ପୋଖରୀ, ନଳକୂଅ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ

ଆଠଗଡ଼,୬।୬(ସ୍ବ.ପ୍ର.): ଆଠଗଡ଼ ଥାନା କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ତଳଗଡ ଗ୍ରାମରେ ରବିବାର ପୋଖରୀ ଓ ନଳକୂପ ଖୋଳାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ତଳଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ମେଶିନ ଲଗାଇ ଜଣେ ଠିକାଦାର ପୋଖରୀ ଖୋଳୁଛନ୍ତି। ଏନେଇ ସମ୍ପୃକ୍ତ ଠିକାଦାର ଏକ ଟ୍ରାକ୍ଟର ବିନୋଦ ମହାରଣାଙ୍କ ସ୍ଥିତିବାନ ଜମିରେ ନେଉଥିଲେ। ଏହାକୁ ମହାରଣା ବିରୋଧ କରିଥିଲେ। ଫଳରେ ଠିକା କାମ କରୁଥିବା କିଛି ଲୋକ ମହାରଣାଙ୍କ ଘରେ ସନ୍ଧ୍ୟାରେ ପହଞ୍ଚତ୍ ଠେଙ୍ଗା, ରଡ଼ ଓ ବୋତଲ ଆଦିରେ ଆକ୍ରମଣ କରିଥିଲେ। ଅନ୍ୟପକ୍ଷରେ ତଳଗଡ ରାମ ମନ୍ଦିର ନିକଟରେ ନଳକୂପ ଖୋଳାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ୨୦୦ ଫୁଟ୍‌ ଖୋଳା ହେବା ପରେ ମଧ୍ୟ ପାଣି ନ ପଡ଼ିବା ଯୋଗୁ ଗୋଟିଏ ଗୋଷ୍ଠୀ ଏହାକୁ ବନ୍ଦ କରିବାକୁ ଚାହୁଁଥିଲେ। କିନ୍ତୁ ଉଭୟ ଗୋଷ୍ଠୀ ଏକ ରାଜନୈତିକ ଦଳର ସମର୍ଥକ ହୋଇଥିବା ଯୋଗୁ ନିଜର ପତିଆରା ଦେଖାଇବା ପାଇଁ ଉଦ୍ୟମ କରିଥିଲେ। ଏନେଇ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ଖବରପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିବା ପରେ ନଳକୂପ ଖୋଳା ମାମଲା ଥଣ୍ଡା ପଡିଥିଲା। ଏହି ସମୟରେ ମହାରଣାଙ୍କୁ ଆକ୍ରମଣ ହୋଇଥିଲା।
ଗ୍ରାମର ବହୁ ଲୋକ ସେତେବେଳେ ଏକାଠିଥିଲେ। ଉଭୟ ଘଟଣା ଯୋଗୁ ପୁନର୍ବାର ପରସ୍ପର ମଧ୍ୟରେ କଥା କଟାକଟି ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରୁଥିବାବେଳେ ଆକ୍ରମଣ ଶିକାର ହୋଇଛି। ଫଳରେ ଆଇଆର ବି ଷଷ୍ଠ ବାଟାଲିୟନର କନଷ୍ଟେବଳ ସୁଶାନ୍ତ କୁମାର ସାହୁ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତଖାନା ସ୍ଥାନାନ୍ତର କରାଯାଇଛି। ସେହିପରି ଗୋଷ୍ଠୀ ସଂଘର୍ଷରେ ସେହି ଗ୍ରାମର ସଭାପତି ବିଜୟ କୁମାର ମହାପାତ୍ର, ରବୀନ୍ଦ୍ର ବେହେରା, ଅରୁଣ ବେହେରା, ବୁନୁ ବେହେରା ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଘଟଣାସ୍ଥଳରେ ଆଠଗଡ଼ ପୋଲିସର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଖବର ଲେଖାହେବାବେଳକୁ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri