ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ ଘରେ ଶୋଇଥିବା ବେଳେ ଗ୍ରାମର ରାମା ସୋଡି (୬୦) ଏକ ଧାରୁଆ ଅସ୍ତ୍ରରେ ମୁକାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ୬ ମାସ ତଳେ ରାମାଙ୍କ ପୁଅର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ମୁକା ଗୁଣି ଗାରେଡ଼ି କରି ତାଙ୍କ ପୁଅକୁ ମାରିଥିବା ରାମା ସନ୍ଦେହ କରିଥିଲେ। ଏ ସମ୍ପର୍କରେ ସେ ପଞ୍ଚାୟତରେ ଜଣାଇବା ପରେ ଗ୍ରାମରେ ଖାପ୍‌ ପଞ୍ଚାୟତ ବସିଥିଲା। ତେବେ ଏଠାରେ କିଛି ସମାଧାନ ହୋଇପାରି ନ ଥିଲା। ଶେଷରେ ରାମା ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏନେଇ ମୁକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୨୮୧/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମାଙ୍କୁ ଗିରଫ କରିଛି। ତେବେ ତାଙ୍କୁ ପଚରାଉଚରା ବେଳେ ଗୁଣିଗାରେଡି କରି ତାଙ୍କ ପରିବାରକୁ ହଇରାଣ କରିବାରୁ ସେ ମୁକାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ...

ସଫା ଆଳରେ ସୁନାଗହଣା ଲୁଟ୍‌

ଧାମନଗର,୨୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପଳିକିରି ମେଳଣଡିହି ଗ୍ରାମର ଆରତି ଦାସ ନାମ୍ନୀ ଜଣେ ମହିଳାଙ୍କଠାରୁ ସଫା ଆଳରେ ସୁନାଗହଣା ଲୁଟ୍‌ ହୋଇଥିବା ଧାମନଗର...

ନିତ୍ୟାନନ୍ଦଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ଚଳିତ ବର୍ଷ ଶାରଳା ପୁରସ୍କାର ପାଇବେ। ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ନାୟକ...

ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍‌ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍‌

ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍‌ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା...

ଦୁର୍ବଳତାରୁ ଆରମ୍ଭ ହୋଇଥିଲା ବ୍ୟବସାୟ

ପିଲାଟି ଦିନରୁ ଗାଡ଼ି ପ୍ରତି ଦୁର୍ବଳତା ରହିଥିଲା। ଏପରି କି ବଡ଼ ହେଲା ପରେ ମଧ୍ୟ ଗାଡ଼ି ସହ ଏକ ପ୍ରକାର ମାନସିକ ଭାବନା ଯୋଡ଼ି...

ଜେଲ ମନ୍ଦିରରେ ବିବାହ କଲେ ପ୍ରେମୀଯୁଗଳ

ଚୌଦ୍ୱାର,୧୮ା୩(ଡି.ଏନ.ଏ.):କଟକ ଜିଲା ଚୌଦ୍ୱାର ସର୍କଲ ଜେଲ ପରିସରସ୍ଥ ଶିବ ମନ୍ଦିରରେ ବୁଧବାର ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବାହ ପରେ କନ୍ୟା ଶାଶୁଘରକୁ...

ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ...

‘ଜଳସମ୍ପଦ ସୁରକ୍ଷା ଲାଗି ସମ୍ମିଳିତ ଲଢ଼େଇ ଲୋଡ଼ା’

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଭିନ୍ନ କଳକାରଖାନା ନଦୀରୁ ସ୍ବଚ୍ଛଜଳ ନେଇ ଏହା ମଧ୍ୟକୁ ଦୂଷିତ ଜଳ ଛାଡୁଛନ୍ତି। ଏଭଳି କାର୍ଯ୍ୟ କରି ସେମାନେ ମଣିଷ ଜୀବନ ସହ...

Advertisement
Archives

Model This Week