Posted inଜାତୀୟ

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଟିକସ ମୁକ୍ତ

ନୂଆଦିଲ୍ଲୀ, ୧୨।୬: ବ୍ଲାକ୍‌ ଫଙ୍ଗସ୍‌ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍‌ଟି କାଉନସିଲ ବୈଠକ ପରେ ରେମ୍‌ଡେସିଭିର ଭଳି କୋଭିଡ୍‌-୧୯ ଔଷଧ ଏବଂ ମେଡିକାଲ ଅକ୍ସିଜେନ୍‌, କନ୍‌ସେଣ୍ଟ୍ରେଟର ଆଦି ହସ୍ପିଟାଲ ସରଞ୍ଜାମ ଉପରେ ସେବା ଓ ଦ୍ରବ୍ୟ ଟିକସ (ଜିଏସ୍‌ଟି) ହ୍ରାସ କରାଯାଇଛି। ତେବେ କୋଭିଡ୍‌ ଟିକା ଉପରେ ଟିକସ ୫ ପ୍ରତିଶତ ଅପରିବର୍ତ୍ତିତ ରହିଛି। ଟିକା ଉପରୁ ଜିଏସ୍‌ଟି କମାଇବା ପାଇଁ ହେଉଥିବା ଦାବିକୁ କାଉନସିଲ୍‌ ଗ୍ରହଣ କରିନାହିଁ। ଏହି ଟିକସ ହ୍ରାସ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ। ପରେ ସମୟସୀମା ବଢ଼ାଯାଇପାରେ ବୋଲି କୁହାଯାଇଛି।

ଜିଏସ୍‌ଟି କାଉନସିଲର ନିଷ୍ପତ୍ତି ଅନୁଯାୟୀ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସାରେ ବ୍ୟବହୃତ ହେଉଥିବା ୨ଟି ଔଷଧ ମନୋକ୍ଲୋନାଲ ଆଣ୍ଟିବଡି ଟୋସିଲିଜୁମାବ୍‌ ଏବଂ ଆମ୍ଫୋଟେରିସିନ୍‌-ବି ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। କୋଭିଡ୍‌ ଟିକା ଉପରେ ୫ ପ୍ରତିଶତ ଜିଏସ୍‌ଟି କାଏମ ରହିଥିବା ବେଳେ ହ୍ୟାଣ୍ଡ ସାନିଟାଇଜର, ପଲ୍ସ ଅକ୍ସିମିଟର, ବିଆଇପିଏପି ମେଶିନ, ଟେଷ୍ଟିଂ କିଟ୍‌, ଆମ୍ବୁଲାନ୍ସ ଏବଂ ତାପମାତ୍ରା ଯାଞ୍ଚ ଆଦି ୧୮ଟି ଉପକରଣ ଉପରେ ଜିଏସ୍‌ଟି ହାର କମାଇ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ସରକାର ସମସ୍ତ ଟିକା କିଣି ନାଗରିକମାନଙ୍କୁ ମାଗଣାରେ ଦେଉଥିବାରୁ ୫% ଜିଏସ୍‌ଟିର କୌଣସି ଅତିରିକ୍ତ ବୋଝ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ...

ଇତିହାସ ରଚିବ ଚନ୍ଦ୍ରୟାନ-୨: ଚନ୍ଦ୍ରରେ ପାଦ ଥାପିବ ବିକ୍ରମ

ନୂଆଦିଲ୍ଲୀ,୬ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୧ଟା ୪୩ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଯାଉଛି। ଜୁଲାଇ ୨୨ରେ...

୨ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ: କିିଣିବା ପାଇଁ ଚପଲରେ ପିଟାପିଟି

ଲକ୍ଷ୍ନୌ,୪।୬: ମଣିଷ ଯେ ବେଳେବେଳେ ସାଧାରଣ କତାରେ ତାହାର ମଣିଷ ପଣିଆ ହରାଇ ବସେ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜନୌରରେସ୍ଥିତ...

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ...

ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା

ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...

ହ୍ବାଟସଆପରେ ସ୍କ୍ରିନ୍‌ଶଟ ମନା…

ନୂଆଦିଲ୍ଲୀ,୪।୧୦ : ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ...

ସମୁଦ୍ରରେ ବୁଡ଼ିଗଲେ ନୌସେନା ଅଧିକାରୀ

ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍‌ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍‌ନାଣ୍ଟ କମାଣ୍ଡର...

ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ, କମ୍ୟୁନିଟି କିଚେନ ଯୋଜନା ନେଇ କେନ୍ଦ୍ରକୁ ଶେଷ ଚେତାବନୀ…

ନୂଆଦିଲ୍ଲୀ,୧୬।୧୧: ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ଭୋକରେ କାହାର ମୃତ୍ୟୁ ଘଟିବା ଉଚିତ ନୁହେଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କମ୍ୟୁନିଟି କିଚେନ ଯୋଜନା ନେଇ...

Advertisement
Archives

Model This Week