ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମ ଶ୍ରାମବା ସାହିର ସସ୍ମିତା ନାୟକ ଓରଫ ରଞ୍ଜୁତା (୪୦)। ସେ ସେଠାରେ କାମ କରୁଥିବା ଅବସ୍ଥାରେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁବରଣ କରିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ମୃତଦେହ ନିଜ ଗ୍ରାମରେ ପହଞ୍ଚିବା ସମ୍ଭାବନା ରହିଛି।

ପ୍ରକାଶ ଯେ, ସସ୍ମିତାଙ୍କ ୨ଟି ଝିଅ ରହିଛନ୍ତି ଜଣେ ଦଶମ ଓ ଅନ୍ୟ ଜଣେ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି ତାଙ୍କର ଆର୍ଥିକ ଅନାଟନ ମଧ୍ୟରେ ଚଳନୀ ଓ ପିଲାଙ୍କୁ ପାଠ ପଢାଇବା ମୁସ୍କିଲ ହୋଇଥିଲା ଦାରିଦ୍ର୍ୟତା ଏତେ ବଢିଯାଇଥିଲା ଯେ ସେ ଏଠାରେ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ସ୍ବାମୀ ସୁଶାନ୍ତ କୁମାର ନାୟକଙ୍କ ସହ କାମଧନ୍ଦାରେ ବାହାରିଥିଲେ। ତେବେ ସେଠାରେ ମାତ୍ର କିଛି ମାସ କାମ କରିବା ପରେ ଏଭଳି ଅଘଟଣ ଘଟି ସେ ଆରପାରିକୁ ଚାଲିଗଲେ।

ସୂଚନା ଯୋଗ୍ୟ ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରୁ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏହି ୨ ମାସ ମଧ୍ୟରେ ପ୍ରାୟ ୪ ଜଣଙ୍କ ରାଜ୍ୟ ବାହାରେ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଭ୍ରମରବାଡି, କେରୁବାଡି, ସୋନପୁର ଆଦି ଅଞ୍ଚଳର ଲୋକ ରହିଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ଅଧିକ ମୃତ୍ୟୁ ହେଉଥିବା କୁହାଯାଇଛି। ଏହାର ମୁଖ୍ୟ କାରଣ ସମ୍ପର୍କରେ କୁହାଯାଉଛି ଯେ, ଗାଁ ଗାଁରେ ଖୁଦ୍ର ଋଣ ବୋଝ ଲୋକଙ୍କ ମୁଣ୍ଡ ଉପରେ ରହୁଛି। ରାଇକିଆ, ଦାରିଙ୍ଗବାଡି ଆଦି ଅଞ୍ଚଳରେ ଛତୁ ଫୁଟିଲା ଭଳି ଅନେକ ଫାଇନାନ୍ସ କମ୍ପାନୀଗୁଡିକ ଖୋଲିଥିବାବେଳେ ମହିଳାମାନଙ୍କ ଉନ୍ନତି ପାଇଁ ବିଭିନ୍ନ କମ୍ପାନୀ ଗୁଡିକ ଋଣ ସହଜରେ ପ୍ରଦାନ କରନ୍ତି ଏବଂ ଋଣ ସୁଝିନପାରି ଗାଁ ଛାଡି ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏବଂ ସେମାନଙ୍କ ଦାଦନ ଯିବା ପାଇଁ କେରଳରୁ ସିଧା ବସ୍‌ର ସୁବିଧା ମଧ୍ୟ ରହିଥିବାରୁ ଅଞ୍ଚଳର ପ୍ରାୟ ୩୫ ଭାଗ ଲୋକ ଗାଁ ଛାଡୁଥିବା ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ଏନେଇ ବିଡ଼ିଓ ଗଦାଧର ପାତ୍ର କହିଛନ୍ତି, ସେ ଏଭଳି ଘଟଣା ଶୁଣିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?