ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ

କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ ଥାଇ ଏସ୍‌ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ ସେ ବାରିପଦାସ୍ଥିତ ନିଜ ବାସଭବନରେ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ସେ ଦୁଇ ବର୍ଷ ଧରି ବିଭିନ୍ନ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଏପ୍ରିଲ ୧୯ ତାରିଖରେ ଏସ୍‌ସିବି ମେଡିକାଲକୁ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ଆସିଥିଲେ। ଡ. କୁଅଁର ଆଜୀବନ ଅବିବାହିତା ଥିଲେ।
ମିଳିଥିବା ସୂଚନା ମୁତାବକ, ଡ. ପୂର୍ଣ୍ଣିମା କୁଅଁର ୧୯୬୫ରେ ବୁର୍ଲାସ୍ଥିତ ଭିମ୍‌ସାର୍‌ରୁ ଏମ୍‌ବିବିଏସ୍‌ ପାସ୍‌ କରିଥିଲେ। ସେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ସେଠାକାର ଏକମାତ୍ର ଲେଡି ଆସିଷ୍ଟାଣ୍ଟ ସର୍ଜନ ଥିଲେ। ପରେ ସେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଷୟରେ ଏମ୍‌ଏସ୍‌ ପାସ୍‌ କରି ସେହିଠାରେ ହିଁ ଡାକ୍ତରୀ ଅଧ୍ୟାପନା କରିଥିଲେ।
ପରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ଓ ବୁର୍ଲା ଭିମସାର୍‌ରେ ମଧ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ୧୯୯୯ରେ ସେ ବୁର୍ଲାସ୍ଥିତ ଭିମସାରରୁ ଅବସର ନେଇଥିଲେ। ପରେ କଟକର ଏକ ଘରୋଇ କ୍ଲିନିକରେ କିଛିବର୍ଷ କାର୍ଯ୍ୟ କରି ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ନିଜ ଘରକୁ ଚାଲିଯାଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ...

ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା...

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ନାହିଁ ଏସି

ନୟାଗଡ଼,୧୬।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଶିଶୁ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏସି ନ ଥିବାରୁ ଗ୍ରୀଷ୍ମର ପ୍ରକୋପରେ...

୫- ଟି, ନବୀନ ଓଡ଼ିଶା ବ୍ୟାଗ୍‌ ପୋଡ଼ିଲେ

ବାଉଁଶୁଣୀ,୧୬ା୬(ଦେବାଶିଷ ନେପାକ)ବୌଦ୍ଧ ଜିଲା ବାଉଁଶୁଣୀ ଛକ ନିକଟରେ ଶନିବାର ୫- ଟି ଆମ ଓ ନବୀନ ଓଡ଼ିଶା ବ୍ୟାଗ୍‌କୁ ଭାଜପା କର୍ମୀ ପୋଡ଼ୁଥିବା ଦେଖିବାକୁ ମିଳିଛି।...

ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ।...

ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥାନରେ ଘର ନିର୍ମାଣ ଅଭିଯୋଗ

ପୁରୀ,୧୬ା୬(ଅଜିତ୍‌ କୁମାର ମହାନ୍ତି)ସନାତନ ହିନ୍ଦୁ ଧର୍ମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାନ ସର୍ବୋଚ୍ଚ। ଚାରିଗୋଟି ପୀଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ପୀଠ ଅନ୍ୟତମ। ଆଦି ଶଙ୍କରଙ୍କ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri