Odisha Elections 2024

ବର୍ଷାରେ ସରକାରୀ ବସ୍‌ଷ୍ଟାଣ୍ଡ ବେହାଲ

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ମଧ୍ୟରେ ରହିଥିବା ସରକାରୀ ବସଷ୍ଟାଣ୍ଡ ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି। ପ୍ରତିବର୍ଷ ବର୍ଷାଦିନେ ବସଷ୍ଟାଣ୍ଡରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ତାର କିଛି ସମାଧାନ କରା ନ ଯିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି। ବସଷ୍ଟାଣ୍ଡରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବାବେଳେ ଏଥିପାଇଁ ଯାତ୍ରୀଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସହର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉଥିବା ନେଇ ପ୍ରଶାସନ କହୁଥିବାବେଳେ ସାମାନ୍ୟ ବର୍ଷାରେ ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡରୁ ସହରର ସୌନ୍ଦର୍ଯ୍ୟକରଣ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସ୍ଥାନୀୟ ଲୋକ ଏବଂ ବସ୍‌ ଯାତ୍ରୀମାନେ କହିଛନ୍ତି ।
ରବଗଡ଼ ବସଷ୍ଟାଣ୍ଡରୁ ସମ୍ବଲପୁରକୁ ପ୍ରତିଦିନ ସିଟି ବସ୍‌ ଯାତାୟାତ କରୁଛି। ସେହିପରି ସରକାରୀ ବସ୍‌ଗୁଡ଼ିକ ଏଠାରୁ ଜିଲା ବାହାରକୁ ମଧ୍ୟ ଯାଉଛି। ଫଳରେ ବସଷ୍ଟାଣ୍ଡ ଉପରେ ନିୟମିତ ବହୁସଂଖ୍ୟକ ଯାତ୍ରୀ ନିର୍ଭର କରିଥାନ୍ତି। ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି । ଅନ୍ୟପଟେ ସେହି ଶୌଚାଳୟ ଦେଇ ସଙ୍କୁଚିତ ଡ୍ରେନେଜ ବ୍ୟବସ୍ଥା ରହିଥିବାବେଳେ ବର୍ଷାରେ ବସଷ୍ଟାଣ୍ଡ ପରିସରରେ ଜମୁଥିବା ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ବସଷ୍ଟାଣ୍ଡ ଜଳାର୍ଣ୍ଣବ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇବା କିମ୍ବା ବସ୍‌କୁ ଚଢ଼ିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସହରର ପ୍ରମୁଖ ପେଣ୍ଠସ୍ଥଳୀରେ ଏହି ବସଷ୍ଟାଣ୍ଡ ଥିବାବେଳେ ଉକ୍ତ ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନକୁ ଅଛପା ରହିନାହିଁ । ଏହାସତ୍ତ୍ବେ ଏଭଳି ଏକ ପ୍ରମୁଖ ସମସ୍ୟା ପ୍ରତି ସଭିଁଏ ଆଖି ବୁଜିଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri