Posted inଫୁରସତ

ହାତ ଛାଡି ଚଲାଇଲେ ୧୩୦ କି.ମି. ସାଇକେଲ

କାନାଡାର ସାଇକେଲ ଚାଳକ ରବର୍ଟ ମରେ ନିକଟରେ ନିଜ ସାଇକେଲ ଚାଳନାକୁ ନେଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ୧୩୦.୨୯ କି.ମି.ରାସ୍ତାକୁ ସେ ହାତ ଛାଡି ଅର୍ଥାତ୍‌ ହ୍ୟାଣ୍ଡଲ ନ ଧରି ସାଇକେଲ ଚଳାଇ ଉକ୍ତ ରେକର୍ଡ କରିଛନ୍ତି। ସେପୁଣି ୫ ଘଣ୍ଟା ୩୭ ମିନିଟରେ। ଏଥିରେ ତାଙ୍କର ଅତୁଳନୀୟ ସନ୍ତୁଳନ, ସହନଶକ୍ତି ଓ ଲକ୍ଷ୍ୟ ହାସଲ ପ୍ରତି ନିଷ୍ଠାର ଝଲକ ଦେଖିବାକୁ ମିଳିଥିଲା। ରବର୍ଟଙ୍କର ପିଲାଟି ଦିନରୁ ସାଇକେଲ ଚାଳନା ପ୍ରତି ଭଲ ପାଇବା ଥିଲା। ହାତ ଛାଡି ସାଇକେଲ ଚଳାଇବାର ପ୍ରୟାସ ସେ ସବୁବେଳେ କରୁଥିଲେ। ପ୍ରଥମେ ପ୍ରଥମେ ତ ସେ ଅଳ୍ପ କିଛି କି.ମି. ହାତ ଛାଡି ଚଲାଇବା ବି କଷ୍ଟକର ହୋଇପଡ଼ୁଥିଲା। ହେଲେ ଲଗାତାର କଠିନ ପରିଶ୍ରମ ପରେ ଏତେ ବାଟ ବିନା ହ୍ୟାଣ୍ଡେଲ ଧରି ଚଳାଇବାରେ ସକ୍ଷମ ହେଲେ। ଏହାବାଦ ରବର୍ଟ କହନ୍ତି, ‘ମୋ ଜେଜେମା’ ଅଲଝାଇମର୍‌ ରୋଗୀ ଥିଲେ।ଏହି ରୋଗରେ ତାଙ୍କ ଜୀବନ ବି ଯାଇଥିଲା। ମୋ ଜେଜେମା’ ଚାହୁଁଥିଲେ ମୁଁ ଅଲଝାଇମର୍‌ ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ଏଭଳି ଦୁଃସାହସିକ କାର୍ଯ୍ୟ କରି ଅର୍ଥ ଯୋଗାଡ କରେ। ତେଣୁ ଏଭଳି ସାଇକେଲ ଚଳାଇବା ମୁଁ ଜାରି ରଖିଛି।’


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri