Posted inଜାତୀୟ

ସରକାର ଜାଣିଶୁଣି କରୁଛନ୍ତି ଲାଉଡସ୍ପିକର-ହନୁମାନ ଚାଳିସା ରାଜନୀତି…

ମୁମ୍ବାଇ, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଜାଣିଶୁଣି ଲାଉଡସ୍ପିକର ଏବଂ ହନୁମାନ ଚାଳିସା ରାଜନୀତି କରୁଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ଏଭଳି କରାଯାଉଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ଏ ସମ୍ପର୍କିତ ଏକ ଖବର ଶିବସେନା ମୁଖପତ୍ର ସାମନାରେ ପ୍ରକାଶିତ ହୋଇଛି।

ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଲାଉଡସ୍ପିକର ଏବଂ ହନୁମାନ ଚାଳିସା ବିବାଦ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଶିବସେନା ପକ୍ଷରୁ ଏହାର ମୁଖପତ୍ର ସାମନାରେ ପ୍ରକାଶିତ ଏକ ଲେଖାରେ ଉଲ୍ଲେଖ କରାଯାଇଛି ଯେ, ଲାଉଡ ସ୍ପିକର, ରାମ ନବମୀ, ହନୁମାନ ଚାଳିସା ଭଳି ବିବାଦ ଦେଶକୁ ବୁଡ଼ାଇବା ପାଇଁ ଭାଜପାର ଏହା ଏକ ଷଡଯନ୍ତ୍ର।

ମୁଦ୍ରାସ୍ଫୀତି ଏବଂ ବେକାରୀ ହେଉଛି ଦେଶର ମୁଖ୍ୟ ପ୍ରସଙ୍ଗ। ମୋଦି ସରାକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି କରୁଛନ୍ତି। ବେକାରୀ ଏବଂ ମୁଦ୍ରାସ୍ଫୀତି ଉପରେ ଅଧିକ ଆନ୍ଦୋଳନ ହେବା ଜରୁରୀ। ଦେଶ ଏହା ଉପରେ ଆଲୋଚନା କରିବା ଉଚିତ, କିନ୍ତୁ ମସଜିଦରେ ଲାଉଡ ସ୍ପିକର ଏବଂ ହନୁମାନ ଚାଳିସା ପ୍ରସଙ୍ଗରେ ଅଯଥା ଆନ୍ଦୋଳନ ଚାଲିଛି।

ସାମନାରେ ଏହା ଲେଖାଯାଇଛି ଯେ ଧାର୍ମିକ ଘୃଣା ପ୍ରସଙ୍ଗରେ ଆଫଗାନିସ୍ତାନ ଅପେକ୍ଷା ଭାରତର ସ୍ଥିତି ଅଧିକ ଖରାପ ହୋଇଯାଇଛି। ଯେଉଁ ପରି ଲୋକଙ୍କ ହାତରେ ଆଫଗାନିସ୍ତାନର ଶାସନ ଡୋରି ରହିଛି ଭବିଷ୍ୟତରେ ଆମ ଦେଶରେ ସମାନ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଏପରିକି ଦାରିଦ୍ର୍ୟ ଏବଂ ଭୋକରେ ଭାରତ ପାକିସ୍ତାନ ଏବଂ ବାଂଲାଦେଶକୁ ପଛରେ ପକାଇ ଦେଇଛି।

ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଦଙ୍ଗାର ପ୍ରୟୋଗ କରାଯାଉଛି। ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଙ୍କୁ ଟ୍ରୋଲର ତିଆରି କରିବା କାମ ଦିଆଯାଇଛି। ଏହା ବର୍ତ୍ତମାନ ସେମାନଙ୍କର ରୋଜଗାର। ଦେଶରେ ଧାର୍ମିକ ମତଭେଦ ଏବଂ ଘୃଣା କେଉଁ ସ୍ତରରେ ପହଞ୍ଚିଛି? ଏବଂ ଆମର ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଚୁପ ଅଛନ୍ତି। ଦେଶରେ କେବେ ଶାନ୍ତି ଫେରିବ ତାହା ଅଜଣା। ଖୋଦ ସରକାର ଏଭଳି କାର୍ଯ୍ୟରେ ଲିପ୍ତ ଥିବା ସାମନାରେ ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?