୩ ଦିନରେ ହେବ ଜିଏସ୍‌ଟି ପଞ୍ଜୀକରଣ

ଭୁବନେଶ୍ୱର,୨୬।୧୦: କେନ୍ଦ୍ର ସରକାର ନଭେମ୍ବର ପହିଲାରୁ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପାଇଁ ଏକ ନୂଆ ଓ ସରଳ ପଞ୍ଜୀକରଣ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ନୂଆ ଆବେଦନକାରୀମାନଙ୍କୁ କେବଳ ୩ କାର୍ଯ୍ୟ ଦିବସ ଭିତରେ ଅନୁମତି ମିଳିଯିବ। ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜିଏସ୍‌ଟି ସଂସ୍କାର ଅଧୀନରେ ଜିଏସ୍‌ଟି ପରିଷଦ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଫଳରେ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବାପେକ୍ଷା ସରଳ ହେବ । ନୂଆ ନିୟମ ଅନୁଯାୟୀ,୨ ପ୍ରକାର ଆବେଦନକାରୀମାନଙ୍କୁ ସ୍ବୟଂଚାଳିତ ଭାବେ ପଞ୍ଜୀକରଣ ମିଳିପାରିବ। ପ୍ରଥମେ ସିଷ୍ଟମ ଦ୍ୱାରା ଡାଟା ଓ ରିସ୍କ ବିଶ୍ଳେଷଣ ଆଧାରରେ ଚୟନ ହୋଇଥିବା ବ୍ୟକ୍ତିମାନେ ଏବଂ ଦ୍ୱିତୀୟରେ, ଯେଉଁମାନଙ୍କର ମାସିକ କର ଦେୟ (ଆଉଟପୁଟ ଟ୍ୟାକ୍ସ) ୨.୫ ଲକ୍ଷ ଟଙ୍କାରୁ କମ୍‌ ରହୁଛି ସେମାନେ ଏହି ସେବା ପାଇପାରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅନୁଯାୟୀ, ଏହି ନୂଆ ପ୍ରକ୍ରିୟା ଫଳରେ ପ୍ରାୟ ୯୬ ପ୍ରତିଶତ ନୂଆ ଆବେଦନକାରୀଙ୍କୁ ସିଧାସଳଖ ଲାଭ ମିଳିବ। ଗାଜିଆବାଦରେ ନୂଆ ସିଜିଏସ୍‌ଟି ଭବନର ଉଦ୍‌ଘାଟନ କରିବା ପରେ ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନ ନୀତି ନିର୍ମାଣ ପରିବର୍ତ୍ତେ ସ୍ଥାନୀୟ ସ୍ତରରେ ନୀତିଗୁଡ଼ିକର ଠିକ୍‌ କାର୍ଯ୍ୟାନ୍ବୟନ ଉପରେ ଧ୍ୟାନ ଦେଉଛନ୍ତି। ସେ ରାଜ୍ୟ ଓ କେନ୍ଦ୍ରୀୟ ଜିଏସ୍‌ଟି ୟୁନିଟ୍‌ଗୁଡ଼ିକୁ ଅନୁରୋଧ କରିଛନ୍ତି, କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ନୂଆ ନୀତିଗୁଡ଼ିକ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନୂଆ ନିୟମଗୁଡ଼ିକୁ ଲାଗୁ କରନ୍ତୁ। ସେହିପରି ପ୍ରଶାସନ କରଦାତାଙ୍କ ପ୍ରତି ସମ୍ମାନଭାବ ରଖିବା ଉଚିତ ଏବଂ କର ଚୋରି ବିରୋଧରେ କଡ଼ା ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଆୟକର ରିଟର୍ନ ଭରିବା ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି। ଏଥିପାଇଁ ସ୍ବୟଂଚାଳିତ ରିଫଣ୍ଡ ଓ ରିସ୍କ-ଆଧାରିତ ଅଡିଟ ସିଷ୍ଟମ ଆରମ୍ଭ କରାଯାଇଛି। ଦେଶବ୍ୟାପୀ ଜିଏସ୍‌ଟି ସେବା କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ରହିବା ଉପରେ ମଧ୍ୟ ସେ ଜୋର୍‌ ଦେଇଛନ୍ତି, ଯାହା ଦ୍ୱାରା ସାଧାରଣ ନାଗରିକଙ୍କୁ ଜିଏସ୍‌ଟି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସହଜରେ ସମାଧାନ ମିଳିପାରିବ। ପ୍ରତ୍ୟେକ ଜିଏସ୍‌ଟି କେନ୍ଦ୍ରରେ କରଦାତାଙ୍କ ସହାୟତା ପାଇଁ ହେଲ୍ପଡେସ୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?