ପୋଲିସ, ଆର୍‌ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍‌ ଚାଲାଣ

ମାଲକାନଗିରି,୧୯।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍‌ ବେଆଇନ ପରିବହନ କରାଯାଇଥିବା ପୂର୍ବତନ ନବରଙ୍ଗପୁର ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ବେଣୁ ଗୋପାଳ(ଭିଜି) ଗ୍ରାନାଇଟର ୯ଟି ଗାଡ଼ି ଗ୍ରାନାଇଟ ପଥର ନେଇ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ମୋଟୁ ଦେଇ ଶୁକ୍ରବାର ରାତିରେ ବାହାର ରାଜ୍ୟକୁ ପରିବହନ ହେଉଥିବାବେଳେ ମୋଟୁ ଥାନାଧିକାରୀ ଅଟକାଇ ଯାଞ୍ଚ କରିଥିଲେ। ପଥର ଚାଲାଣରେ ଅନିୟମିତତା ରହିଥିବା ଏବଂ କାଗଜପତ୍ର ଠିକ୍‌ ନ ଥିବା ନେଇ ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ତେବେ ପରବର୍ତ୍ତୀ ସମୟରେ ଗ୍ରାନାଇଟ୍‌ କମ୍ପାନୀ ପକ୍ଷରୁ ଥାନା ଓ ଆର୍‌ଟିଓ କାର୍ଯ୍ୟାଳୟରୁ ନକଲି ନଥିପତ୍ର ତିଆରି କରାଯାଇଥିବା ଏବଂ ସନ୍ଦେହଜନକ ଭାବେ ଅଟକ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିବା ନେଇ ରମେଶ ସିଧାସଳଖ ଅଭିଯୋଗ କରିଛନ୍ତି। ପୋଲିସ ଏବଂ ପ୍ରଶାସନକୁ ହାତବାରିସି କରି ଏଭଳି ବେଆଇନ ଚାଲାଣ ହେଉଥିବା ସେ କହିଛନ୍ତି। ବେଆଇନ ଖଣି କାରବାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ଭିଜି ଗ୍ରାନାଇଟର ଖଣି ଖାଦାନ ଦୁର୍ନୀତିକୁ ନେଇ କିଛି ମାସ ତଳେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମାଲକାନଗିରିର ପୂର୍ବତନ ଜିଲାପାଳ ଓ୍ବାଇ. ବିଜୟଙ୍କ ବଦଳି ହୋଇଥିବାବେଳେ ଏବେ ପୁଣି ଏହି ବିବାଦ ଘନେଇବାରେ ଲାଗିଛିା ନୂତନ ଜିଲାପାଳ ଏଦିଗରେ କିଭଳି ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri