Posted inଜାତୀୟ

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଶ୍ୱସ୍ତିକର ଘୋଷଣା କରି ମହଙ୍ଗା ଭତ୍ତା (DA) ୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ କର୍ମଚାରୀ ତଥା ପେନସନଭୋଗୀ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ମନ୍ତ୍ରୀ ଅମନ ଅରୋରା ଓ ବଲଜିତ କୌର, ମୁଖ୍ୟ ଶାସନ ସଚିବ କେ.ଏ.ପି. ସିହ୍ନା, ସାଧାରଣ ପ୍ରଶାସନ ସଚିବ କେ.କେ. ଯାଦବ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ପଞ୍ଜାବ ଷ୍ଟେଟ ମିନିଷ୍ଟ୍ରିଆଲ ସର୍ଭିସେସ ୟୁନିଅନର ସଭାପତି ଗୁରନାମ ସିଂହ ର୍ୱିକ କହିଛନ୍ତି ଯେ ବର୍ଦ୍ଧିତ ଡିଏ ଅକ୍ଟୋବର ୧ ତାରିଖରୁ ପ୍ରଦାନ କରାଯିବ। ସେ ଆହୁରି କହିଛନ୍ତି ଯେ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ମଧ୍ୟ ସରକାର ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଖୁବ ଶୀଘ୍ର ସେଗୁଡ଼ିକ ଉପରେ ଆଲୋଚନା କରାଯିବ। ଅଗଷ୍ଟ ୨୭ ତାରିଖରେ ଏହି ଅଚଳାବସ୍ଥା ଆରମ୍ଭ ହୋଇଥିଲା, ଯେତେବେଳେ ତିନି ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ସାମୂହିକ ଆକସ୍ମିକ ଛୁଟି (Casual Leave) ନେଇ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇଥିଲେ ଏବଂ ବକେୟା ଥିବା ୧୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ସମେତ ବିଭିନ୍ନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ।

ଭଗୱନ୍ତ ମାନଙ୍କ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏହି ପଦକ୍ଷେପ କର୍ମଚାରୀଙ୍କ କଲ୍ୟାଣ ଏବଂ ସମ୍ମାନ ପ୍ରତି ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି; ସେ କର୍ମଚାରୀମାନଙ୍କୁ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରକୃତ ସମସ୍ୟାର ସମାଧାନ ପାଇଁ କର୍ମଚାରୀ ପ୍ରତିନିଧିଙ୍କ ସହ ବାଧ୍ୟତାମୂଳକ ମାସିକ ବୈଠକ କରିବା, ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଘରର ୪୦ କିଲୋମିଟର ପରିସର ମଧ୍ୟରେ ପୋଷ୍ଟିଂ ଦେବା ଘୋଷଣା କରିବା ସହ ସୱଚ୍ଛ ତଥା ଦୁର୍ନୀତିମୁକ୍ତ ପ୍ରକ୍ରିୟା ଜରିଆରେ ପ୍ରାୟ ୭୦,୦୦୦ ସରକାରୀ ଚାକିରି ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ମହିଳା କର୍ମଚାରୀମାନଙ୍କୁ ନିଜ କ୍ୟାରିୟର ଏବଂ ପାରିବାରିକ ଦାୟିତ୍ୱ ମଧ୍ୟରୁ କୌଣସି ଗୋଟିକୁ ବାଛିବା ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ରାଜ୍ୟ ସରକାର ସୁନିଶ୍ଚିତ କରିବେ ଯେ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କର ପ୍ରକୃତ ଆବଶ୍ୟକତା ପ୍ରତି ସମ୍ୱେଦନଶୀଳ ରହୁ। ବିବୃତିରେ ଆହୁରି କୁହାଯାଇଛି ଯେ ମାନ କର୍ମଚାରୀ ଓ ପେନସନଭୋଗୀ ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି।

ସରକାରୀ କର୍ମଚାରୀଙ୍କ କଲ୍ୟାଣ, ସମ୍ମାନ ଏବଂ ନ୍ୟାଯ୍ୟ ଦାବି ତାଙ୍କ ସରକାରଙ୍କ ପାଇଁ ସର୍ୱଦା ପ୍ରାଥମିକତା ହୋଇ ରହିଆସିଛି ବୋଲି ଗୁରୁତ୍ୱାରୋପ କରି ମାନ କହିଛନ୍ତି ଯେ, ନିଷ୍ପତ୍ତି ଅନୁଯାୟୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ୪ ପ୍ରତିଶତ ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରାଯିବ, ଯାହାର ଲାଭ ଅକ୍ଟୋବର ୧ ରୁ ସେମାନଙ୍କ ଦରମାରେ ଦେଖିବାକୁ ମିଳିବ।

ସେ କହିଛନ୍ତି ଯେ ରାଜ୍ୟ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପ୍ରକୃତ ଦାବି ପ୍ରତି ଏକ ଖୋଲା ମନୋଭାବ ରଖିଛନ୍ତି ଏବଂ ପ୍ରଚଳିତ ନିୟମ, ଆର୍ଥିକ ପ୍ରଭାବ ତଥା ଆଇନଗତ ସ୍ଥିତି ଅନୁସାରେ ଏହି ପ୍ରସଙ୍ଗଗୁଡ଼ିକୁ ସହାନୁଭୂତିର ସହ ଯାଞ୍ଚ କରାଯିବ। ସରକାର ଦୀର୍ଘ ଦିନରୁ ପଡ଼ିରହିଥିବା ବିଭିନ୍ନ ଦାବିକୁ ପରୀକ୍ଷା କରିବେ, ଯେଉଁଥିରେ ୨.୫୯ ପେନସନ ଫିଟମେଣ୍ଟ ଫ୍ୟାକ୍ଟର ଦାବି, ପୁରୁଣା ପେନସନ ଯୋଜନା (OPS) ର ପୁନଃପ୍ରଚଳନ, ବିଭିନ୍ନ ଭତ୍ତାର ପୁନରୁଦ୍ଧାର, ଆସିଓର୍ଡ କ୍ୟାରିୟର ପ୍ରୋଗ୍ରେସନ (ACP) ର କାର୍ଯ୍ୟକାରିତା, ପ୍ରୋବେସନ ଅବଧି ସମ୍ପର୍କିତ ୨୦୧୫ ଓ ୨୦୨୦ ପତ୍ର ସହ ଜଡ଼ିତ ପ୍ରସଙ୍ଗ ଏବଂ ଅଦାଲତଙ୍କ ନିଷ୍ପତ୍ତିର ସାଧାରଣୀକରଣ (generalisation) ଇତ୍ୟାଦି ଅନ୍ତର୍ଭୁକ୍ତ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ୱରୁ କର୍ମଚାରୀମାନେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବକେୟା ଡିଏ ପ୍ରଦାନ ଦାବିରେ ଅଟଳ ଥିଲେ। ପଞ୍ଜାବ ସରକାର ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ରାଜ୍ୟର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ୧୫ ଦିନ ମଧ୍ୟରେ ସମସ୍ତ ବକେୟା ଡିଏ ଓ ମହଙ୍ଗା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାର ଯୁକ୍ତି ଦର୍ଶାଇଥିଲେ ଯେ ଏତେ କମ ସମୟ ମଧ୍ୟରେ ପ୍ରାୟ ୧୪,୧୯୧ କୋଟି ଟଙ୍କାର ବକେୟା ରାଶି ପୈଠ କରିବା ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?