ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି ବିପଦକୁ ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଏହି ନୂତନ ସୁରକ୍ଷା ନିୟମ ଆସନ୍ତା ବର୍ଷ ଏପ୍ରିଲରୁ ଲାଗୁ ହୋଇପାରେ। ବାସ୍ତବରେ, ମନ୍ତ୍ରଣାଳୟ ତରଫରୁ ବାରମ୍ୱାର ସଚେତନତା ଅଭିଯାନ ସତ୍ତ୍ୱେ ହାଇ ବିମର ଭୁଲ ବ୍ୟବହାର ବନ୍ଦ ନହେବାରୁ ଏବେ କଠୋର ଆଇନଗତ ନିୟମ ଅଣାଯାଉଛି।

ବର୍ତ୍ତମାନ ଦୁଇଚକିଆ ଯାନରେ ଥିବା ଅଟୋମେଟିକ ହେଡଲାଇଟ ଅନ (AHO) ସିଷ୍ଟମ ଗାଡ଼ିର ସେଟିଂ ଆଧାରରେ ଲୋ’ ବିମ କିମ୍ୱା ହାଇ ବିମ ଉଭୟ ମୋଡରେ ଅନ ହୋଇପାରେ। କିନ୍ତୁ ନୂଆ ନିୟମ ଲାଗୁ ହେବା ପରେ ନୂତନ ଦୁଇଚକିଆ ଯାନଗୁଡ଼ିକରେ AHO ସିଷ୍ଟମ ସ୍ୱତଃପ୍ରବୃତ୍ତ ଭାବେ ଅନ ହେଲେ ହେଡଲାଇଟ କେବଳ ଲୋ’ ବିମ (Low Beam) ମୋଡରେ ହିଁ ରହିବ। ଏହି ନିୟମ କେବଳ ନୂଆ ତିଆରି ହେବାକୁ ଥିବା ଦୁଇଚକିଆ ଯାନ ଉପରେ ଲାଗୁ ହେବ; ପୂର୍ୱରୁ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ରାତିରେ ସମ୍ମୁଖରୁ ଆସୁଥିବା ଚାଳକଙ୍କ ଆଖି ଝଲସିବାକୁ ରୋକିବା ପାଇଁ ହେଡଲାଇଟର ସର୍ୱାଧିକ ଆଲୋକ ତୀବ୍ରତା (Light Intensity) ସୀମା ହ୍ରାସ କରିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଅନୁସାରେ ସର୍ୱାଧିକ ଗ୍ରହଣୀୟ ତୀବ୍ରତାକୁ ୧.୫ ଲକ୍ଷ କ୍ୟାଣ୍ଡେଲାରୁ ହ୍ରାସ କରି ୧ ଲକ୍ଷ କ୍ୟାଣ୍ଡେଲା (cd) କରାଯିବ। ଅନ୍ୟପକ୍ଷରେ, କାର୍‌ ଏବଂ ଅନ୍ୟ ଚାରିଚକିଆ ଯାନ ପାଇଁ ଏହି ସୀମାକୁ ୨.୨୫ ଲକ୍ଷ cd ରୁ ହ୍ରାସ କରି ୧.୫ ଲକ୍ଷ cd କରାଯାଇପାରେ।

ଗବେଷଣାରୁ ଜଣାପଡ଼ିଛି ଯେ ଅତ୍ୟଧିକ ଧଳା ଏବଂ ହାଇ କଲର୍‌ ଟେମ୍ପରେଚର୍‌ ବିଶିଷ୍ଟ ହେଡ୍ଲାଇଟ ତଥା ଫଗ ଲ୍ୟାମ୍ପ ଯୋଗୁଁ ଆଖିରେ ଅଧିକ ଚମକ ଲାଗିଥାଏ, ଯାହା ସାମ୍ନା ଡ୍ରାଇଭରଙ୍କ ଦୃଶ୍ୟମାନତା (visibility)କୁ ପ୍ରଭାବିତ କରେ। ତେଣୁ ଡ୍ରାଫ୍ଟ ନିୟମରେ ଗାଡ଼ି ଆଲୋକର ସର୍ୱାଧିକ କଲର୍‌ ଟେମ୍ପରେଚର୍‌ ୬,୫୦୦K ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ, ମେନ ବିମ ହେଡଲାଇଟର ଫିକ୍ସିଂ ଉଚ୍ଚତାକୁ ମଧ୍ୟ ପାସିଂ ବିମ ହେଡ୍ଲାଇଟ ସହିତ ସମାନ ସ୍ତରରେ ରଖିବାକୁ କୁହାଯାଇଛି।

ସହର ଭିତରେ ଅନାବଶ୍ୟକ ଭାବେ ହାଇ ବିମ ବ୍ୟବହାର ରୋକିବା ପାଇଁ ନୂଆ କାର୍‌ ଏବଂ ବାଇକଗୁଡ଼ିକରେ ସ୍ପିଡ ସେନସିଟିଭ ଅଡିଓ ଆଲାର୍ମ ସିଷ୍ଟମ ଦିଆଯାଇପାରେ। ଏହାପରେ ଯଦି କୌଣସି ଡ୍ରାଇଭର ସହର କିମ୍ୱା ଭିଡ଼ ରାସ୍ତାରେ ମାନୁଆଲି ହାଇ ବିମକୁ ସୁଇଚ କରନ୍ତି, ତେବେ ଗାଡ଼ିରେ ଏକ ବିପ ବା ସାଉଣ୍ଡ ୱାର୍ଣ୍ଣିଂ ବାଜିବ, ଯାହା ଡ୍ରାଇଭରଙ୍କୁ ପୁଣି ଲୋ’ ବିମକୁ ଫେରିବାକୁ ସୂଚନା ଦେବ।

ଏହି ଆଲାର୍ମ ସ୍ପିଡ ସେନସିଟିଭ ହେବ। ଅର୍ଥାତ ଯଦି ଗାଡ଼ି ୬୦ କିମି/ଘଣ୍ଟାରୁ ଅଧିକ ବେଗରେ ହାଇୱେରେ ଚାଲୁଥିବ, ତେବେ ଏହି ଆଲାର୍ମ ବାଜିବ ନାହିଁ, କାରଣ ଅନ୍ଧକାର ହାଇୱେରେ ଦୂର ପର୍ଯ୍ୟନ୍ତ ଦେଖିବା ପାଇଁ ହାଇ ବିମ ଆବଶ୍ୟକ ହୋଇଥାଏ।

ରାତି ସମୟରେ, କୁହୁଡ଼ି କିମ୍ୱା ଖରାପ ପାଗରେ ରାସ୍ତାରେ ଛିଡ଼ା ହୋଇଥିବା କିମ୍ୱା ଚାଲୁଥିବା ଭାରୀ ଯାନଗୁଡ଼ିକର ଦୃଶ୍ୟମାନତା ବୃଦ୍ଧି ପାଇଁ ମଧ୍ୟ କଠୋର ପଦକ୍ଷେପ ନିଆଯାଉଛି। ଡ୍ରାଫ୍ଟ ପ୍ରସ୍ତାବ ଅନୁଯାୟୀ, ସମସ୍ତ ବସ, ଟ୍ରକ ଏବଂ ବାଣିଜ୍ୟିକ ଭାରୀ ଯାନରେ ପ୍ରମାଣିତ ରିଫ୍ଲେକ୍ଟିଭ ଟେପ (Reflective Tape) ଲଗାଇବା ବାଧ୍ୟତାମୂଳକ କରାଯାଇପାରେ। ଏହାଦ୍ୱାରା ପଛରୁ କିମ୍ୱା ସାମ୍ନାରୁ ଆସୁଥିବା ଗାଡ଼ିଗୁଡ଼ିକ ଦୂରରୁ ହିଁ ଏହି ଭାରୀ ଯାନଗୁଡ଼ିକୁ ଚିହ୍ନଟ କରିପାରିବେ ଏବଂ ଦୁର୍ଘଟଣା ଏଡ଼ାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?