ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି। ମୃତ ମହିଳା ବାଲେଶ୍ୱର ଜିଲା ଗୋପାଳପୁର ଥାନା ରେମୁଣା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ପ୍ରିୟଙ୍କା ଦାଶ(୨୯)। ସେ ୨ ବର୍ଷ ହେଲା ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ପ୍ରିୟଙ୍କାଙ୍କ ଦାଦା ହେମେନ୍ଦ୍ର ପ୍ରସାଦ ଦାଶ ଓ ଖୁଡ଼ୀ ପଦ୍ମଜା ଦାଶ ଝିଆରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ପୁରୁଷ ବନ୍ଧୁଙ୍କୁ ଗିରଫକରି ତନାଘନା ଆରମ୍ଭ କରିଛି। ଗିରଫ ଅଭିଯୁକ୍ତ କେନ୍ଦୁଝର ପୁରୁଣା ସହରର ରୁଦ୍ର ମିଶ୍ର। ଅଭିଯୋଗ ଅନୁଯାୟୀ, ବୁଧବାର ସକାଳ ୧୦ ଟା ୫୫ ମିନିଟ୍‌ରେ ରୁଦ୍ର ମିଶ୍ର ନିଜକୁ ଅଧ୍ୟାପକ ପରିଚୟ ଦେଇ ଝିଅ ରୁମ୍‌ରେ ତାଲା ପକାଉଥିବା ବେଳେ ଟଳି ପଡ଼ିଲେ। ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କହିଥିଲେ। ଦାଦା ହେମେନ୍ଦ୍ର ଓ ଖୁଡ଼ୀ ପଦ୍ମଜା କେନ୍ଦୁଝର ମେଡିକାଲରେ ପହଞ୍ଚତ୍ବା ପରେ ଝିଆରୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ। ବେକ୍‌ରେ ଏକ ଚିହ୍ନ ଥିବାରୁ ସନ୍ଦେହ ହୋଇଥିଲା ବୋଲି ପଦ୍ମଜା ଦାଶ କହିଛନ୍ତି। ଝିଆରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଏବଂ ଫୋନ୍‌ କରିଥିବା ରୁଦ୍ର ମିଶ୍ରଙ୍କୁ ଦାୟୀକରି ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ଜବତକରି ଜିଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ କରୁଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା(ନଂ.୯୭୪/୨୦୨୫) ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣେ ଆଇନଜୀବୀ ହୋଇଥିବା ବେଳେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ଅଛନ୍ତି। ତାଙ୍କର ନିଜ ଘର ପୁରୁଣା ସହରରେ ଥିବାବେଳେ ସେ ଗତ କିଛି ବର୍ଷ ହେବ ନିର୍ମଳା କନ୍‌ଭେଣ୍ଟ ସ୍କୁଲଠାରେ ଥିବା ଅନ୍ୟ ଏକ ଘରେ ଏକୁଟିଆ ରହୁଥିଲେ। ଅତିଥି ଅଧ୍ୟାପିକା ମଙ୍ଗଳବାର ଛୁଟିରେ ଉକ୍ତ ଘରକୁ ଯାଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ହେବା ଘଟଣା ଅଧିକ ଚର୍ଚ୍ଚାର ବିଷୟ ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri