ନଭେମ୍ବର ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ନଭେମ୍ବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନ ଅନୁସାରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ନେଇ କଣ୍ଟେନମେଣ୍ଟ ଜୋନ୍‌, ଲକ୍‌ଡାଉନ କଟକଣା ବଳବତ୍ତର ରଖିଛନ୍ତି ସରକାର। ହେଲେ ନଭେମ୍ବର ୪ରେ ଦୀପାବଳିରେ ବାଣ ଫୁଟାକୁ ନେଇ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇନାହିଁ। ବାଣ ଫୁଟାଇବା ନେଇ ଅନ୍ୟ ଏକ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଜଣାପଡିଛି।

ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରହିଥିବା ଗାଇଡ୍‌ଲାଇନରେ ସହରାଞ୍ଚଳରେ ପୂର୍ବଭଳି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଯାଏ ଖୋଲା ରହିବ।

ଗାଇଡ୍‌ଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ଶଟଡାଉନ କଟକଣା ଜାରି କରାଯାଇ ନାହିଁ। ରାଜ୍ୟରେ ସମସ୍ତ ଦୋକାନ, ମଲ୍‌ ଖୋଲା ରହିବ। ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଗାଇଡ୍‌ଲାଇନ ପାଳନ କରାଯିବ। କୋଭିଡ-୧୯ ସଂକ୍ରମଣର ସ୍ଥିତିକୁ ଦେଖି ଜିଲା ପ୍ରଶାସନ ଏବଂ ମ୍ୟୁନିସିପାଲ କମିଶନର କଣ୍ଟେନମେଣ୍ଟ ଜୋନ୍‌ ଚିହ୍ନଟ କରିବେ। ଏହି କଣ୍ଟେନମେଣ୍ଟ ଜୋନ୍‌ଗୁଡିକର ସୂଚନା ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ପୁଣି ପେନଶନ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌, ପେନଶନଧାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୪।୯: ୮ମ ବେତନ ଆୟୋଗ (8th Pay Commission) ଗଠନ ହେବାର ୧୦ ମାସ ପୂରଣ ହୋଇସାରିଛି। ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଜନ୍ତରମନ୍ତର ପରି ପୁଣି ହେବାକୁ ଯାଉଛି ବଡ଼ ଆନ୍ଦୋଳନ? ସାଂଘାତିକ ଭବିଷ୍ୟବାଣୀ କଲେ…

ନୂଆଦିଲ୍‌ଲୀ,୪।୯: ସେପ୍ଟେମ୍ୱର ୨୦୨୬ରେ ସରକାରଙ୍କୁ ପୁଣି ଥରେ ରାଜରାସ୍ତାରୁ ଉଠୁଥିବା ଏକ ବଡ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାରତର କୁଣ୍ଡଳୀ ଅନୁଯାୟୀ, ୧୮ରୁ ୨୪ ସେପ୍ଟେମ୍ୱର…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri