ହେୟାର କଲର କରୁଥିଲେ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ଲାଗି ହେୟାର କଲରିଂ ବିନା ଯେମିତି ଫ୍ୟାଶନ ଅଧୁରା । ତେବେ ଆପଣ ଜାଣନ୍ତିକି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ବ୍ୟବହାର କରୁଥିବା ଏହି ହେୟାର କଲର ଅପରପକ୍ଷେ କେଶ ଝଡ଼ିବା, ଚନ୍ଦାପଣ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର ବି କାରଣ ସାଜିପାରେ…
ବର୍ତ୍ତମାନ ହେୟାର କଲରର ବଢୁଥିବା ଡିମାଣ୍ଡକୁ ଆଖିଆଗରେ ରଖି ମାର୍କେଟ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ହେୟାର କଲର ଉପଲବ୍ଧ। ଯାହା ଭିତରୁ ଅଧିକାଂଶ ପ୍ରଡକ୍ଟରେ ଅନେକ କେମିକାଲ୍‌ ବିଶେଷ କରି ଆମୋନିଆ ବ୍ୟବହାର କରାଯାଉଛି। ଯାହାକି କେଶରେ ରଙ୍ଗ ଅଧିକ ସମୟ ରହିବା ଲାଗି ଏହାର କ୍ୟୁଟିକଲ୍‌କୁ ଭାଙ୍ଗିଥାଏ। ଏହା କେଶକୁ ଡ୍ରାଏ କରିବା ସହ ଶୀଘ୍ର ଖରାପ କରି ଉପୁଡିବା ଲାଗି ମଧ୍ୟ ଦାୟୀ। ଏହା କେତେକଙ୍କଠାରେ ଆଲର୍ଜି ସମସ୍ୟା ବି ସୃଷ୍ଟି କରିଥାଏ।
ଆମୋନିଆ କେଶ ପାଇଁ ଖରାପ ବୋଲି ଅନେକଙ୍କୁ ଜଣା ଥିବାରୁ ସେମାନେ ଆମୋନିଆ ଫ୍ରି ହେୟାର କଲର ବ୍ୟବହାର ପ୍ରତି ଗୁରୁତ୍ୱ ଦିଅନ୍ତି। ହେଲେ ଏଥିରେ ଆମୋନିଆ ବଦଳରେ ବ୍ୟବହାର ହେଉଥିବା ମୋନୋ ଇଥାନୋଲାମାଇନ୍‌ ନାମକ କେମିକାଲ୍‌ କେଶ ପାଇଁ ହାନିକାରକ ସେ ଦିଗରେ ଅନେକେ ଅବଗତ ନ ଥାନ୍ତି। ଏହି କେମିକାଲ କେଶକୁ ଦୁର୍ବଳ ଓ ରୁକ୍ଷ କରିଥାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।
ଯେଉଁମାନଙ୍କ ତ୍ୱଚା ସମ୍ବେଦନଶୀଳ ସେମାନେ ହେୟାର କଲର ବ୍ୟବହାର କରିବା ଠିକ୍‌ ନୁହେଁ। କାରଣ ଏହା ଦ୍ୱାରା ସ୍କିନ୍‌ ଆଲର୍ଜି ହୋଇ ଫଳିଯିବା ଏବଂ ଲାଲ୍‌ ପଡି କଷ୍ଟ ହେବା ସମସ୍ୟା ଉପୁଜିପାରେ। ଏହାଦ୍ୱାରା କେଶ ମୂଳରୁ ଦୁର୍ବଳ ହୋଇ ଉପୁଡିବା ଆରମ୍ଭ ହୋଇଥାଏ।
– ହେୟାର କଲର ସ୍ପ୍ରେ, ଓ୍ବାକ୍ସ, ଜେଲ୍‌, ପାଉଡର ବିଭିନ୍ନ ପ୍ରକାରର ଆସିଥାଏ। ତେବେ ଏହାକୁ ନେଇ ଅନେକଙ୍କ ମନରେ ଭ୍ରାନ୍ତଧାରଣା ଥାଏ ଯେ, ପାଉଡର କଲର ଅପେକ୍ଷା ସ୍ପ୍ରେ, ଜେଲ୍‌ ଆଦି କଲର ଅଧିକ ଦାମୀ ଏବଂ ସୁରକ୍ଷିତ। ହେଲେ ଏହି ରଙ୍ଗ ଅଧିକ ଦିନ କେଶରେ ରହିବା ଲାଗି ମିଶାଯାଉଥିବା କେମିକାଲ୍‌ କେଶର ପ୍ରାକୃତିକ ମଶ୍ଚରାଇଜରକୁ ନଷ୍ଟ କରିଦିଏ। ଫଳରେ କେଶ ଅଧାରୁ ଛିଣ୍ଡିବା ଆରମ୍ଭ ହୋଇଯାଏ।
– ହେୟାର କଲର ଆଖିରେ ଲାଗିବା ଦ୍ୱାରା ରେଟିନା ଖରାପ ହେବାର ଆଶଙ୍କା ରହିଛି। କେବଳ ଏତିକି ନୁହେଁ ଏହାଦ୍ୱାରା ଶ୍ୱାସଜନିତ ସମସ୍ୟା ଉପୁଜିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ, ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

ଜାତୀୟ ବିଜ୍ଞାନ ଦିବସ : କିଛି କଥା

ଆ ମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି...

ଖାଲି କେଶରେ ନୁହେଁ ଏସବୁ ଥିରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

ବ୍ୟକ୍ତିଙ୍କ ପାଟିରେ ଭରି ରହିଛି ବିଷ, ଅମୃତ, ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯେଉଁଠାରେ ସେ ମଣିଷ...

ନୂଆ ବର୍ଷର ପ୍ରଥମ ମାସରେ ବଦଳିବ ଏହି ୫ ରାଶିର ଭାଗ୍ୟ: ଚାକିରି କ୍ଷେତ୍ରରେ ମିଳିବ ସଫଳତା

୨୦୨୦ରେ ଅନେକ ଲୋକ ନିଜ କ୍ୟାରିୟରରେ ଉତ୍ଥାନ-ପତ୍ତନ ଦେଇ ଗତି କରିଥିଲେ। ହେଲେ ନୂଆ ବର୍ଷର ଆରମ୍ଭରୁ ସେମାନେ ଅନେକ କିଛି ପରିବର୍ତ୍ତନ ପାଇଁ ଆଶା...

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଉଷୁମ ପାଣି

ସୁସ୍ଥ ଶରୀର ପାଇଁ ଉତ୍ତମ, ପୁଷ୍ଟିକର ଖାଦ୍ୟର ଯେତିକି ଆବଶ୍ୟକ; ପାଣି ମଧ୍ୟ ସେତିକି ଆବଶ୍ୟକ । ହେଲେ ଉଷୁମ ପାଣିର ସେବନ ଆମ ଶରୀର...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ରସ

ପ୍ରାଚୀନ କାଳରୁ ଦୂରାରୋଗ୍ୟ ରୋଗର ଚିକିତ୍ସା ଏବଂ ସୌନ୍ଦର୍ଯ୍ୟ ପାଇଁ ଅଁଳା ବ୍ୟବହାର କରାଯାଉଛି। ଭିଟାମିନ, ଫାଇବର୍‌, କ୍ୟାଲସିୟମ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଭଳି ତତ୍ତ୍ୱରେ ଭରପୂର୍‌...

ଚାଇନାର ଏହି ଫଳ ରାମବାଣ ଭଳି କାମକରେ

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ...

Advertisement
Archives

Model This Week