UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପରେ ଏବେ ସରକାର UPI ଦେୟ ଉପରେ ପୁଣି ଥରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ୦.୫% ପର୍ଯ୍ୟନ୍ତ MDR ଶୁଳ୍କ ଧାର୍ଯ୍ୟ କରାଯାଇପାରେ। ଏହି ସମ୍ପର୍କରେ ଆଗାମୀ ଏକ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ସରକାରଙ୍କ ଏହି ଯୋଜନା ଅନୁଯାୟୀ, ଯେଉଁ ବ୍ୟବସାୟୀଙ୍କ ବାର୍ଷିକ କାରବାର (Turnover) ₹୧.୫ କୋଟି ପର୍ଯ୍ୟନ୍ତ ରହିଛି, ସେମାନଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ, ଚାହେଁ ସେମାନଙ୍କ UPI ପେମେଣ୍ଟ ରାଶି ଯେତେ ବି ହୋଇଥାଉ। ବଡ଼ ବ୍ୟବସାୟୀମାନେ ଏହି ଅତିରିକ୍ତ ଖର୍ଚ୍ଚକୁ ସହଜରେ ବହନ କରିପାରିବେ ଏବଂ ଛୋଟ ଦୋକାନୀଙ୍କ ଉପରେ ଯେପରି ଏହାର ବୋଝ ନପଡ଼ିବ, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, MDR ହେଉଛି ଏକ ସର୍ଭିସ ଚାର୍ଜ, ଯାହା ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ବଦଳରେ ବ୍ୟବସାୟୀଙ୍କୁ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନୀକୁ ଦେବାକୁ ପଡ଼ିଥାଏ।

ସରକାରୀ ଆକଳନ ଅନୁଯାୟୀ, ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକ ବେଶୀ ପ୍ରଭାବିତ ହେବେ ନାହିଁ। କାରଣ ₹୨,୦୦୦ କିମ୍ବା ତାଠାରୁ ଅଧିକ ଟଙ୍କାର UPI ପେମେଣ୍ଟ ମୋଟ ପର୍ସନ-ଟୁ-ମର୍ଚ୍ଚାଣ୍ଟ (P2M) କାରବାରର ମାତ୍ର ୪ ପ୍ରତିଶତ ଅଟେ। ବର୍ତ୍ତମାନ ସମୟରେ ପାଖାପାଖି ୮୬% UPI ପେମେଣ୍ଟ ₹୫୦୦ ମଧ୍ୟରେ ହେଉଥିବା ବେଳେ ୧୦% ପେମେଣ୍ଟ ₹୫୦୧ରୁ ₹୨,୦୦୦ ଭିତରେ ହୋଇଥାଏ।

ଏହା ପୂର୍ବରୁ ଜାନୁଆରୀ ୨୦୨୦ରେ ସରକାର ଡିଜିଟାଲ୍ କାରବାର ବଢ଼ାଇବା ପାଇଁ UPI ଏବଂ RuPay ଡେବିଟ୍ କାର୍ଡ ଉପରେ MDR ଉଠାଇ ଦେଇଥିଲେ। କିନ୍ତୁ ପେମେଣ୍ଟସ କାଉନ୍ସିଲ ଅଫ୍ ଇଣ୍ଡିଆ (PCI) ଅନୁସାରେ, ସରକାର ଯେଉଁ ପ୍ରୋତ୍ସାହନ ରାଶି ଦେଉଛନ୍ତି ତାହା ଡିଜିଟାଲ ପେମେଣ୍ଟ ସିଷ୍ଟମର ବଢୁଥିବା ଖର୍ଚ୍ଚ ତୁଳନାରେ ଯଥେଷ୍ଟ ନୁହେଁ। ଆର୍ଥିକ ସେବା ବିଭାଗ (DFS) ମଧ୍ୟ ସଂସଦୀୟ କମିଟିକୁ ଜଣାଇଛି ଯେ ସରକାରୀ ପ୍ରୋତ୍ସାହନ ଦ୍ୱାରା ଉଦ୍ୟୋଗର ମୋଟ ଖର୍ଚ୍ଚର ମାତ୍ର ୧୧% ହିଁ ଭରଣା ହୋଇପାରୁଛି।

ବର୍ତ୍ତମାନ ଭାରତରେ UPI ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଆର୍ଥିକ ବର୍ଷ ୨୦୧୭ (FY17) ରେ ମାତ୍ର ୨ କୋଟି ଟ୍ରାଞ୍ଜାକସନ ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୬ (FY26) ରେ ଏହା ରେକର୍ଡ ୨୪୧.୬୨ ଅରବ (ବିଲିୟନ) ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ମୋଟ କାରବାରର ମୂଲ୍ୟ ₹୭,୦୦୦ କୋଟିରୁ ବୃଦ୍ଧି ପାଇ ପ୍ରାୟ ₹୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତେଣୁ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ ରଖିବା ପାଇଁ ସରକାର ପୁଣି ଥରେ MDR ଲାଗୁ କରିବା ଦିଗରେ ଚିନ୍ତା କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri