ରକ୍ତ ଦେଇ ୨ ଗର୍ଭବତୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବିଏସ୍‌ଏଫ୍‌ ଯବାନ

ମାଲକାନଗିରି,୬ା୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ୨୪ଟି ବିଏସ୍‌ଏଫ୍‌ କ୍ୟାମ୍ପରେ ଥିବା ଯବାନମାନେ ମାଓବାଦୀ କାର୍ଯ୍ୟକଳାପ ଦମନ ସହ ଜିଲାର ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ଏକ୍ଷେତ୍ରରେ ସେମାନେ କେବେ ନିଜ କତ୍ତର୍ର୍ବ୍ୟରେ ଅବହେଳା କରିନାହାନ୍ତି। ଏଥିସହ ସେମାନେ ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏପରି ନଜୀର ପୂର୍ବରୁ ମଧ୍ୟ ରହିଛି। ଶୁକ୍ରବାର ୨ଜଣ ଗର୍ଭବତୀଙ୍କୁ ବିଏସ୍‌ଏଫ୍‌ ଯବାନ ରକ୍ତ ଦେଇ ବଞ୍ଚାଇ ଦେଇଛନ୍ତି। ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୁରୁପାଲ୍ଲି ପଞ୍ଚାୟତ କୈକିଗୁଡା ଗ୍ରାମର ଗର୍ଭବତୀ ଥିବା ମୁୟେ ସୋଡିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଏଠାରେ ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। କରୋନା ଯୋଗୁ ରକ୍ତଦାନ ଶିବିର ଓ ରକ୍ତସଂଗ୍ରହ ହୋଇପାରୁ ନ ଥିବାରୁ ଗତ କିଛିମାସ ଧରି ଜିଲା ରକ୍ତଭଣ୍ଡାରରେ ରକ୍ତର ଅଭାବଜନିତ ପରିସ୍ଥିତି ସୃଷ୍ଟି ହେଉଛି। ଏ ସମ୍ପର୍କରେ ଏମ୍‌ଭି-୩ସ୍ଥିତ ୧୬୦ ବିଏସ୍‌ଏଫ୍‌ ବାଟାଲିୟନର ଯବାନ ରବିନ୍ଦ୍ର କୁମାର ନାୟକ ଜାଣିବା ପରେ ସେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ରବିନ୍ଦ୍ର ଏ ପଜିଟିଭ୍‌ ରକ୍ତ ଦେଇ ମୁୟେଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ମାଥିଲି ବ୍ଲକ ଟେମୁରୁପାଲି ପଞ୍ଚାୟତ କଂସାରିପୁଟ ଗ୍ରାମର ଗର୍ଭବତୀ ମହିଳା ଛବି ନାୟକଙ୍କୁ ମଧ୍ୟ ୨ୟୁନିଟ ରକ୍ତ ଦରକାର ପଡିବାରୁ ବିଏସ୍‌ଏଫ୍‌ର ସନ୍ଦୀପ କୁମାର ଓ ଇନ୍ଦ୍ରଜିତ ସିଂ ନାମକ ଦୁଇଜଣ ଯବାନ ଡାକ୍ତରଖାନା ଆସି ଛବିଙ୍କୁ ରକ୍ତଦାନ କରିଥିଲେ। ଫଳରେ ୨ ମହିଳାଙ୍କ ଜୀବନ ବଞ୍ଚତ୍ୟାଇଛି। ୩ ଯବାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri