Posted inଜାତୀୟ

ଚାଇନାର ସାଇବର ଆକ୍ରମଣ ମଧ୍ୟରେ ଆଲର୍ଟରେ ସରକାର: କର୍ମଚାରୀଙ୍କ ପାଇଁ ଜାରି କଲେ ଏସ୍‌ଓପି

ନୂଆଦିଲ୍ଲୀ,୧୩।୧୨: ଚାଇନା କେବଳ ସୀମାରେ ନୁହେଁ, ସାଇବର ଆକ୍ରମଣ ମାଧ୍ୟମରେ ବି ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ନିକଟରେ ଦିଲ୍ଲୀ ଏମ୍ସରେ ସର୍ଭର ହ୍ୟାକର ଖବର ସାମ୍ନାକୁ ଆସିଥିଲା। କ୍ରମାଗତ ଭାବେ ସାଇବର ଆକ୍ରମଣ ମାମଲା ଆସିବା ପରେ ବର୍ତ୍ତମାନ ଭାରତ ସରକାର ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇଯାଇଛନ୍ତି। ମନ୍ତ୍ରଣାଳୟ ଏବଂ ପବ୍ଲିକ ସେକ୍ଟର ୟୁନିଟ (ପିଏସୟୁ)ର କର୍ମଚାରୀମାନେ ଏକ ମାନକ ଅପରେଟିଂ ପ୍ରୋଟୋକଲ ଅନୁସରଣ କରିବା ପାଇଁ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ କର୍ମଚାରୀଙ୍କ ପାଇଁ ସରକାର ଏକ ଏସ୍‌ଓପି ଜାରି କରିଛନ୍ତି। ଏଥିରେ କମ୍ପ୍ୟୁଟର ବନ୍ଦ କରିବା, ଇମେଲରୁ ସାଇନ ଆଉଟ ଏବଂ ଅପଡେଟ ଆଦି ଅନ୍ତର୍ଭୁକ୍ତ ରହିଛି। ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଏହି ପ୍ରୋଟୋକଲଗୁଡିକ ପାଳନ ନ ହେବା କାରଣରୁ ଏମ୍ସରେ ସାଇବର ଆକ୍ରମଣ ହୋଇଥିଲା। ପ୍ରାୟତଃ କର୍ମଚାରୀମାନେ ସେମାନଙ୍କ ଇମେଲରୁ ସାଇନ ଆଉଟ କରନ୍ତି ନାହିଁ କିମ୍ବା ସିଷ୍ଟମ୍‌ ବନ୍ଦ କରନ୍ତି ନାହିଁ। ଏମ୍ସରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେଉଁଥିପାଇଁ ସାଇବର ଅପରାଧର ସାମ୍ନା କରିବାକୁ ପଡ଼ିଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri