ଗୁରୁ ସର୍ବଦା ନମସ୍ୟ

କଲେଜବେଳର ଅନେକ ଏଭଳି ଅନୁଭୂତି ରହିଛି, ଯାହା ସତରେ ଅଭୁଲା। ତେବେ ମନେପଡ଼ୁଛି ଗୋଟିଏ ଘଟଣା। ୧୯୭୭ ମସିହାରେ ଇଣ୍ଟରମିଡିଏଟ୍‌ ବିଜ୍ଞାନ ପରୀକ୍ଷା ସରିଥାଏ। ଭଲ ନମ୍ବର ମଧ୍ୟ ରହିଥାଏ। ଏହାପରେ ସାଧାରଣତଃ ପିଲାମାନେ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ମୋର ପଦାର୍ଥ ବିଜ୍ଞାନ(ଥିଓରୀରେ ଶତ ପ୍ରତିଶତ), ଗଣିତରେ ପାଖାପାଖି ଶତ ପ୍ରତିଶତ ମାର୍କ ଥିବାରୁ କୌଣସି ବିଜ୍ଞାନ ବିଷୟ କିମ୍ବା ଇଞ୍ଜିନିୟରିଂ କଲେଜରେ ପଢ଼ିବା ପାଇଁ ସ୍ଥିର କରିଥିଲି। ଏପରିକି ରିଜିଓନାଲ ଇଞ୍ଜିନିୟରିଂ କଲେଜ ଓ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟର ଏଗ୍ରିକଲ୍‌ଚର ଇଞ୍ଜିନିୟରିଂ ଡିଗ୍ରୀ ପାଇଁ ଦେଇଥିବା ପ୍ରବେଶିକା ପରୀକ୍ଷାରେ ଯଥାକ୍ରମେ ୨ୟ ଓ ପ୍ରଥମ ସ୍ଥାନ ରଖିଥିଲି। ସେହିପରି ୟୁନିଅନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଚାକିରି ନିମନ୍ତେ(ଟିଏସ୍‌ସି) ପାଇଁ ଦେଇଥିବା ପରୀକ୍ଷାରେ ବିହାର ଓ ଓଡ଼ିଶାରେ ପ୍ରଥମ ହୋଇଥିଲି। ମାତ୍ର ମୋର ଡାକ୍ତରୀ ସ୍ନାତକ ପଢ଼ିବା ପାଇଁ ଆଗ୍ରହ ନ ଥିଲା। କିନ୍ତୁ ଏଥିନିମନ୍ତେ ଆବେଦନ କରିଥିବାରୁ ପ୍ରବେଶିକା ପରୀକ୍ଷା ନ ଦେଇଥିଲେ ମଧ୍ୟ ମାର୍କ ଅନୁସାରେ ଚୟନ ହୋଇଥିଲା ଏସ୍‌ସିବି ମେଡିକାଲ କଲେଜରେ। ସେ ସମୟରେ ୧୦ଟି ସିଟ୍‌ (ଉତ୍କଳ-୪, ବ୍ରହ୍ମପୁର-୩, ସମ୍ବଲପୁର ବିଶ୍ୱବିଦ୍ୟାଳୟର- ୩) ମାର୍କ ଭିତ୍ତିରେ ଆଡମିଶନ୍‌ ପାଇଁ ରଖାଯାଉଥିଲା।
ମାତ୍ର ମୁଁ ପୁନଶ୍ଚ ମନେ ମନେ ସ୍ଥିର କରିଥିଲି ରେଭେନ୍ସାରେ ଇଂଲିଶ୍‌ କିମ୍ବା ଓଡ଼ିଆ ଅନର୍ସ ରଖି ପଢ଼ିବା ପାଇଁ। କାରଣ ମୋତେ ସାହିତ୍ୟ ଓ କାବ୍ୟ କବିତା ଭଲ ଲାଗୁଥିଲା। ଫଳରେ ମୁଁ କଲେଜରୁ ସିଏଲ୍‌ସି ନେଇ ନ ଥିଲି। କିନ୍ତୁ ସେ ସମୟରେ ବାଙ୍କି କଲେଜରେ ଅଧ୍ୟକ୍ଷ ଥିବା ସ୍ବର୍ଗତ ଧୀରେନ୍ଦ୍ର କୁମାର ସାମନ୍ତରାୟ ମୋତେ ପାଖକୁ ଡାକି ବୁଝାଇବା ପରେ ଶେଷ ଦିନ (ନାମଲେଖାର ଶେଷ ଦିନ) ସିଏଲ୍‌ସି ଦେଇ ଡାକ୍ତରୀ ଶିକ୍ଷାରେ ନାମ ଲେଖାଇବା ପାଇଁ ବାଧ୍ୟ କରିଥିଲେ ଓ କହିଥିଲେ, ରାମ ତୁମେ ଡାକ୍ତର ହେଲେ ସାହିତ୍ୟ ପଢ଼ିପାରିବ, ମାତ୍ର ସାହିତି୍ୟକ କିମ୍ବା ମୋ ପରି ଇଂଲିଶ୍‌ ଅଧ୍ୟାପକ ହେଲେ କାହାର କ’ଣ ଉପକାରରେ ଆସିପାରିବ? ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ହୋଇଥିଲେ ଓ ମୋର ଏମ୍‌ବିବିଏସ୍‌ର ପରବର୍ତ୍ତୀ ତାଲିମର କିଛି ଅଂଶ କମାଣ୍ଡ ହସ୍ପିଟାଲରେ ପୂରଣ କରିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରିଥିଲେ। ମୋତେ ବହୁତ ଦିନ ପଦାର୍ଥ ବିଜ୍ଞାନ ନ ପଢ଼ିଥିବାରୁ ଦୁଃଖ ଲାଗୁଥିଲା। ମାତ୍ର ଡାକ୍ତର ହୋଇ ରୋଗୀ ସେବା ଆରମ୍ଭ କଲା ପରେ ସେହି ଦୁଃଖ ମନରୁ ଦୂରେଇ ଯାଇଥିଲା।
ଏବେ ମଧ୍ୟ ନିୟମିତ ମୁଁ ପଦାର୍ଥ ବିଜ୍ଞାନ, ଗଣିତ ଓ ସାହିତ୍ୟ ବିଷୟରେ ଆଗ୍ରହ ସହକାରେ ଅଧ୍ୟୟନ କରେ। ଆଗରୁ ଶିକ୍ଷକମାନେ କିଭଳି ଛାତ୍ରୀଛାତ୍ରମାନଙ୍କର ମାର୍ଗ ପ୍ରଦର୍ଶନ କରାଉଥିଲେ ଏହା ଏକ ବିଶେଷ ଉଦାହରଣ। ଗୁରୁମାନେ ସର୍ବଦା ନମସ୍ୟ ଅଟନ୍ତି। – ଡା. ରାମଚନ୍ଦ୍ର ରାଉତ,
ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ସୂଚନା ଓ ପରିସଂଖ୍ୟାନ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri