Posted inଖେଳ

ସିପିଏଲ୍‌ରେ ସର୍ବନିମ୍ନ ବିଜୟ ଲକ୍ଷ୍ୟ

ଟାରୋବା (ଓ୍ବେଷ୍ଟଇଣ୍ଡିଜ), ୨୪ା୮ (ପି.ଟି.)-ଗୁୟାନା ଆମାଜନ ଓ୍ବାରିୟର୍ସ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଇତିହାସରେ ସବୁଠାରୁ କମ୍‌ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ହେଁ ଜାମାଇକା ତଲାଓ୍ବାସ୍‌ ବିପକ୍ଷରେ ୧୪ରନରେ ବିଜୟ ହାସଲ କରିଛି। ବ୍ରେଣ୍ଡନ କିଙ୍ଗ୍‌ (୨୯ରନ) ଓ ଚନ୍ଦ୍ରପଲ୍‌ ହେମରାଜ (୨୧ରନ) ଓପନିଂ ପାର୍ଟନରଶିପ୍‌ରେ ୫.୪ ଓଭରରେ ୫୬ ରନ ଯୋଗ କରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବାରିୟର୍ସକୁ ଭଲ ଆରମ୍ଭ ଦେଇଥିଲେ। ମାତ୍ର ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଓ୍ବାରିୟର୍ସ ୧୯.୧ ଓଭରରେ ୧୧୮ରନ କରି ଅଲଆଉଟ ହୋଇଯାଇଥିଲା। ତଲାଓ୍ବାସ ତରଫରୁ ମୁଜିବୁର ରହମନ ଓ କାର୍ଲୋସ ବ୍ରାଥଓ୍ବେଟ୍‌ ତିନୋଟି ଲେଖାଏଁ ଉଇକେଟ କରିଥିବାବେଳେ ସନ୍ଦୀପ ଲାମିଚାନେ ୨ ଉଇକେଟ ସଫଳତା ପାଇଥିଲେ। ୧୧୯ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ତଲଓ୍ବାସ୍‌ର ଦୁଇ ଓପନର କୌଣସି ରନ ସଂଗ୍ରହ ନ କରି ପ୍ୟାଭିଲିୟନ ଫେରିଥିଲେ। ୧୩ତମ ଓଭର ବେଳକୁ ମାତ୍ର ୪୮ରନରେ ବ୍ୟାଟିଂ ଲାଇନ୍‌ ଅପ୍‌ର ଅଧା ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। ଆନ୍ଦ୍ରେ ରସେଲ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇପାରି ନ ଥିଲେ। ସେ ୪ ଚୌକା ଓ ୫ ଛକା ସହିତ ୩୭ ବଲ୍‌ରେ ୫୨ରନ କରି ଅପରାଜିତ ରହିଥିଲେ। ତଲାଓ୍ବାସ ଦଳ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୦୪ ରନ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକା-ଏ ବିପକ୍ଷ ସିରିଜ: ଫୋକସ୍‌ରେ ଗିଲ୍‌

ଥିରୁଅନନ୍ତପୁରମ, ୨୮।୮ (ପି.ଟି.): ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଓ ଭାରତ-ଏ କ୍ରିକେଟ୍‌ ଦଳ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ...

କୋହଲିଙ୍କ ଫେଭରାଇଟ୍‌ ରୋନାଲ୍ଡୋ

ଜୁରିକ୍‌,୨।୮(ପିଟି)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜଣେ ବଡ଼ ଫୁଟ୍‌ବଲ ପ୍ରଶଂସକ। ଏ କଥା କାହାକୁ ଅଛପା ନାହିଁ। ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ...

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି...

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି...

ସଇନି ଦଣ୍ଡିତ

ନୂଆଦିଲ୍ଲୀ,୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଭାରତୀୟ ପେସର ନପଦୀପ ସଇନିଙ୍କୁ ଦଣ୍ଡିତ କରାଯାଇଛି। ଆମେରିକାର ଫ୍ଲୋରିଡାଠାରେ ଖେଳାଯାଇଥିବା ପ୍ରଥମ...

୧୦୦ ଯୁବକଙ୍କ ସହ ଡେଟ୍‌ରେ ଗଲେଣି ଯୁବତୀ, କିନ୍ତୁ…

ସାଧାରଣତଃ ନିଜ ମତମୁତାବକ ସାଥୀ ପାଇବା ପାଇଁ ପ୍ରଥମେ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ପ୍ରେମିକା-ପ୍ରେମିକ। କିନ୍ତୁ ପୂର୍ବ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ରହିଥିବା ଏପ୍ରିଲ୍‌...

ଇତିହାସ ରଚିବା ଠାରୁ ୧୩୯ ରନ୍‌ ଦୂରରେ ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ,୨୩।୬: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁସି) ଫାଇନାଲ। ୧୪୪ ବର୍ଷ ପରେ ବିଶ୍ୱକୁ ମିଳିବାକୁ ଯାଉଛି ପ୍ରଥମ ଟେଷ୍ଟ ଚାମ୍ପିୟନ।...

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର...

Advertisement
Archives

Model This Week