ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ରେଣୀ ଗୃହର ବେଞ୍ଚରେ ବସିବା ଏବଂ ପୂର୍ବ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଦଶମ ଶ୍ରେଣୀ ହଷ୍ଟେଲ ଛାତ୍ର ଓ ନବମ ଶ୍ରେଣୀ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ ଗତ ଗୁରୁବାର ଏକ ଉଗ୍ର ଗୋଷ୍ଠୀ ସଂଘର୍ଷ ଘଟିଛି। ଦଶମ ଶ୍ରେଣୀର ଚୈତନ୍ୟ ମାଝୀଙ୍କ ସହ ତାଙ୍କ ସାଙ୍ଗ ଚନ୍ଦୁ, ଅଭି, ନରେଶ ଓ ରାଜୁ ସଂଘବଦ୍ଧ ଭାବେ ନବମ ଶ୍ରେଣୀର ଗିରିଶ ବିଶି, କୁନ୍ମୁନ୍ ଦଳପତି ଓ ବିଶିକେଶନଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପରେ ଗିରିଶ ତାଙ୍କ ମାମୁଁଙ୍କୁ ସ୍କୁଲକୁ ଡାକିବା ପରେ କ୍ୟାମ୍ପସରେ ପୁନଃବାର ଗଣ୍ଡଗୋଳ ହୋଇଥିଲା ଏବଂ ଦଶମ ଶ୍ରେଣୀ ଛାତ୍ରମାନେ ତାଙ୍କ ମାମୁଁଙ୍କୁ ମଧ୍ୟ ମାଡ଼ ମାରିଥିଲେ। ବର୍ତ୍ତମାନ ସେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହା ପୂର୍ବରୁ ନବମ ଶ୍ରେଣୀର ଦୁଇ ଛାତ୍ରୀ ଖୁସି ଦୁରିଆ ଓ ଲବ୍ଲି ବାଗଙ୍କୁ ଅସଦାଚରଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଶିକ୍ଷକଙ୍କ ଉପସ୍ଥିତିରେ ଏହି ମାରପିଟ୍ ହୋଇଥିଲେ ହେଁ ସେମାନେ କେବଳ ଦେଖଣାହାରୀ ସାଜିଥିଲେ ବୋଲି ନବମ ଶ୍ରେଣୀ ଛାତ୍ରମାନେ ଅଭିଯୋଗ ଆଣିଛନ୍ତି।

ଏହି ଘଟଣା ଏବଂ ବାହାର ଲୋକଙ୍କ ଅନୁପ୍ରବେଶ ଯୋଗୁ ବିଦ୍ୟାଳୟ ପରିସରରେ ଆତଙ୍କରାଜ ଖେଳିଯାଇଛି। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ପ୍ରଧାନ ଶିକ୍ଷକ ଭଗବାନ ସାହୁ କହିଛନ୍ତି ଯେ, ବାହାର ଲୋକ ଓ ଅଭିଭାବକ ସ୍କୁଲ ଭିତରକୁ ଧସେଇ ପଶୁଥିବାରୁ ଶିକ୍ଷକମାନେ ଭୟଭୀତ ଅଛନ୍ତି। ସେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, “ଆମେ ଚାକିରି କରୁଛୁ ମାନେ କଣ ମୁଣ୍ଡ ବିକ୍ରି କରିଛୁ କି?” ଏଥିସହ ସେ ଜିଲା ପ୍ରଶାସନକୁ ଅନୁରୋଧ କରି ବିଦ୍ୟାଳୟର ସମସ୍ତ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ୬ ଜଣ ପିଅନଙ୍କୁ ତୁରନ୍ତ ଏଠାରୁ ଗଣ-ବଦଳି କରିବାକୁ ଦାବି କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ଏ ନେଇ କର୍ଲାପାଟ ଥାନାରେ ଲିଖିତ ଏତଲା ମଧ୍ୟ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସ୍କୁଲରେ ସମୁଦାୟ ୩୧୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ୪୫ ଜଣ ପିଲା ହଷ୍ଟେଲରେ ରହୁଛନ୍ତି। ବର୍ତ୍ତମାନ ପରିସ୍ଥିତିର ସମାଧାନ ପାଇଁ ଜିଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟ, ବ୍ଲକ୍ ମଙ୍ଗଳ ଅଧିକାରୀ ଶୁଭଜିତ ରଞ୍ଜନ ସ୍ୱାଇଁ ଏବଂ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ସ୍କୁଲରେ ପହଞ୍ଚିଥିଲେ। ସେଠାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ଏକ ଲିଖିତ ଆପୋଷ ବୁଝାମଣା ପତ୍ର ଜରିଆରେ ବର୍ତ୍ତମାନ ସ୍ଥିତିକୁ ଶାନ୍ତ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri