ପଞ୍ଜୁରି ଭିତରେ ମାଛଚାଷ ଲାଗି ସରକାରଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁରଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ଏବଂ ଉପଯୋଗ ନିରନ୍ତର ବୃଦ୍ଧି ପାଉଛି। ରାଜ୍ୟ ସରକାର ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାର ଗୁଡ଼ିକରେ ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ଲାଗି ଏକ ନୀତି ପ୍ରଚଳନ ପୂର୍ବକ ପଞ୍ଜୁରି ଭିତରେ ମାଛଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି।
ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥି ଲାଗି ବିନିଯୋଗ କରାଗଲେ ଏହା ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ଲାଗି ପଞ୍ଜୁରି ଭିତରେ ମାଛଚାଷ ଏକ ଉନ୍ନତ ଏବଂ ଅଭିନବ ଜ୍ଞାନକୌଶଳ। ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ। ଏହାଦ୍ୱାରା ରାଜ୍ୟ ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ବାବଲମ୍ବୀ ହୋଇପାରିବ। ଜଳକୃଷି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀଙ୍କୁ ଏହା ପ୍ରୋତ୍ସାହିତ ସହିତ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ। ଏହି ପଞ୍ଜୁରିଗୁଡ଼ିକ ଜଳଭଣ୍ଡାରରେ ମାଛଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର । ସାଧାରଣତଃ ଏହା ଚାରିଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ କେବଳ ଉପରିଭାଗ ଖାଦ୍ୟ ପରିବେଷଣ ଓ ପଞ୍ଜୁରିସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରହିଥାଏ।
ପ୍ରଥମ ଦଫାରେ ଏହି ପଞ୍ଜୁରି ଭିତରେ ମାଛଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍‌ ଏବଂ ୧୦୦ ଗୋଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ଯେଉଁଥିରେ ପ୍ରାୟ ୨୪ଶହ ଗୋଟି ପଞ୍ଜୁରି ସ୍ଥାପନ କରିହେବ। ଏହି ସ୍ଥିରୀକୃତ ସବ୍‌ଜୋନ୍‌ ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀଗୁଡିକୁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯିବ। ପ୍ରତ୍ୟେକ ସବ୍‌ଜୋନ୍‌ରେ ପଞ୍ଜୁରି ନିମନ୍ତେ ୬ଶହ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ ୪ ମିଟର ପ୍ରସ୍ଥ ୪ ମିଟର ଗଭୀରତା ବିଶିଷ୍ଟ ୨୪ ଗୋଟି ଆୟତାକାର ପଞ୍ଜୁରି କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରି ସ୍ଥାପନ କରାଯିବ। ପ୍ରତି ଆୟତାକାର ପଞ୍ଜୁରିରୁ ୩ ହଜାର କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ। ଏହି ପଞ୍ଜୁରିଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍‌ଟ୍‌ ଟିଲାପିଆ, ଭେକ୍‌ଟି, ଖୁରାଣ୍ଡି ଓ ବଟର୍‌ କ୍ୟାଟ୍‌ ଫିସ୍‌ ଇତ୍ୟାଦି ପ୍ରଜାତିର ମାଛ ଚାଷ ଲାଗି ଅନୁମତି ଦିଆଯିବ। ପଞ୍ଜୁରି ଭିତରେ ମାଛଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୂହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରି ପରିଚାଳନା ଓ ମାଛଗୁଡିକର ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ସ୍ବତନ୍ତ୍ର ସର୍ତ୍ତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରୁ ଉପାନ୍ତ ସବୁଠି ତାତି

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ଦେଖାଦେଇଛି। ଗତ ୨-୩ ଦିନ ହେବ ପାରଦ...

କରୋନା ପାଇଁ ଘର ଘର ବୁଲି ପିଡିଏସ୍ ଚାଉଳ ବଣ୍ଟା ବେଳେ ବାଟମାରଣା

କାଲିମେଳା,୫।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଉଣ୍ଡ୍ରକୁଣ୍ଡା ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ପିଡିଏସ୍ ଚାଉଳକୁ ସେହି ପଞ୍ଚାୟତର ଯୋଗାଣ ସହାୟକ ହଡ଼ପ କରିଥିବା...

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ...

ଆଜି ରାତି ୯ରୁ ଲକ୍‌ଡାଉନ୍‌: ବାହାର ଲୋକ ଭୁବନେଶ୍ୱର ଆସିବା ମନା; ଉଠାଇ ନିଆଯିବ ବାଇକ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ୪ଜିଲା ରାଉରକେଲା ମହାନଗର ନିଗମକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତଥର ଅପେକ୍ଷା ଏହି ଲକ୍‌ଡ଼ାଉନ୍‌...

ବିଧାୟକଙ୍କ ଜେଇଙ୍କୁ ବସ୍‌ଉଠ୍‌ ଘଟଣା: ଓବିସି ମଞ୍ଚର ପାଟଣାଗଡ ଥାନା ଘେରାଉ, ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବି

ପାଟଣାଗଡ଼,୨୧।୬(ଡି.ଏନ୍‌.ଏ.): ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମଠାରେ ନିମ୍ନମାନର ରାସ୍ତାକାମକୁ ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିଥିବା ଘଟଣାରେ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ : ଓବିସି, ଏସ୍‌ଇବିସିଙ୍କ ପାଇଁ ସଂରକ୍ଷଣ ଲାଗୁ କର

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି) ଲୋକଙ୍କ ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ...

ଡିସେମ୍ବର ୧ ରୁ ୩୧ ଯାଏ ଶୀତକାଳୀନ ବିଧାନସଭା ଅଧିବେଶନ,ଦିନକୁ ୫ ଘଣ୍ଟା ଚାଲିବ ଗୃହ

ଭୁବନେଶର,୨୭।୧୧(ବ୍ୟୁରୋ): ଶୀତକାଳୀନ ବିଧାନସଭା ଅଧିବେଶନ ଆସନ୍ତା ଡିସେମ୍ବର ୧ରୁ ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ...

ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା: ଧରିତ୍ରୀ ଖବରକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଦାୟର, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି

ହାଟଡ଼ିହୀ,୧୯।୫(ଡି.ଏନ୍‌.ଏ.): ଗତ ୧୭ରେ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନୂଆରୁଗୁଡ଼ି ଗ୍ରାମର ଜଗନ୍ନାଥ ମଲ୍ଲିକ(୫୩) ଏବଂ ୧୮ରେ ମଇଚାଇପଦା ଗ୍ରାମର ସଞ୍ଜୁଲତା ରାଉତ(୫୨)ଙ୍କର ହାତୀ ଆକ୍ରମଣରେ...

Advertisement
Archives

Model This Week