ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ)

ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର ବଙ୍ଗଳା ରହିଛି। ହେଲେ ଆବଶ୍ୟକ ଯତ୍ନ ଅଭାବରୁ ସେଥିରୁ ଅନେକ ଜରାଜୀର୍ଣ୍ଣ ହୋଇପଡ଼ୁଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏସବୁ ବଙ୍ଗଳାରେ ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବା ଆଉ ସମ୍ଭବ ହୋଇପାରୁ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୩ଟି ବଙ୍ଗଳାରେ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି। କିଶୋରନଗରଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ଏଠାକୁ ଆସୁଥିବା ଅତିଥିମାନେ ବିଶ୍ରାମ ପାଇଁ ବାମୁର ଯାଉଛନ୍ତି। ରାଜପଥ ସମ୍ପ୍ରସାରଣ ପାଇଁ ବଇଣ୍ଡା ବଙ୍ଗଳାକୁ ଭାଙ୍ଗି ଦିଆଯାଇଥିବା ବେଳେ ନୂଆକରି ନିର୍ମାଣ କରାଯାଉ ନାହିଁ। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ବଙ୍ଗଳାର ଉନ୍ନତୀକରଣ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଆସୁଥିବା ଅତିଥି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ସଦରରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଭଗ୍ନ ଅବସ୍ଥାକୁ ଆସିଯାଇଛି। ଏଠାରେ କୌଣସି କର୍ମଚାରୀ ନ ଥିବାବେଳେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଦିନବେଳା ଏହା ପରିସରରେ ଗୋରୁ ପଶି ଚରାବୁଲା କରୁଛନ୍ତି। ସନ୍ଧ୍ୟାରେ ମଦ୍ୟପମାନେ ଆଡ୍ଡା ଜମାଉଛନ୍ତି। କେତେଜଣ ବ୍ୟକ୍ତି ଏହି ସରକାରୀ ଜାଗାରେ ଜବଦରଖଲ ମଧ୍ୟ ଆରମ୍ଭ କରିଛନ୍ତି। ଫଳରେ ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ରାଜନେତା, ମନ୍ତ୍ରୀ ଓ ଅଧିକାରୀମାନେ ୮ କିଲୋମିଟର ଦୂର ବାମୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ରହଣି ପାଇଁ ଯାଉଛନ୍ତି। ସେହିପରି ବଇଣ୍ଡାଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାକୁ ୫୫ନଂ. ଜାତୀୟ ରାଜପଥ ପାଇଁ ୨୦୧୯ ଡିସେମ୍ବରରୁ ଭାଙ୍ଗି ଦିଆଯାଇଛି। ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ମଧ୍ୟ ନୂତନ କୋଠା ନିର୍ମାଣ ପାଇଁ ଜାଗା ମିଳିପାରୁ ନାହିଁ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏପରି ସରକାରୀ ଅବହେଳା ଅସନ୍ତୋଷର କାରଣ ହୋଇଛି। ଆଠମଲ୍ଲିକ ରାଜା ଠାକୁରଗଡଠାରେ ନିର୍ମାଣ କରିଥିବା ଏକ ବଙ୍ଗଳା ୨୦୧୪ରେ ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲା। ତାହାର ଉନ୍ନତୀକରଣ କରାଯାଉଥିଲେ ମଧ୍ୟ ୩୧ ଲକ୍ଷ ଟଙ୍କାର କାମ ବାକି ରହିଛି। ଅର୍ଥ ମଞ୍ଜୁର ହେଉ ନ ଥିବାରୁ ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏ ସମ୍ପର୍କରେ ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ମହାଳିକ କୁହନ୍ତି, କିଶୋରନଗରଠାରେ ଥିବା ବଙ୍ଗଳା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଠାକୁରଗଡ଼ ବଙ୍ଗଳା ପାଇଁ ବଳକା ଅର୍ଥ ମଞ୍ଜୁର ହୋଇ ନ ଥିବାରୁ କାମ ଆଗେଇପାରୁନାହିଁ। ବଇଣ୍ଡାଠାରେ ନିର୍ମାଣ ହେବାକୁ ଥିବା ବଙ୍ଗଳା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଜାଗା ଯୋଗାଇ ଦିଆଯାଉ ନ ଥିବା ମହାଳିକ ପ୍ରକାଶ କରିଛନ୍ତି।

ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯାଉ
କିଶୋରନଗର ଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାର ତଦାରଖ ହେଉ ନ ଥିବାରୁ ଏହା ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଠାକୁ ଆସୁଥିବା ଅତିଥିମାନେ ବାମୁର ବଙ୍ଗଳା ଉପରେ ନିର୍ଭର କରୁଛନ୍ତି। ତେଣୁ କିଶୋରନଗର ବଙ୍ଗଳାର ପୁନରୁଦ୍ଧାର କରାଯାଉ।
-ଓମ୍‌ଚାନ୍ଦ ପ୍ରଧାନ
କିଶୋରନଗର
ଷୋଳପଦାର ଗୁରୁତ୍ୱ ବଢ଼ିବ
ଠାକୁରଗଡଠାରେ ଆଠମଲ୍ଲିକ ରାଜା ନିର୍ମାଣ କରିଥିବା ବଙ୍ଗଳା ଏବେ ସରକାରଙ୍କ ଅଧୀନରେ। ଅର୍ଥ ଅଭାବ ଯୋଗୁ ଉନ୍ନତୀକରଣ ବିଳମ୍ବ ହେଉଛି। ଏହା ସମ୍ପୂର୍ଣ୍ଣ ହେଲେ ଷୋଳପଦା ଅଞ୍ଚଳର ଗୁରୁତ୍ୱ ବଢିବ। ଆଠମଲ୍ଲିକକୁ ଆସୁଥିବା ପର୍ଯ୍ୟଟକ ଠାକୁରଗଡରେ ରହିପାରିବେ।
-ଗଣେଶ୍ୱର ଖୁଣ୍ଟିଆ,
ଠାକୁରଗଡ ଗ୍ରାମ ସମ୍ପାଦକ
ସମସ୍ୟା ଜଣାଇପାରୁନାହାନ୍ତି ଲୋକେ
ଜାତୀୟ ରାଜପଥ ବିଭାଗ ଅଧୀନରେ ଥିବା ବଇଣ୍ଡା ବଙ୍ଗଳା ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିଲା। ଏଠାରେ ମନ୍ତ୍ରୀ ତଥା ଲୋକ ପ୍ରତିନିଧିମାନେ ଅନେକ ସମୟରେ ରହୁଥିବାରୁ ଲୋକେ ସେମାନଙ୍କୁ ଭେଟି ସମସ୍ୟା ଜଣାଇପାରୁଥିଲେ। ହେଲେ ବଙ୍ଗଳା ଭଙ୍ଗାଯିବା ପରଠାରୁ ଏହା ହୋଇପାରୁନାହିଁ।
-ରମେଶ ଟିବ୍ରୁଓ୍ବାଲା, ବଇଣ୍ଡା
ପ୍ରଶାସନ ଜମି ଯୋଗାଇ ଦେଉ
ବଇଣ୍ଡାଠାରେ ପୂର୍ତ୍ତ ବିଭାଗ ବଙ୍ଗଳା ଶୀଘ୍ର ନିର୍ମାଣ ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜାତୀୟ ରାଜପଥ କଡରେ ଏହା ନିର୍ମାଣ ହେଲେ ବଇଣ୍ଡାର ବିକାଶ ଦିଗରେ ସହାୟ ହୋଇପାରିବ। ଶୀଘ୍ର ପ୍ରଶାସନ ଜମି ଯୋଗାଇବାକୁ ପଦକ୍ଷେପ ନେଉ।
-ଗିରିଶଚନ୍ଦ୍ର ବେହେରା, ନୁନୁକାପଶି
ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
କିଶୋରନଗର ଠାରେ ଥିବା ବଙ୍ଗଳା ଜମି ଜବରଦଖଲ ସମ୍ପର୍କରେ ବିଭାଗ ଅବଗତ ରହିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ। ବଇଣ୍ଡା ଛକଠାରେ ଏକ ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିଛନ୍ତି। ତାହା ମୁକ୍ତ କରାଯାଇ ଖୁବଶୀଘ୍ର ବଙ୍ଗଳା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଯୋଗାଇ ଦିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ
ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri