ପାଇପ ମିସ୍ତ୍ରିଙ୍କ ନାଁରେ ୭୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା ଅଫିସ,୬ା ୧୧-ଷ୍ଟିଲ ସିଟିର ଜଣେ ପାଇପ ମିସ୍ତ୍ରିଙ୍କ ନାମରେ ୭୦ କୋଟି ଟଙ୍କା ଜିଏସଟି ଠକେଇ ହୋଇଥିବା ଘଟଣା ସାମନାକୁ ଆସିଛି। ଏହାପୂର୍ବରୁ ଏଭଳି ଏକାଧିକ ମାମଲା ଲୋକ ଲୋଚନକୁ ଆସିଥିବା ବେଳେ ଏଥିରେ ବହୁ ନିରୀହ ଲୋକ ଶିକାର ହୋଇଛନ୍ତି। ଯାହା ସହରରେ ଚର୍ଚ୍ଚାର ପ୍ରସଙ୍ଗପାଲଟିଛି। ଏବେ ବାସନ୍ତୀ କଲୋନୀ ହରିପୁର ବସ୍ତିରେ ରହୁଥିବା ଜଣେ ପାଇପ ମିସ୍ତ୍ରୀ ସମୀର ଯୋଯୋଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଚଞ୍ଚକତା କରାଯାଇଛି। ତାଙ୍କ ଘରକୁ ଜିଏସ୍‌ଟି ଅଧିକାରୀମାନେ ଆସି ଫେରୁଥିବା ବେଳେ ଅସଲ ଅଭିଯୁକ୍ତ ଆଢୁଆଳରେ ରହିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ସମୀରଙ୍କ ନାମରେ ସାଇ ଟ୍ରେଡର୍ସ ନାମକ ଏକ କମ୍ପାନୀ ଖୋଲାଯାଇ ୭୦ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଧରା ପଡିଛି। ତାଙ୍କ କହିବାନୁସାରେ ଏମିତି ବହୁ ଲୋକଙ୍କ ଡକ୍ୟୁମେଣ୍ଟ ନେଇ ପୁଞ୍ଜିପତିମାନେ ଜିଏସଟି ଫାଙ୍କି ଆସୁଛନ୍ତି। ଏହାର ନିରପେକ୍ଷ ତଦନ୍ତ ହେଉ ଓ ଅସଲ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri