Posted inଖେଳ

ସରକାରଙ୍କ ହସ୍ତକ୍ଷେପ: ବାସନ୍ଦ ବିପଦରେ ଦକ୍ଷିଣ ଆଫ୍ରିକା କ୍ରିକେଟ

କେପ୍‌ ଟାଉନ,୧୫।୧୦(ଏପି): ଦକ୍ଷିଣ ଆଫ୍ରିକା କ୍ରିକେଟ ଏବେ ବାସନ୍ଦଜନିତ ବିପଦର କଳା ବାଦଲ ମଧ୍ୟରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବିଭିନ୍ନ ମାମଲାରେ ବୁଧବାର ସରକାର ମୁଣ୍ଡ ପୂରାଇବେ ବୋଲି କହିବା ପରେ ବିପଦ ସୃଷ୍ଟି ହୋଇଛି। ସରକାରଙ୍କ ହସ୍ତକ୍ଷେପ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବୋର୍ଡର କେତେଜଣ ବରିଷ୍ଠ ଅଧିକାରୀ ବଡ଼ ଦୁର୍ନୀତି କରିବା ଅଭିଯୋଗରେ ସରକାର ବୋର୍ଡ ବ୍ୟାପାରରେ ହସ୍ତକ୍ଷେପ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ଦକ୍ଷିଣ ଆଫ୍ରିକା କ୍ରୀଡ଼ାମନ୍ତ୍ରୀ ନାଥି ଏମ୍‌ଥେଥ୍ବା ସରକାରଙ୍କ ଆଭିମୁଖ୍ୟ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ସ୍ପଷ୍ଟ କରିଛନ୍ତି। ତେବେ ସରକାର ହସ୍ତକ୍ଷେପ କଲେ ଅନ୍ତର୍ଜାତୀୟ କ୍ରିକେଟରୁ ଦକ୍ଷିଣ ଆଫ୍ରିକାକୁ ବାସନ୍ଦ କରାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି। ଯେପର୍ଯ୍ୟନ୍ତ ଜାତୀୟ ବୋର୍ଡ ସ୍ବାଧୀନ ଭାବେ କାର୍ଯ୍ୟ କରବାର ଅଧିକାର ପାଇନାହିଁ ସେପର୍ଯ୍ୟନ୍ତ ବାସନ୍ଦ ଜାରି ରହିବ ବୋଲି କୁହାଯାଇଛି। ଦକ୍ଷିଣ ଆଫ୍ରିକା କ୍ରିକେଟରେ ବଡ଼ଧରଣର ଦୁର୍ନୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସରକାର କାହିଁକି ବୋର୍ଡର କାର୍ଯ୍ୟ ଶୈଳୀରେ ମୁଣ୍ଡ ପୂରାଇବ ନାହିଁ ଏ ନେଇ ଜବାବ ରଖିବାକୁ କ୍ରିକେଟ ଅଧିକାରୀମାନଙ୍କୁ ଆଗାମୀ ୨୭ ତାରିଖ ସୁଦ୍ଧା ଜବାବ ରଖିବାକୁ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ବୋଲିଂ ଦେଖି ହସିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ପୂର୍ବରୁ ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଏକ ମଜାଦାର ମୁହୂର୍ତ୍ତ...

ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ...

ଇତିହାସ ରଚିଲା ହିମାଚଳ ପ୍ରଦେଶ

ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ...

ପ୍ରଥମ ଦିନରେ ନିରାଶ କଲେ ବୋଲର୍‌

ସିଡନୀ,୭।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ପ୍ରଥମ ଦିନ ମାତ୍ର ୫୫ ଓଭର ଖେଳ ହୋଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା...

୩ବର୍ଷ ପରେ କୋହଲିଙ୍କ ଶତକ

ଦୁବାଇ,୮।୯: ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟ କୋହଲିିଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି...

ଆଇପିଏଲ୍‌ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି

ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା...

ସେରେନାଙ୍କ ଟେନିସ୍‌ ଭବିଷ୍ୟତ ନେଇ ସନ୍ଦେହ

ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍‌ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର...

ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍‌ ସୁଇଚ୍‌ ଅଫ୍‌: ପିଲାଦିନର କୋଚ କହିଲେ…

ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ...

Advertisement
Archives

Model This Week