ପୌର କାର୍ଯ୍ୟାଳୟର ତାଗିଦକୁ ନେଇ ଆବାସ ହିତାଧିକାରୀଙ୍କ ବଢୁଛି ଅସନ୍ତୋଷ

ଆନନ୍ଦପୁର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ଆବାସ ହିତାଧିକାରୀଙ୍କ ଚିନ୍ତା ବଢ଼ିଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଯଥାଶୀଘ୍ର ଗୃହକାର୍ଯ୍ୟ ଶେଷ କରିବାକୁ କିଛି ଦିନ ଧରି ପୌରପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ତାଗିଦ୍‌ କରାଯାଇଛି। ଏଭଳି ପରିସ୍ଥିତିକୁ ନେଇ ଆବାସ ହିତାଧିକାରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ହିତାଧିକାରୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ବାଲି। ବାଲି ଅଭାବରୁ ଫ୍ଲାଏ ଆସ୍‌ ଇଟା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି ହେଉଛି। ଆନନ୍ଦପୁର ପୌରପରିଷଦ ଅଞ୍ଚଳ ସଂଲଗ୍ନ ରହିଥିବା ବୈତରଣୀ ନଦୀର ବାଲି ସୈରାତଗୁଡ଼ିକ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନି। ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ବାଲି ସୈରାତଗୁଡ଼ିକ ନିଲାମ କାର୍ଯ୍ୟ ଶେଷ ହେବା ସତ୍ତ୍ୱେ ଅଦ୍ୟାବଧି ଏହା ପ୍ରଶାସନିକସ୍ତରରେ କାର୍ଯ୍ୟକ୍ଷମ ହୋଇପାରିନି। ଏପରିକି କେତେକ ବାଲି ସୈରାତର ପରିବେଶ ମଞ୍ଜୁରୀ ପାଇଁ ପ୍ରଦୂଷଣ ବିଭାଗ ଦ୍ୱାରା ଜନଶୁଣାଣି କାର୍ଯ୍ୟକ୍ଷମ ମଧ୍ୟ ଶେଷ ହୋଇଛି। ହେଲେ ଦୀର୍ଘ ତିନି ଓ ଚାରି ମାସରୁ ଊର୍ଦ୍ଧ୍ୱ ଧରି ବାଲି ସୈରାତ କାର୍ଯ୍ୟକାରିତା ନେଇ ଜନଶୁଣାଣି ଶେଷ ହୋଇଥିଲେ ବି ପରିବେଶ ମଞ୍ଜୁରୀ ଅନୁମତି ପତ୍ର ହସ୍ତଗତ ହୋଇପାରି ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆନନ୍ଦପୁର ତହସିଲ ଅଧୀନ ଆନନ୍ଦପୁର, କୋଡ଼ପଡ଼ାର ଗୌଡ଼ଡିହା, ଟୁକୁଣା, ବେଲବାହାଳି, ପଞ୍ଚୁପଲୀ, ଅମାରଙ୍ଗ ଘସିପୁରା ତହସିଲର ତାଳଗାଁ, ହାଟଡିହୀ ତହସିଲ ଅଧୀନ ବଞ୍ଚୋ ବାଲି ସୈରାତଗୁଡ଼ିକ ବନ୍ଦ ରହିଛି। ଯାହା ଉପରେ ବିଶେଷ କରି ଆନନ୍ଦପୁର ପୌରାଞ୍ଚଳବାସୀ ବାଲିର ଆବଶ୍ୟକତା ପୂରଣ ପାଇଁ ନିର୍ଭର କରିଥାନ୍ତି। ଏଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ ନେଇ ପୌରାଞ୍ଚଳରେ ଆବାସ ଯୋଜନାରେ ସାମିଲ ଥିବା ହିତାଧିକାରୀ ବୁଦ୍ଧଦେବ ରାମ, ନିରଞ୍ଜନ ମିଶ୍ରଙ୍କ ଭଳି ଅନେକ ହିତାଧିକାରୀ ବାଲିର ଅଭାବ ପାଇଁ ଗୃହ କାର୍ଯ୍ୟ ଶେଷ କରିପାରୁ ନ ଥିବା ପ୍ରକାଶ କରିଛନ୍ତି। ଏପରିକି ସେମାନେ ଗୃହ କାର୍ଯ୍ୟ ପାଇଁ ପୁରୁଣା କଚ୍ଚା ଘରକୁ ଭାଙ୍ଗି ଅନ୍ୟତ୍ର ଆଶ୍ରୟ ନେଉଥିବା ମଧ୍ୟ ଦେଖାଯାଇଛି। ଏଭଳି ବାଲି ସମସ୍ୟାକୁ ଦୃଷ୍ଟିରେ ରଖି ଆବାସ ଗୃହ କାର୍ଯ୍ୟ ଶେଷ କରିବାର ସମୟସୀମାକୁ ବୃଦ୍ଧି କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

ପରମ୍ପରା ପାଇଁ ଅଖଣ୍ଡ ଶିକାର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ମଧ୍ୟକୁ ମଙ୍ଗଳବାର ଏକ ରକ୍ତାକ୍ତ ମାଈ ବାର୍‌ହା ପଶି ଆସିଥିଲା। ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri