ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ । ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି। ସ୍ମିତ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ ମାଚ୍ଛରଙ୍କ ଉପରେ ତାଙ୍କ ସହ-ପାଇଲଟ୍ ହମ୍ମାମ ଅଲ୍-ହମାମି କକ୍‌ପିଟ୍ ଭିତରେ ଆକ୍ରମଣ କରିଥିଲେ। ଆକ୍ରମଣ ପାଇଁ ବିମାନରେ ଥିବା ଜରୁରୀକାଳୀନ କୁରାଢ଼ି ଭଳି ଏକ ଉପକରଣ ବ୍ୟବହାର କରାଯାଇଥିବା କୁହାଯାଇଛି । ଏହି ଆକ୍ରମଣରେ ସ୍ମିତ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଶରୀରରୁ ବହୁ ରକ୍ତସ୍ରାବ ହୋଇଥିଲା। ତଥାପି ସେ ସାହସ ହରାଇ ନଥିଲେ। କକ୍‌ପିଟ୍‌ର ଦ୍ୱାର ଖୋଲିବା ପରେ ବିମାନରେ ଥିବା ଇସ୍ରାଏଲୀ ଯାତ୍ରୀମାନେ ଭିତରକୁ ପ୍ରବେଶ କରି ଆକ୍ରମଣକାରୀଙ୍କୁ କାବୁ କରିବାରେ ସହାୟତା କରିଥିଲେ। ଏହା ଫଳରେ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇଥିଲା।

ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ କହିଛନ୍ତି ଯେ, ସ୍ମିତଙ୍କ ଅସାଧାରଣ ସାହସ ଓ ବୃତ୍ତିଗତ ଦକ୍ଷତା ଏକ ବଡ଼ ବିପର୍ଯ୍ୟୟକୁ ଟାଳିବାରେ ସହାୟକ ହୋଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଇସ୍ରାଏଲର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତିଙ୍କ ନାଗରିକ ବୀରତା ପୁରସ୍କାର ପ୍ରଦାନ କରିବା ଗର୍ବର ବିଷୟ ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ କ୍ୟାପ୍ଟେନ୍ ସ୍ମିତ ମାଚ୍ଛର ୟୁଏଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କେତେକ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ, ସହ-ପାଇଲଟ୍ ହମ୍ମାମ ଅଲ୍-ହମାମି ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇ ତେଲ୍ ଆଭିଭ୍‌କୁ ନେବା ଏବଂ ସେଠାରେ ଏକ କୋଠା ସହ ଧକ୍କା କରାଇବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ତେବେ କ୍ୟାପ୍ଟେନ୍ ସ୍ମିତଙ୍କ ସାହସ ଯୋଗୁଁ ଏହି ଯୋଜନା ସଫଳ ହୋଇପାରିନଥିବା ରିପୋର୍ଟରେ କୁହାଯାଇଛି। ପରବର୍ତ୍ତୀ ସମୟରେ ବିମାନକୁ ମରୁଭୂମିରେ ଖସାଇବାକୁ ଉଦ୍ୟମ ହୋଇଥିବା ମଧ୍ୟ ଖବର ପ୍ରକାଶ ପାଇଛି। ଏହି ସମୟରେ ଡ୍ୟୁଟିରେ ନଥିବା ଅନ୍ୟ ପାଇଲଟ୍‌ମାନେ ବିମାନର ନିୟନ୍ତ୍ରଣ ନେଇ ଏହାକୁ ସୁରକ୍ଷିତ ଭାବେ ସାଉଦି ଆରବରେ ଅବତରଣ କରାଇଥିଲେ। ବିମାନ ଭିତରେ ଆକ୍ରମଣକାରୀଙ୍କୁ କାବୁ କରିବା ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ରୋକିବାରେ ସହାୟତା କରିଥିବା ପାଞ୍ଚ ଜଣ ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?