ଏବେ ବି ଗଡ଼ୁଛି ଜେଜେବାପାଙ୍କ ସାଇକେଲ

କାମାକ୍ଷାନଗର,୯।୨(ଅମ୍‌ଜାଦ୍‌ ଖାନ୍‌): ଅନେକ ପରିବାରରେ ବରିଷ୍ଠ ନାଗରିକ ଅବହେଳାର ଶିକାର ହେଉଛନ୍ତି। ନିଜର ଲୋକମାନଙ୍କ ଦ୍ୱାରା ଉପେକ୍ଷିତ ହେଉଛନ୍ତି। ଆଦର, ଯତ୍ନ ତ ଦୂରର କଥା ସମ୍ମାନ ଟିକେ ଦେବାକୁ ସେମାନେ ଉଚିତ ମଣୁନାହାନ୍ତି। ଏପରି ଘଟଣା ଏବେ ନିତିଦିନିଆରେ ପରିଣତ ହେଲାଣି। ହେଲେ ଏବେ ବି କେତେକ ପରିବାର ବରିଷ୍ଠଙ୍କୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ଏପରି କି ସ୍ବର୍ଗବାସ ପରେ ମଧ୍ୟ ବରିଷ୍ଠମାନେ ବ୍ୟବହାର କରୁଥିବା ସାମଗ୍ରୀକୁ ସନ୍ତକ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେହି କେହି ତ ତାହାକୁ ନିଜ କାର୍ଯ୍ୟରେ ଲଗାଉଛନ୍ତି। ଜେଜେବାପାଙ୍କ ସାଇକେଲକୁ ଏବେ ବି ବ୍ୟବହାର କରି ଏହାର ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଢ଼ିସାହିର ବରିଷ୍ଠ ଓକିଲ ଦ୍ୱିତୀକୃଷ୍ଣ ବିଶ୍ୱାଳ (୬୯) ଓ ତାଙ୍କ ପରିବାର।
ଦ୍ୱିତୀକୃଷ୍ଣଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେବାପା ତଥା ତତ୍କାଳୀନ ମଢି ଗାଁ ଅଞ୍ଚଳର ବିଶିଷ୍ଟ ସାମାଜିକ କର୍ମୀ ତଥା ମାନିତ ପଞ୍ଚାୟତ ସଭାର ମୁଖିଆ ଓ ଗାଁ ସଭାପତି ଲମ୍ବୋଦର ବିଶ୍ୱାଳ ୧ ଅଗଷ୍ଟ ୧୯୪୫ରେ କଲିକତାରୁ ସିବ୍ଲ୍ୟୁସି (ଜିପ୍‌ ମଡେଲ) ମେଡ୍‌ ଇନ୍‌ ବର୍ମିଂହାର୍ମ ଇଂଲଣ୍ଡର ଏକ ସାଇକେଲ କିଣିଥିଲେ। ଯାହାର ମୂଲ୍ୟ ଥିଲା ୪୦ ଟଙ୍କା। ସେ ସମୟରେ ଉକ୍ତ ସାଇକେଲକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। ପିଢ଼ି ପରେ ପିଢି ବିତି ଯାଇଥିଲେ ମଧ୍ୟ ସାଇକେଲଟି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ଏପରି କି ଲମ୍ବୋଦରଙ୍କ ପରେ ତାଙ୍କ ପୁତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରମୋଦ ବିଶ୍ୱାଳ ତାହାକୁ ବ୍ୟବହାର କରୁଥିଲେ। ତାଙ୍କ ପରେ ନାତି ଦ୍ୱିତୀକୃଷ୍ଣ ଉକ୍ତ ସାଇକେଲକୁ ଚଳାଇଛନ୍ତି। ଜେଜେଙ୍କ ଏହି ସନ୍ତକର ଉତ୍ତରାଧିକାରୀ ହୋଇ ଗର୍ବ ଅନୁଭବ କରୁଛି ବୋଲି ଦ୍ୱିତୀକୃଷ୍ଣ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?