ଗୋପବନ୍ଧୁଙ୍କ ପାଇଁ ସରକାରୀ ଯୋଜନା ସାତସପନ: ପଲିଥିନ ତଳେ ଶୀତ, କାକରରେ ବିତୁଛି ଜୀବନ

ରାଜକନିକା,୪ା୧ (ସଞ୍ଜୟ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଆବାସ ଯୋଜନା, ବିଜୁ ପକ୍କାଘର ଅନ୍ୟତମ। ସାଧାରଣ ଗରିବଙ୍କୁ ଏହି ଯୋଜନାରେ ଗୃହ ଯୋଗେଇ ଦେଉଛନ୍ତି ବୋଲି କୁହାଯାଉଛି। ହେଲେ ପ୍ରକୃତ ଚିତ୍ର କିନ୍ତୁ ଅଲଗା। ଭଙ୍ଗା ଝାଟିମାଟି ଘର ଉପରେ ପଲିଥିନ ପକାଇ ସେଥିରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ସିହୋପଡା ଗାଁର ଗୋପବନ୍ଧୁ ଜେନା(୪୬), ସ୍ତ୍ରୀ ସବିତା ଓ ତିନି ବଢିଲା ଝିଅ ରହୁଛନ୍ତି। ବଡ଼ଝିଅ ଶର୍ମିଷ୍ଠା ଜେନା(୧୮) ଅର୍ଥ ଅଭାବରୁ ଯୁକ୍ତ ୨ ପାସ୍‌ କରି ପାଠରେ ଡୋରି ବାନ୍ଧିଛନ୍ତି। ସେମିତି ମଝିଆ ଝିଅ ସ୍ନିଗ୍ଧାରାଣୀ ନବମ ଶ୍ରେଣୀରେ ଏବଂ ସାନଝିଅ ସୌଭାଗିନୀ ସପ୍ତମ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଛନ୍ତି।
ଘରର ଚାରିପଟେ ଝାଟିମାଟି କାନ୍ଥ ଗଳିପଡ଼ିଛି। ମୁଣ୍ଡ ଉପରେ ଛପର ନାହିଁ ଦିନରେ ସୂର୍ଯ୍ୟ କିରଣ ସାଙ୍ଗକୁ ରାତ୍ରିରେ ଚନ୍ଦ୍ର ତାରା ଘରେ ଦୃଶ୍ୟମାନ ହେଉଛି। ଖରା, ବର୍ଷା, ଶୀତ, କାକରରେ ଭଙ୍ଗାଘରେ ବଢ଼ିଲା ୩ ଝିଅ ଓ ସ୍ତ୍ରୀଙ୍କୁ ନେଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି। ନଡ଼ା ନ ଥିବା ଛପର ଉପର ବାଉଁଶଗୁଡ଼ିକ ଭାଙ୍ଗି ବାହାରି ଗଲାଣି। କେଉଁ ବାଉଁଶ ପୋକ ଖାଇଗଲାଣି। ତା’ ଉପରେ ପଲିଥିନ ପକାଇ ପରିବାର ଲୋକେ ରହୁଛନ୍ତି। ଅପରପକ୍ଷରେ ଘରର ଚାରିପଟେ କାନ୍ଥ ନ ଥିବାରୁ ଜନ୍ତୁଜୁନ୍ତା, ବିଷାକ୍ତ ସାପ ଆଦି ଶୋଇଥିବା ଅବସ୍ଥାରେ ବିଛଣା ଭିତରେ ପଶି ଯାଇଥାନ୍ତି ବୋଲି ଗୋପବନ୍ଧୁ କହିଛନ୍ତି। ବର୍ଷାଦିନେ ପରିବାରକୁ ଧରି ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥାନ୍ତି ବୋଲି ଗୋପବନ୍ଧୁ କହିଥିଲେ। ଖୋଲାଆକାଶ ତଳେ ରୋଷେଇ ବାସ କରିଥାନ୍ତି। ଯେମିତି କି ଏହି ପରିବାର ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ଗୋପବନ୍ଧୁ ଶ୍ରମିକ ଭାବେ କାମ କରୁଥିବା ବେଳେ ଗ୍ରାମାଞ୍ଚଳରେ ସବୁଦିନ ମିଳି ନ ଥାଏ। ମଜୁରିରୁ ଯାହା ଉପାର୍ଜନ ହୁଏ ସେଥିରେ ପରିବାରର ଗୁଜୁରାଣ ମେଣ୍ଟେ। କାମ ନ ମିଳିଲେ ପରିବାର ଲୋକେ ଓଳିଏ ଖାଇ ଓଳିଏ ଉପବାସରେ ରହିବାକୁ ପଡ଼େ। ପର ଘରେ ମୂଲ ଲାଗି ୫ବର୍ଷ ତଳେ ଧାର ଆଣି ଏକ ନଡ଼ା ଛପର ଘର ତିଆରି କରିଥିଲେ। ଅର୍ଥାଭାବରୁ ତାହା ଅଧାପନ୍ତରିଆ ହୋଇ ପଡ଼ିଛି। କେବଳ ପରିବାରକୁ ରାଶନ ବାବଦକୁ ଚାଉଳ ଗଣ୍ଡାଏ ମିଳିଥାଏ। ସେହି କାର୍ଡରେ ସାନଝିଅର ନାମ ନାହିଁ। ଗୁହାରି କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସବିତା। ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ଆବେଦନ କରିଥିଲେ ମଧ୍ୟ ମିଳୁନାହିଁ ବୋଲି ଗୋପବନ୍ଧୁ କହିଥିଲେ। ପାଠ ପଢ଼ାରେ ଡୋରି ବାନ୍ଧିଥିବା ଶର୍ମିଷ୍ଠା କହିଛନ୍ତି, ଯଦି ସରକାରୀ ଅନୁଦାନ ମିଳେ ଆଗକୁ ପାଠ ପଢ଼ିବି। ଏ ନେଇ ଗାଁର ସାମାଜିକ କର୍ମୀ ରବୀନ୍ଦ୍ର ନାରାୟଣ ଜେନା, ଉମାକାନ୍ତ ବେହୁରିଆ ଓ ଜୟନ୍ତ କୁମାର ମଲିକ ବ୍ଲକ ପ୍ରଶାସନ ଏହି ପରିବାରକୁ ତୁରନ୍ତ ଗୃହ ଯୋଗାଇ ଦେଉ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ପଚାରିବାରେ ଏଠାକୁ ନୂଆକରି ଆସିଛି। କ’ଣ ହେଇଛି ନ ହେଇଛି ଜାଣିନି। ଆପଣଙ୍କଠାରୁ ଜାଣିଲି। ଖୁବ୍‌ଶୀଘ୍ର ତଦନ୍ତ କରି ରାଶନ କାର୍ଡରେ ତାଙ୍କ ସାନ ଝିଅ ନାମକୁ ସଂଯୋଗ କରାଯିବ। ଘର ପାଇବା ପାଇଁ ସରକାରଙ୍କ ନିୟମାନୁଯାୟୀ ଯଦି ଯୋଗ୍ୟ ହୋଇଥିବେ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?