରୋଡ୍‌ କାମ ବାକି ରହିଛି।
ଅପରପକ୍ଷେ ଆସନ୍ତା ୧୦ମାସ ମଧ୍ୟରେ ନିର୍ମାଣ ସାରିବାକୁ ପ୍ରଶାସନସ୍ତରୀୟ ବୈଠକରେ ସ୍ଥିର କରାଯାଇଛି। ମୋଟ ଉପରେ ୪ବର୍ଷରେ ମାତ୍ର ୨୦%ରୁ କମ୍‌ କାମ ସରିଥିବା ବେଳେ ୧୦ ମାସରେ କିପରି ନିର୍ମାଣ ଶେଷ ହେବ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଜଗନ୍ନାଥ ଏରିଆର ଷ୍ଟାଫ୍‌ ଅଫିସର ଭି.କେ. ସିଂଙ୍କୁ ଯୋଗାଯୋଗସତ୍ତ୍ୱେ ମତାମତ ମିଳିପାରିନାହିଁ। ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ଓଭରବ୍ରିଜ ନିର୍ମାଣ ବାବଦରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଆଗାମୀ ୧୦ମାସ ମଧ୍ୟରେ ଏହା ଶେଷ କରିବାକୁ ସ୍ଥିର ହୋଇଛି।

ଦୈନିକ ୬୦ ଟ୍ରେନ୍‌ ଯାଉଛି
ଘଣ୍ଟାପଡ଼ା ଫାଟକ ଦେଇ ଦୈନିକ ୫୦ରୁ ୬୦ କୋଇଲା ବୋଝେଇ ଟ୍ରେନ ଯାତାୟାତ କରୁଛି। ଫାଟକ ପଡିରହୁଥିବାରୁ ଯିବାଆସିବା କଷ୍ଟକର ହୋଇପଡୁଛି। ଏମ୍‌ସିଏଲ ଏବଂ ପ୍ରଶାସନ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାହା ବୁଝାପଡୁନାହିଁ ା
– ବୃନ୍ଦାବନ ବେହେରା, ବ୍ଲକ ଅଧ୍ୟକ୍ଷ, ତାଳଚେର

ତାଳମେଳ, ଆନ୍ତରିକତା ଅଭାବ
ବ୍ରିଜ ନିର୍ମାଣ ଦିଗରେ ଏମ୍‌ସିଏଲ ଓ ରେଲୱେ ମଧ୍ୟରେ ତାଳମେଳ ରହୁନାହିଁ। ଆନ୍ତରିକତା ଅଭାବରୁ ଏହା ଶେଷ ହୋଇପାରୁ ନାହିଁ ା ପ୍ରଶାସନ ନୀରବ ନ ରହି ତୁରନ୍ତ ପଦକ୍ଷେପ ନେବା ଉଚିତ।
– ମନୋଜ କୁମାର ବେହେରା, ସରପଞ୍ଚ, ଘଣ୍ଟପଡା

ପ୍ରଶାସନର ହସ୍ତକ୍ଷେପ ଜରୁରୀ
ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ଓଭରବ୍ରିଜର ତୁରନ୍ତ ଶେଷ ହେବା ଜରୁରୀ। ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହାର ନିର୍ମାଣ କାମ ଶେଷ କରିବା ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ।
– ଜ୍ୟୋତିର୍ମୟୀ ସାହୁ, ପ୍ରଗତି ଅନୁଷ୍ଠାନ ସଭାପତି

ଅଧିକାଂଶ ସମୟ ଗେଟ୍‌ ବନ୍ଦ
ଗୁରୁତ୍ୱପୂର୍ଣ୍ଣ ରେଳଫାଟକ ଦିନରେ ଅଧିକାଂଶ ସମୟ ବନ୍ଦ ରହୁଛି। ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ତାଳଚେରରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସମସ୍ୟା ସମାଧାନ ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି।
– ବାଉରୀବନ୍ଧୁ ବେଜ, ସାମାଜିକ କର୍ମୀ

କେବେ ଶେଷ ହେବ ଜଣାନାହିଁ
ଆନ୍ତରିକତା ଅଭାବରୁ ୪ ବର୍ଷ ହେଲା ବ୍ରିଜ କାମ ପଡିରହିଛି। ଏବେ ସୁଦ୍ଧା ଅଧା କାମ ବି ହୋଇପାରିଲା ନାହିଁ। ଯେମିତି କାମ ଚାଲିଛି, ସେମିତି ଲାଗି ରହିଲେ ଆଉ ୫ ବର୍ଷ ବି ନିଅଣ୍ଟ ପଡିବ।
– ଚୈତନ୍ୟ ପ୍ରଧାନ, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri